ସୁରକ୍ଷା କେନ୍ଦ୍ର

ହେଲୋ, ଅଭିଭାବକ! ଏହି ପୃଷ୍ଠାରେ ଆପଣ TikTok ବିଷୟରେ ବୁଝିବାକୁ, ସୂଚନା ଏବଂ ସଂସ୍ଥାନଗୁଡିକ ଏବଂ ଆପ୍‌ ଏବଂ କମିଉନିଟିର ମାଧ୍ୟମରେ ସର୍ବୋତ୍ତମ ଅଭିଜ୍ଞତା ଲାଭ କରିବାକୁ ଆପଣଙ୍କ ଶିଶୁକୁ କିପରି ସହାୟତା କରିବାକୁ ହେବ ତାହା ଦେଖିପାରିବେ।

ସାଧାରଣ ଭାବେ, ଆମେ ଆପଣଙ୍କ ସନ୍ତାନର ବିଷୟବସ୍ତୁ ଅନଲାଇନ୍‌ ଅଭିଜ୍ଞତା ପାଇଁ ଆପଣଙ୍କୁ ଏକ ସକ୍ରିୟ ଭୂମିକା ନେବାକୁ ଉତ୍ସାହିତ କରିଥାଉ। ଇଣ୍ଟରନେଟ୍‌ ସୁରକ୍ଷା, ଅନଲାଇନ୍‌ ଗୋପନୀୟତା, ଏବଂ ସେମାନଙ୍କ ପାଇଁ ଉପଲବ୍ଧ ବିକଳ୍ପଗୁଡିକ ସମ୍ପର୍କରେ ଯଥାଶୀଘ୍ର ସମ୍ଭବ ସହ ବାର୍ତ୍ତାଳାପ କରିବା ଆରମ୍ଭ କରନ୍ତୁ। ଆପଣଙ୍କ ମାର୍ଗଦର୍ଶନ ଅମୂଲ୍ୟ ହୋଇପାରେ!

TikTok କ’ଣ?

ସଂକ୍ଷିପ୍ତ-ଆକାରର ମୋବାଇଲ୍‌ ଭିଡିଓ ପାଇଁ TikTok ବିଶ୍ୱର ଅଗ୍ରଣୀ ମଞ୍ଚ। ଆମର ଲକ୍ଷ୍ୟ ହେଉଛି ବିଶ୍ୱର ସୃଜନଶୀଳତା, ଜ୍ଞାନ, ଏବଂ ଦୈନନ୍ଦିନ ଜୀବନର ସ୍ମରଣୀୟ ମୁହୁର୍ତ୍ତଗୁଡିକୁ ଧରି ରଖିବା ଏବଂ ଉପସ୍ଥାପିତ କରିବା। TikTok ସମସ୍ତଙ୍କୁ ସିଧାସଳଖ ସେମାନଙ୍କ ସ୍ମାର୍ଟଫୋନରୁ ଜଣେ ସ୍ରଷ୍ଠା ହେବାର କ୍ଷମତା ଦିଏ ଏବଂ ଉପଭୋକ୍ତାଙ୍କୁ ସେମାନଙ୍କ ମାଧ୍ୟମରେ ଆବେଗ ଏବଂ ସୃଜନଶୀଳ ଅଭିବ୍ୟକ୍ତି ଅଂଶୀଦାର କରିବାକୁ ଉତ୍ସାହିତ କରିବା ଦ୍ୱାରା ଏକ ସମ୍ପ୍ରଦାୟକତା ତିଆରି କରିବାକୁ ପ୍ରରିଶୃତିବଦ୍ଧ।

TikTok କେଉଁମାନଙ୍କ ପାଇଁ?

TikTok 13 ବର୍ଷ କିମ୍ୱା ତା’ଠୁ ଅଧିକ ବୟସର ଉପଭୋକ୍ତାଙ୍କ ପାଇଁ। 13 ବର୍ଷରୁ କମ ବୟସର ପିଲାମାନଙ୍କୁ ଦୟାକରି ଆପ୍ଲିକେସନଟି ବ୍ୟବହାର କରିବାକୁ ଅନୁମତି ଦିଅନ୍ତୁ ନାହିଁ।

ଯଦି ଆପଣଙ୍କ 13 ବର୍ଷରୁ କମ ବୟସର ସନ୍ତାନ ଏକ TikTok ଆକାଉଣ୍ଟ ପାଇଁ ପଞ୍ଜିକୃତ ହୋଇଛି ବୋଲି ଆପଣ ଜାଣିବାକୁ ପାଇଛନ୍ତି ତେବେ ଆପଣ https://www.tiktok.com/legal/report/privacyରେ ଆମକୁ ସତର୍କ କରିପାରିବେ। ଆମେ ତତ୍ପରତାର ସହ ଏ ବିଷୟରେ ଯଥାଯଥ ପଦକ୍ଷେପ ନେବୁ।

ଯଥାଯଥ ଭାବରେ ବ୍ୟବହାର ସମ୍ପର୍କରେ ଅଧିକ ସୂଚନା ପାଇଁ, ଦୟାକରି ଆମର ସେବାର ସର୍ତ୍ତାବଳୀ ଏବଂ ସଂମ୍ପ୍ରଦାୟର ମୂଳନୀତି ଦେଖନ୍ତୁ।

ମୁଁ ମୋର କିଶୋର ସନ୍ତାନକୁ TikTok ଡାଉନଲୋଡ୍‍ କରିବାରୁ ପ୍ରତିରୋଧ କରିପାରିବି କି?

ଆପଣଙ୍କ ସନ୍ତାନ କିପରି ଇଣ୍ଟରନେଟ୍‌ ବ୍ୟବହାର କରୁଛି, କେଉଁ ଆପ୍ଲିକେଶନ୍‌ ଡାଉନ୍‌ଲୋଡ୍‌ କରୁଛି ତାହା ଉପରେ ନଜର ରଖିବା ପାଇଁ ଆମେ ଆପଣଙ୍କୁ ଉତ୍ସାହିତ କରୁଛୁ । iOS ଏବଂ Android ଉଭୟ ଅଭିଭାବକଙ୍କୁ ନିୟନ୍ତ୍ରନଗୁଡିକ ପ୍ରଦାନ କରେ ଯାହା ଆପଣଙ୍କୁ ଡିଭାଇସ୍‌ ସ୍ତରରେ ନିର୍ଦ୍ଧିଷ୍ଟ କିଛି ଆପ୍‌, ବୈଶିଷ୍ଟ୍ୟ, ଚଳଚ୍ଚିତ୍ର, ସଙ୍ଗୀତ ଏବଂ ଅନ୍ୟ କିଛି ଅବରୋଧ କରିବାକୁ ଦିଏ।

ଯେହେତୁ TikTok 13 ବର୍ଷ କିମ୍ୱା ତାଠୁ ଅଧିକ ବୟସ ବ୍ୟବହାର ପାଇଁ, ଆମେ ଏହାକୁ କଠୋର ଭାବରେ 12+ ଆପ୍‌ ଷ୍ଟୋର୍‌ ରେଟିଂ ଦେଇଛୁ। ଏହା ଆପଣଙ୍କୁ ସହଜରେ ଆପଣଙ୍କୁ କମ ବୟସର ଶିଶୁଙ୍କୁ ଫୋନରୁ ଆପ୍‌ ଅବରୋଧ କରିବା ପାଇଁ ଡିଭାଇସ୍-ଭିତ୍ତିକ ଅଭିଭାବକୀୟ ନିୟନ୍ତ୍ରଣ ବ୍ୟବହାର କରିବାକୁ ଦିଏ।

ଅଧିକ ଅଭିଭାବକୀୟ ନିୟନ୍ତ୍ରଣ (କିମ୍ୱା \"କଟକଣାଗୁଡିକ), ଏବଂ କିପରି ସେଗୁଡିକ ସକ୍ରିୟ କରିବେ, ତାହା ପାଇଁ, ଦୟାକରି Apple App Store କିମ୍ୱା Google Play Store ନିର୍ଦ୍ଦେଶାବଳୀ ଦେଖନ୍ତୁ।

କେଉଁ ମାନେ ସମାନଙ୍କ ଭିଡିଓଗୁଡିକ ଦେଖିପାରିବେ କିମ୍ୱା ସେମାନଙ୍କୁ ବାର୍ତ୍ତା ପ୍ରେରଣ କରିପାରିବେ ତାହା ମୋ କିଶୋର ସନ୍ତାନ କିପରି ନିୟନ୍ତ୍ରଣ କରିପାରିବ?

କେଉଁମାନେ ସେମାନଙ୍କ ଅପଲୋଡ୍ କରିଥିବା ବିଷୟବସ୍ତୁ ଦେଖିପାରିବେ, ସେମାନଙ୍କୁ ଅନୁସରଣ କରିପାରିବେ, ଏବଂ ବାର୍ତ୍ତା ପ୍ରେରଣ କରିପାରିବେ ତାହା ବ୍ୟବହାରକାରୀ ସେମାନଙ୍କୁ ଆକାଉଣ୍ଟ ବ୍ୟକ୍ତିଗତ ବା ପ୍ରାଇଭେଟ୍‌ କରିବା ମାଧ୍ୟମରେ ନିୟନ୍ତ୍ରଣ କରିପାରିବେ। ଏକ ବ୍ୟକ୍ତିଗତ ଆକାଉଣ୍ଟର ମାଧ୍ୟମରେ, ଉପଭୋକ୍ତା ଅନୁସରଣକାରୀଙ୍କୁ ଅନୁମତି କିମ୍ୱା ପ୍ରତ୍ୟାଖ୍ୟାନ କରିପାରିବେ ଏବଂ ସେମାନଙ୍କୁ ଅପଲୋଡ୍‍ କରିବା ବିଷୟବସ୍ତୁ ଏବଂ ପୂର୍ବର ସନ୍ଦେଶଗୁଡିକ କେବଳ ଅନୁସରଣକାରୀ ପାଇଁ ସୀମାବଦ୍ଧ କରିପାରିବେ।

ଜଣେ ଉପଭୋକ୍ତାଙ୍କର ଏକ ସାର୍ବଜନୀନ ପ୍ରୋଫାଇଲ୍‌ ରହିଥିଲେ, TikTok ଆପ୍‌ରେ ସାଇନ୍ ଇନ୍‌ କରିଥିବା ଯେକୌଣସି ଉପଭୋକ୍ତା ସର୍ବସାଧାରଣ ଭିଡିଓଗୁଡିକ ଦେଖିପାରିବେ। ହେଲେ, କେବଳ ଅନୁମୋଦିତ ଅନୁସରଣକାରୀ ସେହି ଉପଭୋକ୍ତାଙ୍କୁ ଏକ ବାର୍ତ୍ତା ପ୍ରେରଣ କରିପାରିବେ।

ଉପଭୋକ୍ତା ଆକାଉଣ୍ଟ ସର୍ବସାଧାରଣ କିମ୍ୱା ବ୍ୟକ୍ତିଗତ ଯାହା ରହିଥାଉ ନା କାହିଁକି, ସେମାନେ ସର୍ବଦା:

  • ଯେକୌଣସି ସମୟରେ ଅନ୍ୟମାନଙ୍କୁ ସେମାନଙ୍କ ସହ ଯୋଗାଯୋଗ କରିବାକୁ ଅବରୋଧ କରିପାରିବେ
  • ଏକ ଭିଡିଓକୁ ପ୍ରାଇଭେଟ୍‌ ବା ବ୍ୟକ୍ତିଗତ ଭାବରେ ସେଭ୍‌ କରନ୍ତୁ ଯାହାଦ୍ୱାରା ସମ୍ପୃକ୍ତ ବିଷୟବସ୍ତୁକୁ ଅନ୍ୟ କୌଣସି ଉପଭୋକ୍ତା ଦେଖିପାରିବେ ନାହିଁ
  • ମନ୍ତବ୍ୟ, ଡୁଏଟ୍‌, କିମ୍ୱା ସନ୍ଦେଶଗୁଡିକ ଉପରେ ପ୍ରତିବନ୍ଧିତ ସକ୍ରିୟ କରିବା",

ଅଧିକ ସେଟିଂସ୍‌ ପାଇଁ ଯାହା ଆପଣଙ୍କ ସନ୍ତାନଙ୍କ ପାଇଁ ସେମାନଙ୍କ TikTok ଅଭିଜ୍ଞତା ନିୟନ୍ତ୍ରଣ କରିବା ପାଇଁ ସହାୟତା କରିବାକୁ ଅଧିକ ସେଟିଂସ୍‌ ପାଇଁ, ଆମର ଉପକରଣ ପୃଷ୍ଠା ଦେଖନ୍ତୁ।

ଦୟାକରି ମନେରଖନ୍ତୁ: ଏପରିକି ଏକ ବ୍ୟକ୍ତିଗତ ଆକାଉଣ୍ଟର ମାଧ୍ୟମରେ, ଆପଣଙ୍କ ପ୍ରୋଫାଇଲ୍‌ ସୂଚନା - ପ୍ରୋଫାଇଲ୍‌ ଫଟୋ, ଉପଭୋକ୍ତାଙ୍କ ନାମ, ଏବଂ ବାୟୋଡାଟା ସହ - ସମସ୍ତ ଉପଭୋକ୍ତାଙ୍କ ପାଖରେ ଦୃଶ୍ୟମାନ ହେବ। ଆପଣଙ୍କ ସନ୍ତାନ ସେମାନଙ୍କ ପ୍ରୋଫାଇଲରେ, ବୟସ, ଠିକଣା, କିମ୍ୱା ଫୋନ୍‌ ନମ୍ୱର ଭଳି ବ୍ୟକ୍ତିଗତ ସୂଚନା ଯେପରି ପ୍ରକାଶ ନ କରେ ତାହା ପରାମର୍ଶ ଦିଅନ୍ତୁ।

ଆପଣଙ୍କ ସନ୍ତାନ କିପରି ଅନୁପଯୁକ୍ତ ବିଷୟବସ୍ତୁ କିମ୍ୱା ଆଚରଣ ରିପୋର୍ଟ୍‌ କରିପାରିବ?

ଯଦି ଆପଣ କିମ୍ୱା ଆପଣଙ୍କ ସନ୍ତାନ କିଛି ଏପରି ଦେଖନ୍ତି ଯାହା ଆମର ସେବାର ସର୍ତ୍ତାବଳୀକୁ ଉଲଙ୍ଘନ କରିପାରେ, ତେବେ ଦୟାକରି ରିପୋର୍ଟ୍ କରନ୍ତୁ ଯାହା ଫଳରେ ମୋଡରେସନ୍ ଦଳ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ। ଉପଭୋକ୍ତା ଏକ ନିର୍ଦ୍ଧିଷ୍ଟ ଭିଡିଓ, ଉପଭୋକ୍ତାଙ୍କ ରିପୋର୍ଟ୍‌ କରିପାରନ୍ତି, କିମ୍ୱା ଆପ୍ଲିକେସନ୍‌ ମଧ୍ୟରେ ମନ୍ତବ୍ୟ ବା କମେଣ୍ଟ କରିପାରନ୍ତି।

ଅଧିକନ୍ତୁ, ଆପଣଙ୍କ କିଶୋର ସନ୍ତାନ, ସେମାନଙ୍କ ବିଷୟବସ୍ତୁ ଦେଖିବା କିମ୍ୱା ତାହାର ବାର୍ତ୍ତା ପ୍ରେରଣରୁ ଅନ୍ୟ ଉପଭୋକ୍ତାଙ୍କୁ ଅବରୋଧ କରିପାରିବେ।