ଆଇନ୍

ସର୍ଭିସ୍‌ ସର୍ତ୍ତାବଳୀ

ଶେଷ ସଦ୍ୟସଂଶୋଧନ: ଫେବୃଆରୀ 2020


ସାଧାରଣ ସର୍ତ୍ତାବଳୀ – ଭାରତ ବାସିନ୍ଦା ଉପଭୋକ୍ତାଙ୍କ ପାଇଁ  

1. ଆମ ସହିତ ଆପଣଙ୍କର ସଂପର୍କ

Tik Tok ( “ପ୍ଲାଟ୍‌ଫର୍ମ”) କୁ ସ୍ୱାଗତ, ଯାହାକି ବାଇଟେଡାନ୍‌ସ୍‌ (ଇଣ୍ଡିଆ)  ଟେକ୍‌ନୋଲୋଜି ପ୍ରାଇଭେଟ୍‌ ଲିମିଟେଡ୍‌ ଦ୍ୱାରା ପ୍ରଦାରିତ । ଆମର ସର୍ଭିସ୍‌ ପ୍ରଦାନ ଏବଂ ବିସ୍ତାର ପାଇଁ Tik Tok ହେଉଛି ଆମର ବ୍ରାଣ୍ଡ । ଭାରତରେ ଏହି ସେବା ବ୍ୟବହାର କଲାବେଳେ, ଦୟାକରି “Tik Tok” କୁ “ଆମ୍ଭେମାନେ” କିମ୍ୱା “ଆମ୍ଭମାନଙ୍କର” ଭାବରେ ପଢନ୍ତୁ ।

ଆପଣ ଏହି ସର୍ଭିସ୍‌ ସର୍ତ୍ତାବଳୀ ପଢୁଛନ୍ତି (“ସର୍ତ୍ତାବଳୀ”) ଯାହାକି ହେଉଛି ଏକ ଇଲେକ୍‌ଟ୍ରୋନିକ୍‌ ରାଜିନାମା ଏବଂ ସୂଚନା ପ୍ରବଧିବିଜ୍ଞାନ ଅଧିନିୟମ 2000 ଏବଂ ଏହାର ନିୟମାବଳୀ ଦ୍ୱାରା ମାନ୍ୟତା ପ୍ରାପ୍ତ ହୋଇଛି ଏବଂ ତେଣୁ ଆପଣଙ୍କ ଏବଂ ଆମ ଭିତରେ ହେବାକୁ ଥିବା ସଂପର୍କକୁ ପ୍ରଶାସନ କରିବ ଏବଂ ଏକ ରାଜିନାମା ହିସାବରେ କାର୍ଯ୍ୟ କରିବ, ନିୟମ ଏବଂ ସର୍ତ୍ତାବଳୀ ଧାର୍ଯ୍ୟ କରିବ ଯାହାକି ଆପଣ ପ୍ରବିଷ୍ଟ କରିପାରିବେ ଏବଂ ପ୍ଲାଟ୍‌ଫର୍ମ, ଆମର ସଂପର୍କିତ ୱେବ୍‌ସାଇଟ୍‌, ସର୍ଭିସ୍‌, ଆପ୍ଲିକେସନ୍, ଉତ୍ପାଦ ଏବଂ ବିଷୟବସ୍ତୁ (ସାମୁହିକ ଭାବରେ,”ସର୍ଭିସ” ବ୍ୟବହାର କରିପାରିବେ । ଆମର ସର୍ଭିସ୍‌  ବ୍ୟକ୍ତିଗତ ଏବଂ ଅଣ-ବ୍ୟବସାୟୀକ ବ୍ୟବହାର ପାଇଁ ଦିଆ ହୋଇଥାଏ । “ଆପଣ” ଏବଂ “ଆପଣଙ୍କର” ପ୍ରଭୃତି ଶବ୍ଦାବଳୀର ଅର୍ଥ ହେଉଛି “ସର୍ଭିସ୍‌ର ୟୁଜର ହିସାବରେ ଆପଣ” । 

 ଏହି ସର୍ତ୍ତାବଳୀ ହେଉଛି ଆପଣଙ୍କ ଏବଂ ଆମ ଭିତରେ ଆଇନ୍‌ ମାନ୍ୟତା ଥିବା ରାଜିନାମା ଏବଂ ତେଣୁ ଏହାକୁ ଧ୍ୟାନର ସହିତ ପଢିବା ପାଇଁ ଦୟାକରି ସମୟ ନିଅନ୍ତୁ । ଆମର ସର୍ଭିସ୍‌ ବ୍ୟବହାର କରି ଆପଣ କୁହନ୍ତି ଯେ :

(a)  ଅନୁପାଳନ କରିବାକୁ ଥିବା ଏକ ରାଜିନାମା ପ୍ରସ୍ତୁତ କରିବା ପାଇଁ ଆପଣ ଆଇନଗତ ଭାବରେ ସକ୍ଷମ;

(b) ଆପଣ ଯୌନ ଅପରାଧରେ ଦଣ୍ଡିତ ହୋଇ ନାହାଁନ୍ତି;

(c) ଆମର ସର୍ତ୍ତାବଳୀ କିମ୍ୱା ପଲିସି କିମ୍ୱା ଷ୍ଟାଣ୍ଡାର୍ଡ ଅବମାନନା କରିଥିବା ଯୋଗୁଁ ଆପଣଙ୍କ ଆକାଉଣ୍ଟ ଅତୀତରେ ଅକ୍ଷମ କରା ହୋଇଛି; ଏବଂ

(d) ଆପଣ ଏହି ସର୍ତ୍ତାବଳୀ ଏବଂ ସମସ୍ତ ଲାଗୁ ଥିବା ଦେଶୀୟ ଏବଂ ଆନ୍ତର୍ଜାତୀକ ଆଇନକାନୁନ ଏବଂ ନିୟନ୍ତ୍ରଣର ଅନୁପାଳନ କରିବେ । 

2. ସର୍ତ୍ତାବଳୀ ଗ୍ରହଣ କରିବା

ଆମର ସର୍ଭିସ୍‌ ପ୍ରବିଷ୍ଟ କରି କିମ୍ୱା ବ୍ୟବହାର କରି, ଆପଣ ସୁନିଶ୍ଚିତ କରନ୍ତି ଯେ ଆପଣ “Tik Tok” ସହିତ ଆଇନ ମାନ୍ୟତା  ଥିବା ରାଜିନାମା ପ୍ରସ୍ତୁତ କରିପାରିବେ, ଏହି ସର୍ତ୍ତାବଳୀ ଗୁଡିକ ଗ୍ରହଣ କରିବେ ଏବଂ ସେଗୁଡିକ ଅନୁପାଳନ କରିବା ପାଇଁ  ରାଜି ହୋଇଛନ୍ତି । ଆମର ସର୍ଭିସ୍‌ ଆପଣଙ୍କ ଦ୍ୱାରା ପ୍ରବିଷ୍ଟତା ଏବଂ ବ୍ୟବହାର ଆମର ଗୋପନୀୟ ପଲିସି ଏବଂ କମ୍ୟୁନିଟି ନିର୍ଦ୍ଦେଶାବଳୀ ଅନୁପାଳନ ଉପରେ  ନିର୍ଭର କରିଥାଏ ଏବଂ ଏହି ସର୍ତ୍ତାବଳୀ ଗୁଡିକ ଆମର ପ୍ଲାଟ୍‌ଫର୍ମରେ କିମ୍ୱା ପ୍ଲାଟ୍‌ଫର୍ମ ଡାଉନ୍‌ଲୋଡ କରିବା ସୁବିଧା ଥିବା ସ୍ଥାନରେ ସିଧାସଳଖ ଭାବରେ ଦେଖାଯିବ ନାହିଁ, ହୁଏତ ଆପଣଙ୍କର ମୋବାଇଲ୍‌ ଡିଭାଇସ୍‌ର ଆପ୍‌ ଷ୍ଟୋର୍‌ ହୋଇପାରେ । ଏହା ରେଫରେନ୍‌ସ୍‌ ଦ୍ୱାରା ହିଁ  ଅନ୍ତର୍ଗତ କରାଯାଇଥାଏ । ଏହି ସର୍ଭିସ୍‌ ବ୍ୟବହାର କରିବା ଦ୍ୱାରା ଏହା ଅର୍ଥ କରାଯିବ ଯେ ଗୋପନୀୟ ପଲିସିର ସର୍ତ୍ତାବଳୀ ପାଇଁ ଆପଣ ସମ୍ମତ୍ତି ଦେଇଛନ୍ତି ।  

ଯଦି ଆପଣ ଆମର ସର୍ଭିସ୍‌ ବ୍ୟବହାର କିମ୍ୱା ପ୍ରବିଷ୍ଟ ଏଭଳି ଏକ ନ୍ୟାୟ ପରିସର ଭିତରେ କରନ୍ତି, ଯେଉଁଠାରେ ଅଲଗା ଅତିରିକ୍ତ ସର୍ତ୍ତାବଳୀ ରହିଛି, ଆପଣ ମଧ୍ୟ ଏତଦ୍ୱାରା ରାଜି ହୋଇଛନ୍ତି ଯେ   ନିମ୍ନରେ ଉଲ୍ଲେଖ ହୋଇଥିବା ଅନୁସାରେ ପ୍ରତ୍ୟେକ ନ୍ୟାୟପାରିସରରେ ୟୁଜର୍‌ମାନଙ୍କୁ ସେହି ଅତିରିକ୍ତ ସର୍ତ୍ତାବଳୀ ଅନୁପାଳନ କରିବେ । ଅତିରିକ୍ତ ସର୍ତ୍ତାବଳୀ- ଆପଣ ବ୍ୟବହାର କିମ୍ୱା ପ୍ରବିଷ୍ଟ କରୁଥିବା ନ୍ୟାୟ ପରିସର ସହିତ ବିଶେଷ ଭାବରେ ସଂପୃକ୍ତଥିବା ନିୟମାବଳୀ ଏବଂ ଅବଶିଷ୍ଟାଂସ ସର୍ତ୍ତାବଳୀ ମଧ୍ୟରେ କୌଣସି ବିବାଦ ସୃଷ୍ଟିହେଲେ, ସଂପୃକ୍ତ ନିୟମାବଳୀର ଅତିରିକ୍ତ ସର୍ତ୍ତାବଳୀ- ନ୍ୟାୟ ପରିସର ନିର୍ଦ୍ଦିଷ୍ଟ ହିଁ ବଳବତ୍ତର ରହିବ ଏବଂ ନିୟନ୍ତ୍ରକ ରହିବ । ଆପଣ ଯଦି ଏହି ସର୍ତ୍ତାବଳୀରେ ରାଜି ନୁହନ୍ତି, ତେବେ ଆପଣ ଆମ ସର୍ଭିସ୍‌ ବ୍ୟବହାର କରିବା ଉଚିତ ନୁହେଁ କିମ୍ୱା ପ୍ରବିଷ୍ଟ କରିବା ଉଚିତ ନୁହେଁ ।

ଯଦି ଆପଣ ଏକ ବ୍ୟବସାୟ କିମ୍ୱା ସଂସ୍ଥା ତରଫରୁ ଆମର ସର୍ଭିସ୍‌ ପ୍ରବିଷ୍ଟ କରୁଛନ୍ତି କିମ୍ୱା ବ୍ୟବହାର କରୁଛନ୍ତି, ତେବେ (a) “ଆପଣ” ଏବଂ “ଆପଣଙ୍କର” କହିଲେ ଆପଣଙ୍କୁ, ସେହି ବ୍ୟବସାୟ କିମ୍ୱା ସଂସ୍ଥାକୁ ବୁଝାଇବ(b) ଆପଣ ପ୍ରତିନିଧିତ୍ୱ କରନ୍ତି ଏବଂ ୱାରେଣ୍ଟି ଦିଅନ୍ତି ଯେ ସେହି ବ୍ୟବସାୟ କିମ୍ୱା ସଂସ୍ଥାର ଆପଣ ହେଉଛନ୍ତି ଅଧିକାର ପ୍ରାପ୍ତ ପ୍ରତିନିଧି ଏବଂ ଏହି ସର୍ତ୍ତାବଳୀ ସହିତ ଆପଣ ସେହି ବ୍ୟବସାୟ କିମ୍ୱା ସଂସ୍ଥାକୁ ଆଇନଗତ ଭାବରେ ଯୋଡି ପାରିବେ ଏବଂ ଆପଣ ସେହି ସଂସ୍ଥା ତରଫରୁ ସର୍ତ୍ତାବଳୀ ଗୁଡିକରେ ରାଜି ହୋଇଛନ୍ତି ଏବଂ (c)  ଆପଣଙ୍କର ଦ୍ୱାରା ଆମ ସର୍ଭିସ୍‌ର ବ୍ୟବହାର ଏବଂ ପ୍ରବିଷ୍ଟତା ପାଇଁ ଆପଣଙ୍କର ବ୍ୟବସାୟ  ଏବଂ ସଂସ୍ଥା ଆଇନଗତ ଏବଂ ଆର୍ଥିକ ଭାବରେ ଦାୟୀ ରହିବେ ଏବଂ ଆଉ ମଧ୍ୟ, ଆପଣଙ୍କର ସଂସ୍ଥା ସହିତ ଅନୁବନ୍ଧିତ ଥିବା ଅନ୍ୟମାନେ, କୌଣସି କର୍ମଚାରୀ, ଏଜେଣ୍ଟ୍‌ କିମ୍ୱା କଣ୍ଟ୍ରାକ୍‌ଟର ଦ୍ୱାରା ଆପଣଙ୍କ ଆକାଉଣ୍ଟ ବ୍ୟବହାର କିମ୍ୱା ପ୍ରବିଷ୍ଟତା ପାଇଁ ମଧ୍ୟ ଆପଣଙ୍କ ସଂସ୍ଥା ଆଇନଗତ ଏବଂ ଆର୍ଥିକ ଭାବରେ ଦାୟୀ ରହିବେ । 

ଆମର ସର୍ଭିସ୍‌ ବ୍ୟବହାର କରି କିମ୍ୱା ପ୍ରବିଷ୍ଟ କରି ଆପଣ ଏହି ସର୍ତ୍ତାବଳୀକୁ ଗ୍ରହଣ କରିପାରିବେ ।  ଆପଣ ବୁଝିଛନ୍ତି ଏବଂ ରାଜି ହୋଇଛନ୍ତି ଯେ ଆପଣଙ୍କ ଦ୍ୱାରା ଆମର ସର୍ଭିସର ବ୍ୟବହାର କିମ୍ୱା ପ୍ରବିଷ୍ଟତା ଅର୍ଥ ହେଉଛି ସେହି ସମୟ ଠାରୁ ଆପଣ ଏହି ସର୍ତ୍ତାବଳୀ ଗୁଡିକ ଗ୍ରହଣ କରିବା ପାଇଁ ରାଜି ହୋଇଛନ୍ତି । 

ଆପଣ ଆପଣଙ୍କ ରେକର୍ଡ୍‌ ପାଇଁ ସର୍ତ୍ତାବଳୀର ସ୍ଥାନୀୟ କପି ପ୍ରିଣ୍ଟ୍‌ କିମ୍ବା ସେଭ୍‌ କରିବା ଉଚିତ୍‌  ।

3. ସର୍ତ୍ତାବଳୀରେ ପରିବର୍ତ୍ତନ

ଆମେ ଏହି ସର୍ତ୍ତାବଳୀ ସମୟ ସମୟରେ ସଂଶୋଧନ କରିଥାଉ, ଉଦାହରଣ ସ୍ୱରୁପ, ଯେତେବେଳେ ଆମେ ସର୍ଭିସ୍‌ର କାର୍ଯ୍ୟକାରିତାରେ ସଦ୍ୟ ସଂଶୋଧନ କରିଥାଉ, ଯେତେବେଳେ ଆମ ଦ୍ୱାରା କିମ୍ୱା ଆମର ଅନୁବନ୍ଧିତ ସଂସ୍ଥା ଦ୍ୱାରା ଅପରେଟ କରାଯାଉଥିବା ସର୍ଭିସ କିମ୍ୱା ଏକାଧିକ ଆପ୍‌କୁ ମିଶ୍ରଣ କରି ଏକକ ସର୍ଭିସ କିମ୍ୱା ଆପ୍‌ରେ ପରିଣତ କରିଥାଉ କିମ୍ୱା ଯେତେବେଳେ ନିୟନ୍ତ୍ରଣକାରୀ ପରିବର୍ତ୍ତନ ହୋଇଥାଏ ।   ସାଧାରଣତଃ, ହୋଇଥିବା ସମସ୍ତ ପରିବର୍ତ୍ତନକୁ ଆମ ପ୍ଲାଟ୍‌ଫର୍ମରେ ନୋଟିସ୍‌ ଜାରି କରିବା ମାଧ୍ୟମରେ ସମସ୍ତ ୟୁଜରମାନଙ୍କୁ ନୋଟିସ୍‌ ଜାରି କରିବା ପାଇଁ ଆମେ ଉପଯୁକ୍ତ ବ୍ୟବସାୟୀକ ପ୍ରଚେଷ୍ଟା କରିଥାଉ, 

ଅବଶ୍ୟ, ଏଭଳି ପରିବର୍ତ୍ତନ ଚେକ୍‌ କରିବା ପାଇଁ ଆପଣ ନିୟମିତ ଭାବରେ ଏହି ସର୍ତ୍ତାବଳୀ ଗୁଡିକ ଦେଖିବା ଉଚିତ ।  ଆମେ ମଧ୍ୟ, ସର୍ତାବଳୀର ଉପରେ “ଶେଷ ସଦ୍ୟ ସଂଶୋଧିତ”ର ତାରିଖ ଉଲ୍ଲେଖ କରିବୁ, ସେହି ତାରିଖଠାରୁ ସେହି ସର୍ତ୍ତାବଳୀ ଗୁଡିକ ବଳବତ୍ତର ରହିବ । ନୂଆ ସର୍ତ୍ତାବଳୀର ତାରିଖଠାରୁ ଆପଣ ଆମର ସର୍ତ୍ତାବଳୀ ଲଗାତାର ଭାବରେ ବ୍ୟବହାର କଲେ କିମ୍ୱା ପ୍ରବିଷ୍ଟ କଲେ ଧରାହେବ ଯେ ଆପଣ ସେହି ନୂଆ ସର୍ତ୍ତାବଲୀ ଗୁଡିକ ଆପଣ ଗ୍ରହଣ କରିଛନ୍ତି । ଯଦି ଆପଣ ସେହି ନୂଆ ସର୍ତ୍ତାବଳୀ ଗୁଡିକରେ ରାଜି ନୁହନ୍ତି, ତେବେ ଆପଣ ଆମର ସର୍ଭିସ ବ୍ୟବହାର କିମ୍ୱା ପ୍ରବିଷ୍ଟତା ନିଶ୍ଚିତ ଭାବରେ ବନ୍ଦ କରିଦେବା ଉଚିତ ।  

4. ଆମ ସହିତ ଆପଣଙ୍କର ଆକାଉଣ୍ଟ୍‌

ଆମର କେତେକ ସର୍ଭିସ୍‌ ବ୍ୟବହାର କରିବା ପାଇଁ କିମ୍ୱା ପ୍ରବିଷ୍ଟ କରିବା ପାଇଁ , ଆମ ସହିତ ଆପଣ ନିଶ୍ଚିତ ଭାବରେ ଏଲ ଆକାଉଣ୍ଟ୍‌ ସୃଷ୍ଟି କରିବା ଉଚିତ । ଆପଣ ଯେତେବେଳେ ଏକ ଆକାଉଣ୍ଟ୍‌ ସୃଷ୍ଟି କରିବେ, ଆପଣ ସଠିକ ଏବଂ ସଦ୍ୟ-ସଂଶୋଧିତ ସୂଚନା ଦେବା ଉଚିତ ।  ଏହା ଗୁରୁତ୍ୱପୂର୍ଣ୍ଣ ଯେ ଆମକୁ ପ୍ରଦାନ କରିଥିବା ସମସ୍ତ ବିବରଣ ଏବଂ ଅନ୍ୟ କୌଣସି ସୂଚନା ଆପଣ ବଜାୟ ରଖିବେ ଏବଂ ସାଙ୍ଗେ ସାଙ୍ଗେ ସଦ୍ୟ ସଂଶୋଧନ କରିବେ, ଯେପରିକି ତାହା ବର୍ତ୍ତମାନର ଏବଂ ସଂପୁର୍ଣ୍ଣ ରହିବ ।   

ଆପଣଙ୍କର ଆକାଉଣ୍ଟ୍‌ ପାସ୍‌ୱାର୍ଡ୍‌ ଗୋପନୀୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ ଏବଂ ଏହା କୌଣସି ଥାର୍ଡ୍‌ ପାର୍ଟିକୁ ଖଲାସ କରିବେ ନାହିଁ । ଯଦି ଆପଣ ଜାଣନ୍ତି କିମ୍ୱା ସନ୍ଦେହ କରନ୍ତି ଯେ କୌଣସି ଥାର୍ଡପାର୍ଟି ଆପଣଙ୍କ ପାସୱାର୍ଡ ଜାଣିଯାଇଛନ୍ତି କିମ୍ୱା ଆପଣଙ୍କ ଆକାଉଣ୍ଟ ପ୍ରବିଷ୍ଟ କରିଛନ୍ତି, ଆପଣ ନିଶ୍ଚିତ ଭାବରେ ସାଙ୍ଗେ ସାଙ୍ଗେ ଆମକୁ https://www.tiktok.com/legal/report/feedback ରେ ନୋଟିସ୍‌ ଜାରି କରିବା ଉଚିତ । 

ଆପଣ ରାଜି ହୋଇଛନ୍ତି ଯେ ଆପଣଙ୍କ ଆକାଉଣ୍ଟ୍‌ରେ କୌଣସି ପ୍ରକାର କାର୍ଯ୍ୟକଳାପ ପାଇଁ  ଆପଣ (ଆମକୁ ଏବଂ ଅନ୍ୟ ମାନଙ୍କୁ) ସଂପୁର୍ଣ୍ଣ ଭାବରେ ଦାୟୀ ରହିବେ । ଆପଣ ଯେତେବେଳେ ଏକ ଆକାଉଣ୍ଟ୍‌ ସୃଷ୍ଟି କରନ୍ତି, ଆପଣଙ୍କ ବିଷୟରେ ସଠିକ୍‌ ସୂଚନା ଦେବା ଅତ୍ୟନ୍ତ ଆବଶ୍ୟକ ଏବଂ ବ୍ୟକ୍ତିଗତ ଉଦ୍ଦେଶ୍ୟରେ କେବଳ ଗୋଟିଏ ହିଁ ଆକାଉଣ୍ଟ୍‌ ସୃଷ୍ଟି କରିବା ଉଚିତ । 

ଆମ ପାଖରେ ଏହି ଅଧିକାର ରହିଛି ଯେ ଯେ କୌଣସି ସମୟରେ ଆପଣଙ୍କର ୟୁଜର ଆକାଉଣ୍ଟ୍‌ ଅକ୍ଷମ  କରିପାରିବୁ ଏବଂ ଆପଣ ଅପଲୋଡ୍‌ କିମ୍ୱା ସେୟାର କରିଥିବା କୌଣସି ବିଷୟବସ୍ତୁ ହଟାଇପାରିବୁ କିମ୍ୱା ଅକ୍ଷମ କରିପାରିବୁ । ଯେତେବେଳେ ଆପଣ ଏହି ସର୍ତ୍ତାବଳୀର କୌଣସି ପ୍ରାବଧାନ ଅନୁପାଳନ କରିବାରେ ବିଫଳ ହେବେ କିମ୍ୱା ଆମେ ଅନୁଭବ କରିବୁ ଯେ ଆପଣଙ୍କ ଆକାଉଣ୍ଟ୍‌ରେ ଚାଲୁଥିବା କୌଣସି କାର୍ଯ୍ୟକଳାପ ଆମ ସର୍ଭିସ୍‌ର କ୍ଷତି କରିବ କିମ୍ୱା କାର୍ଯ୍ୟଦକ୍ଷତା କମ୍‌ କରିବ କିମ୍ୱା କୌଣସି ଥାର୍ଡ୍‌ ପାର୍ଟିର ଅଧିକାରର ଅବମାନନା କରିଥିବେ  କିମ୍ୱା ହସ୍ତକ୍ଷେପ କରୁଥିବ କିମ୍ୱା ଲାଗୁ ହୋଇଥିବା ଆଇନକାନୁନ୍‌ କିମ୍ବା ନିୟନ୍ତ୍ରଣର ଅବମାନନା କରୁଥିବ, ଆମେ ଆପଣଙ୍କର ୟୁଜର ଆକାଉଣ୍ଟ୍‌ ଅକ୍ଷମ କରିପାରିବୁ ଏବଂ ଆପଣ 

ଆପଣଙ୍କର ଗୋପନୀୟତା ରକ୍ଷା କରିବାକୁ ଆମେ ଗୁରୁତର ଭାବରେ ନେଇଥାଉ ଏବଂ ତେଣୁ ଆପଣଙ୍କ ଆକାଉଣ୍ଟ୍‌ ସହିତ ଜଡିତ ଥିବା ସମସ୍ତ ସୂଚନା ପାଇଁ ସୂଚନା ପ୍ରବଧିବିଜ୍ଞାନ ଅଧିନିୟମ 2000 ଏବଂ ତାର ନିୟମାବଳୀରେ ମାନ୍ୟତା ଥିବା ଉଚ୍ଚମାନର ଡାଟା ସୁରକ୍ଷା ଏବଂ ସୁରକ୍ଷାଗତ ପଦକ୍ଷେପ ନେଇଥାଉ ।  ଆମର ବର୍ତ୍ତମାନର ଗୋପନୀୟ ପଲିସି here  ଉପଲବ୍‌ଧ ଅଟେ ।  

ଯଦି ଆପଣ ଆଉ ଥରେ ଆମର ସର୍ଭିସ ବ୍ୟବହାର କରିବାକୁ ଚାହୁଁ ନାହାଁନ୍ତି, ଏବଂ ଚାହୁଁଛନ୍ତି ଯେ ଆପଣଙ୍କ ଆକାଉଣ୍ଟ୍‌କୁ ବିଲୁପ୍ତ କରାଯାଉ, ଆମେ ସେଥିପାଇଁ ପଦକ୍ଷେପ ନେବା ପାଇଁ ମଧ୍ୟ ଧ୍ୟାନଶୀଳ । https://www.tiktok.com/legal/report/feedback ମାଧ୍ୟମରେ ଆମ ସହିତ ସଂପର୍କ କରନ୍ତୁ ଏବଂ ଆମେ ଆପଣଙ୍କୁ ସହାୟତା ପ୍ରଦାନ କରିବୁ ଏବଂ ଏହି ପ୍ରଣାଳୀ ମାଧ୍ୟମରେ ପଥପ୍ରଦର୍ଶନ କରିବୁ । ଆପଣଙ୍କ ଆକାଉଣ୍ଟ୍‌ ବିଲୁପ୍ତ କରିବା ପାଇଁ ଥରେ ନିଷ୍ପତ୍ତି ନେଲେ, ଆପଣଙ୍କ ଆକାଉଣ୍ଟ୍‌କୁ ଆଉ ଥରେ ସକ୍ରିୟ କରିବାରେ ଆମେ ସମର୍ଥ ହେବୁ ନାହିଁ କିମ୍ୱା ଆପଣ ପ୍ରଦାନ କରିଥିବା କୌଣସି ସୂଚନା କିମ୍ୱା ବିଷୟବସ୍ତୁ ପୁନଃପ୍ରାପ୍ତ କରିପାରିବୁ ନାହିଁ । 

5. ଆପଣଙ୍କ ଦ୍ୱାରା ଆମ ସର୍ଭିସ୍‌ ର ବ୍ୟବହାର ଏବଂ ପ୍ରବିଷ୍ଟତା

ଏହି ସର୍ତ୍ତାବଳୀ ଏବଂ ଲାଗୁଥିବା ଆଇନକାନୁନ ଏବଂ ନିୟନ୍ତ୍ରଣର ଅନୁପାଳନ ଉପରେ ଆପଣଙ୍କ ଦ୍ୱାରା ଆମ ସର୍ଭିସ୍‌ର ବ୍ୟବହାର ଏବଂ ପ୍ରବିଷ୍ଟତା କରିଥାଏ ।  ଆପଣ ହୁଏତ କରି ନପାରନ୍ତି :

  • ସର୍ଭିସ୍‌ ବ୍ୟବହାର କରିବା କିମ୍ୱା ପ୍ରବିଷ୍ଟ କରିବା ଯଦି ଏହି ସର୍ତ୍ତାବଳୀରେ ରାଜି ହେବା ପାଇଁ ସଂପୁର୍ଣ୍ଣ ଭାବରେ ସକ୍ଷମ ନୁହନ୍ତି ଏବଂ ଆଇନଗତ ଭାବରେ ଯୋଗ୍ୟ ନୁହନ୍ତି ;
  • ଆମର ସର୍ଭିସ୍‌ ବ୍ୟବହାର କିମ୍ବା ପ୍ରବିଷ୍ଟ ସମୟରେ ଏଭଳି କାର୍ଯ୍ୟକଳାପ କରନ୍ତି ଯାହାକି ଆଇନ ବିରୁଦ୍ଧ, ଭ୍ରାନ୍ତ, ପାତରଅନ୍ତରକାରୀ କିମ୍ୱା କୌଣସି ପ୍ରକାରେ ଜାଲିଆତି ହୋଇଥିବ । 
  • ଅନଧିକାର ଭାବରେ ସର୍ଭିସ୍‌ ଉଦ୍ଧୃତ କାର୍ଯ୍ୟ କିମ୍ବା ସେଥିରେ ଥିବା ବିଷୟବସ୍ତୁ କପି, ଅଦଳବଦଳ, ବିପରିତ ମୁଖୀକାର୍ଯ୍ୟ, ଡିସ୍‌ଆସେମ୍ବ୍ଲି, ଡିକଂପାଇଲ କରିବେ କିମ୍ୱା କୌଣସି ଫାଇଲ୍‌, ଟେବୁଲ୍‌ କିମ୍ୱା ଡକ୍ୟୁମେଣ୍ଟେସନ (କିୱା ତାହାର କିଛି ଅଂଶ) କିମ୍ବା ନିର୍ଣ୍ଣୟ କରିବେ କିମ୍ୱା କୌଣସି ସୋର୍ସ କୋଡ୍‌ ନିର୍ଣ୍ଣୟ କରିବା ପାଇଁ ପ୍ରଚେଷ୍ଟା କରିବେ, ଆଲଗୋରିଦମ୍‌, ସର୍ଭିସ୍‌ ଦ୍ୱାରା ପ୍ରୟୋଗ କରାଯାଇଥିବା କୌଣସି ଟେକନିକ୍‌ କିମ୍ୱା ମେଥଡ୍‌ କିମ୍ୱା ତାହାର କୌଣସି ଉଦ୍ଧୃତ କାର୍ଯ୍ୟ ଅନଧିକାର ଭାବରେ କରିବେ; 
  • ସର୍ଭିସ୍‌ର କୌଣସି ଅଂଶ କିମ୍ୱା ତାହାର ଉଦ୍ଧୃତ କୌଣସି କାର୍ଯ୍ୟ  ସମସ୍ତ ହେଉ କିମ୍ୱା ଆଂଶିକ ହେଉ ବିତରଣ, ଲାଇସେନ୍‌ସ୍‌, ସ୍ଥାନାନ୍ତର କିମ୍ୱା ବିକ୍ରୟ, କରିବା;
  • କୌଣସି ଫିଜ୍‌ କିମ୍ୱା ଚାର୍ଜ ବିନିମୟରେ ସର୍ଭିସ୍‌କୁ ମାର୍କେଟ୍‌, ରେଣ୍ଟ କିମ୍ୱା ଲିଜ କରିବା କିମ୍ୱା ବିଜ୍ଞାପନ କିମ୍ୱା କୌଣସି ବ୍ୟବସାୟୀକ କାର୍ଯ୍ୟ ଏହି ସର୍ଭିସ ବ୍ୟବହାର କରି କରିବା;
  • କୌଣସି ଲିଖିତ ସମ୍ମତ୍ତି ବିନା କୋଣସି ବ୍ୟବସାୟୀକ କିମ୍ୱା ଅନୁମତି ପ୍ରାପ୍ତ ହୋଇ ନଥିବା ଉଦ୍ଦେଶ୍ୟରେ ସର୍ଭିସ୍‌ ବ୍ୟବହାର କରିବା କିମ୍ୱା କୌଣସି ଲିଖିତ ସମ୍ମତ୍ତି ବିନା ଯୋଗାଯୋଗ କରିବା, କୌଣସି ବ୍ୟବସାୟୀକ ବିଜ୍ଞାପନରେ ସହାୟକ ହେବା କିମ୍ୱା ସୋଲିସିଟ୍‌ କରିବା କିମ୍ୱା ସ୍ପାମିଙ୍ଗ୍‌ କରିବା;
  • ସର୍ଭିସ୍‌ ସୁଚାରୁ ରୁପେ କାର୍ଯ୍ୟ କରିବାରେ ହସ୍ତକ୍ଷେପ କରିବା, ହସ୍ତକ୍ଷେପ କରିବାରେ ପ୍ରଚେଷ୍ଟା କରିବା, ସର୍ଭିସ୍‌ ସହିତ କନେକ୍‌ଟ୍‌ ହୋଇଥିବା କୌଣସି ୱେବ୍‌ସାଇଟ୍‌ କିମ୍ୱା ନେଟ୍‌ୱାର୍କ୍‌ରେ ପ୍ରତିବନ୍ଧକ ସୃଷ୍ଟି କରିବା କିମ୍ୱା ସର୍ଭିସ୍‌ର ବ୍ୟବହାର ନିରାକରଣ ପାଇଁ ଏବଂ ଏହାର ପ୍ରବିଷ୍ଟତା ସିମୀତ କରିବା ପାଇଁ ନିଆଯାଇଥିବା କୌଣସି ପଦକ୍ଷେପକୁ ବାଇପାସ୍‌ କରିବା;
  • ସର୍ଭିସ୍‌ କିମ୍ବା ଏହାର କିଛି ଅଂଶକୁ ଅନ୍ୟ କୌଣସି କାର୍ଯ୍ୟକ୍ରମ କିମ୍ୱା ଉତ୍ପାଦ ସହିତ ଅନ୍ତର୍ଭୁକ୍ତ କରିବା । ଏଭଳି କ୍ଷେତ୍ରରେ, ଆମ ପାଖରେ ଅଧିକାର ସଂରକ୍ଷିତ ରହିଛି ଯେ ଆମେ ସର୍ଭିସ୍‌ ମନା କରିପାରିବୁ, ଆକାଉଣ୍ଟ୍‌ ବ୍ୟାଜାପ୍ତ କରିପାରିବୁ ଏବଂ ସ୍ୱ-ଅଧିକାର ବଳରେ ଆମ ସର୍ଭିସ୍‌କୁ ପ୍ରବିଷ୍ଟତା ସିମୀତ କରିପାରିବୁ; 
  • ସର୍ଭିସ୍‌ରୁ ସୂଚନା ସଂଗ୍ରହ କରିବା ପାଇଁ କୌଣସି ଅଟୋମେଟେଡ୍‌ ସ୍କ୍ରିପ୍ଟ୍‌ ବ୍ୟବହାର କରିବା କିମ୍ୱା ସର୍ଭିସ୍‌ ମାଧ୍ୟମରେ ଅନ୍ୟ ପକ୍ଷରେ ପାରସ୍ପରିକ  ସଂପର୍କ ରଖିବା
  • ନିଜକୁ କୌଣସି ବ୍ୟକ୍ତି କିମ୍ୱା ସଂସ୍ଥା ହିସାବରେ ପରିଚୟ ଦେବା କିମ୍ୱା ମିଥ୍ୟା ମନ୍ତବ୍ୟ ଦେବା କିମ୍ୱା କୌଣସି ବ୍ୟକ୍ତି କିମ୍ୱା ସଂସ୍ଥା ଆଗରେ ନିଜକୁ କିମ୍ୱା ନିଜର କୌଣସି ଅନୁବନ୍ଧିତ ସଂସ୍ଥାକୁ ଭୁଲ୍‌ ଭାବରେ ଉପସ୍ଥାପନା କରିବା କିମ୍ୱା ଏହି ଧାରଣା ସୃଷ୍ଟି କରିବା ଯେ ଆପଣ ଅପଲୋଡ୍‌, ପୋଷ୍ଟ, ସଂଚାରଣ, ବିତରଣ କିମ୍ବା ନିଜେ ଉପଲବ୍‌ଧ କରାଇଥିବା ବିଷୟବସ୍ତୁ ସର୍ଭିସ୍‌ରୁ ହିଁ ସୃଷ୍ଟି ହୋଇଛି; 
  • ଅନ୍ୟମାନଙ୍କୁ ଭୟ ଦେଖାଇବା କିମ୍ୱା  ହତାସ କରିବା କିମ୍ୱା ଯୌନିକ ପ୍ରଦର୍ଶନ ବିଷୟବସ୍ତୁ, ହିଂସା କିମ୍ୱା ପ୍ରଜାତି, ଲୀଙ୍ଗ, ଧର୍ମ, ଜାତୀୟତା, ଅକ୍ଷମତା, ଯୌନିକ ଦୃଷ୍ଟିକୋଣ କିମ୍ୱା ବୟସ ଉପରେ ଆଧାର କରି ପାତରଅନ୍ତରକୁ ପ୍ରୋତ୍ସାହିତ କରିବା;
    • Tik Tokର ବିନା ଅନୁମତିରେ ଅନ୍ୟମାନଙ୍କର ଆକାଉଣ୍ଟ୍‌, ସର୍ଭିସ୍‌ କିମ୍ୱା ସିଷ୍ଟମ ବ୍ୟବହାର କରିବା କିମ୍ୱା ବ୍ୟବହାର ପାଇଁ ଚେଷ୍ଟା କରିବା କିମ୍ୱା ସର୍ଭିସ୍‌ରେ ଭୁଲ୍‌ ପରିଚୟ ସୃଷ୍ଟି କରିବା 
    • ସର୍ଭିସ୍‌କୁ ଏଭଳି ଭାବରେ ବ୍ୟବହାର କରିବା ଯେପରିକି ଏହା ପାରସ୍ପରିକ ବିପରିତ ସ୍ୱାର୍ଥ ସୃଷ୍ଟି କରିବ କିମ୍ୱା ସର୍ଭିସ୍‌ର ଉଦ୍ଦେଶ୍ୟକୁ ପ୍ରାଥମିକତା ଦେଉ ନଥିବ, ଯେପରିକି ଅନ୍ୟ ୟୁଜରଙ୍କ ସହିତ ଟ୍ରେଡିଙ୍ଗ୍‌ ସମୀକ୍ଷା କରୁଥିବ କିମ୍ବା ମିଥ୍ୟା ସମୀକ୍ଷା ଲେଖୁଥିବ କିମ୍ୱା ଚାହୁଁଥିବ;

ଏହି ସମସ୍ତ ଅପ୍‌ଲୋଡ୍‌, ସଂଚାରଣ, ବିତରଣ, ଷ୍ଟୋର୍‌, କିମ୍ୱା କୌଣସି ପ୍ରକାରରେ ଉପଲବ୍‌ଧ କରିବାପାଇଁ ସର୍ଭିସ୍‌କୁ ବ୍ୟବହାର କରିବା: ଯେପରିକି ଭାଇରସ୍‌, ତ୍ରୋଜନ, ଓର୍ମ, ଲଗିକ୍‌ ବଂମ୍‌, ଅନିଷ୍ଟକାରୀ ଏବଂ ଟେକନୋଲୋଜି ଦୃଷ୍ଟିକୋଣରୁ ହାନିକାରୀ ପଦାର୍ଥ ଥିବା ଫାଇଲ୍‌; ଚାହିଁ ନଥିବା କିମ୍ୱା ଅନୁମତିପ୍ରାପ୍ତ ନଥିବା ବିଜ୍ଞାପନ, ଆମନ୍ତ୍ରଣ, ପ୍ରୋତ୍ସାହନମୂଳକ ପଦାର୍ଥ, “ଜଙ୍କ ମେଲ୍‌” “ସ୍ପାମ”, “ଚେନ୍‌ ଲେଟର୍‌”, “ପିରାମିଡ୍‌ ସ୍କିମ” କିମ୍ବା ଅନ୍ୟ କୌଣସି ପ୍ରକାର ନିଷିଦ୍ଧ ହୋଇଥିବା ଆମନ୍ତ୍ରଣ; କୌଣସି ଥାର୍ଡପାର୍ଟିର ବ୍ୟକ୍ତିଗତ ସୁଚନା, ଯେପରିକି ଆଡ୍ରେସ୍‌, ଫୋନ୍‌ ନମ୍ବର୍‌, ଇମେଲ୍‌ ଆଡ୍ରେସ୍‌, ବ୍ୟକ୍ତିଗତ ପରିଚୟ ଡକ୍ୟୁମେଣ୍ଟ୍‌ରେ ଥିବା ନମ୍ବର ଏବଂ ବିଶେଷତା (ଯଥା ନେସ୍‌ନାଲ୍‌ ଇନ୍‌ସ୍ୟୁରାନ୍‌ସ୍‌ ନମ୍ୱର, ପାସପୋର୍ଟ ନମ୍ବର୍‌) କିମ୍ୱା କ୍ରେଡିଟ୍‌ କାର୍ଡ୍‌ ନମ୍ବର, କୌଣସି ଜିନିଷ ଯାହାକି କୌଣସି ବ୍ୟକ୍ତିଙ୍କ କପିରାଇଟ୍‌, ଟ୍ରେଡ୍‌ମାର୍କ କିମ୍ୱା ଅନ୍ୟ କୌଣସି ବୁଦ୍ଧିମତ୍ତା ଗତ ସଂପତ୍ତି କିମ୍ୱା ଅନ୍ୟ କୌଣସି ବ୍ୟକ୍ତିଙ୍କ ବ୍ୟକ୍ତିଗତ ଅଧିକାରରେ ହସ୍ତକ୍ଷେପ କରୁଛି କିମ୍ୱା ହସ୍ତକ୍ଷେପ କରିପାରେ; କୌଣସି ବିଷୟ ବସ୍ତୁ ଯାହାକି କୌଣସି ବ୍ୟକ୍ତି ପାଇଁ ଅପମାନଜନକ, ଅଶ୍ଳିଳ, ଅପମାନ ଜନକ, ଯୌନିକ ପ୍ରଦର୍ଶନ, ଘୃଣ୍ୟ କିମ୍ୱା ଉତ୍ତେଜନମୂଳକ; ଅପରାଧ କାର୍ଯ୍ୟ, ବିପଦସଙ୍କୁଳ କାର୍ଯ୍ୟ କିମ୍ବା ସ୍ୱ-ଅନିଷ୍ଟ କାର୍ଯ୍ୟ ହୋଇଥିବ କିମ୍ୱା ସେଗୁଡିକ ପ୍ରୋତ୍ସାହିତ କରୁଥିବ କିମ୍ୱା ନିର୍ଦ୍ଦେଶ ହେଉଥିବ; କୌଣସି ବିଷୟବସ୍ତୁ ଯାହାକି ଲୋକମାନଙ୍କୁ ନାରାଜ କିମ୍ୱା ଉତ୍ତେଜିତ କରୁଛି ପାଇଁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରସ୍ତୁତ ହୋଇଛି, ବିଶେଷ ଭାବରେ ଆକର୍ଷଣ କରୁଛି ଏବଂ ଠକିବା କିମ୍ବା ଲୋକମାନଙ୍କୁ ହତାଶ, ଅନିଷ୍ଟ କରିବା, ଅପମାନ କରିବା, ଭୟ ସୃଷ୍ଟି କରିବା କାର୍ଯ୍ୟ କରୁଛି କିମ୍ବା ଲୋକମାନଙ୍କୁ ବିପଦରେ ପକାଉଛି, ଅପମାନଜନକ ପରିସ୍ଥିତିରେ ପକାଉଛି କିମ୍ୱା ଅଶାନ୍ତି କରୁଛି; କୌଣସି ବିଷୟବସ୍ତୁ ଯେଉଁଥିରେ ଧମକ ରହିଛି, ଶାରିରୀକ ହିଂସା ରହିଛି; କୌଣସି ବିଷୟବସ୍ତୁ ଯାହାକି ପ୍ରଜାତିକ, ପାତରଅନ୍ତରକାରୀ, ଏବଂ ଜଣକର ପ୍ରଜାତି,ଧର୍ମ, ବୟସ, ଲୀଙ୍ଗ, ଅକ୍ଷମତା କିମ୍ୱା ଲୀଙ୍ଗ ଆଧାରରେ ପାତରଅନ୍ତର ସୃଷ୍ଟି କରୁଛି ।   

  • କୌଣସି ଉତ୍ତର,ପ୍ରତିକ୍ରିୟା, ମନ୍ତବ୍ୟ, ମତାମତ, ବିଶ୍ଳେଷଣ କିମ୍ୱା ସୁପାରିଶ ଯେଉଁଥିପାଇଁ ଆପଣ ଉପଯୁକ୍ତ ଭାବରେ ଲାଇସେନ୍‌ସ୍‌ ପ୍ରାପ୍ତ ହୋଇ ନାହାନ୍ତି କିମ୍ୱା ଏଗୁଡିକ ଦେବା ପାଇଁ ଅନ୍ୟଥା ଯୋଗ୍ୟ ନୁହନ୍ତି; କିମ୍ୱା
  • କୌଣସି ବିଷୟବସ୍ତୁ, ଯଦି Tik Tok ବିଚାରଧାରାରେ, ଅଭିଯୋଗମୂଳକ କିମ୍ୱା ଯାହାକି ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଏହି ସର୍ଭିସ୍‌ ବ୍ୟବହାର କରିବାରେ ନିୟନ୍ତ୍ରଣ କରୁଛି କିମ୍ୱା ପ୍ରତିବନ୍ଧକ ସୃଷ୍ଟି କରୁଛି କିମ୍ୱା Tik Tok, ସର୍ଭିସ୍‌ କିମ୍ୱା ଏହାର ୟୁଜର୍‌ର ଅନିଷ୍ଟ କରିବା ପାଇଁ କିମ୍ୱା କୌଣସି ଦାୟିତ୍ୱ ସୃଷ୍ଟି କରିବା ପାଇଁ  କୌଣସି ପ୍ରକାର ବଦନାମ କରିବା ପାଇଁ ଚେଷ୍ଟା କରୁଛି ।  

ଏହା ବ୍ୟତିତ, ସବୁ ସମୟରେ ଆମର କମ୍ୟୁନିଟି ନିର୍ଦ୍ଦେଶାବଳୀ ଅନୁପାଳନ କରିବା ଉପରେ ହିଁ  ସର୍ଭିସ୍‌ର ବ୍ୟବହାର କିମ୍ୱା ପ୍ରବିଷ୍ଟତା ନିର୍ଭର କରିଥାଏ । 

ଆମର ଏହି ଅଧିକାର ରହିଛି ଯେ ଆମର ସ୍ୱ-ଇଚ୍ଛାରେ ଯେ କୌଣସି ସମୟରେ ଏବଂ ବିନା କୌଣସି ନୋଟିସ ଦେଇ, କୌଣସି କାରଣ ଥାଇ କିମ୍ୱା ନଥାଇ ଆମର ବିଷୟବସ୍ତୁକୁ ହଟାଇ ଦେଇ ପାରିବୁ କିମ୍ୱା ତାହା ପାଇଁ ପ୍ରବିଷ୍ଟତାକୁ ଅକ୍ଷମ କରି ଦେଇ ପାରିବୁ । ବିଷୟବସ୍ତୁକୁ ହଟାଇ ଦେବା କିମ୍ୱା ତାହା ପାଇଁ ପ୍ରବିଷ୍ଟତା ଅକ୍ଷମ କରିଦେବାର କେତେକ କାରଣ ଭିତରେ ଅଭିଯୋଗକାରୀ ବିଷୟବସ୍ତୁ ପାଇବା, ଏହି ସର୍ତ୍ତାବଳୀ କିମ୍ୱା କମ୍ୟୁନିଟି ନିର୍ଦ୍ଦେଶାବଳୀ ଅବମାନନା କରିବା କିମ୍ୱା ଅନ୍ୟଥା ଆମର କିମ୍ୱା ୟୁଜରଙ୍କ ପ୍ରତି ଅନିଷ୍ଟ କରିବା ପ୍ରଭୃତି କାରଣ ମଧ୍ୟ ଅନ୍ତର୍ଗତ । ଆପଣଙ୍କ ବ୍ୟକ୍ତିଗତ ଆଗ୍ରହ ଅନୁସାରେ ଉତ୍ପାଦ ବିଶେଷତା ପ୍ରଦାନ କରିବା ପାଇଁ ଆମର ଅଟୋମେଟେଡ୍‌ ସିଷ୍ଟମ୍‌ ଆପଣଙ୍କ ବିଷୟବସ୍ତୁ (ଆପଣଙ୍କ ଇମେଲ୍‌କୁ ଧରି) ବିଶ୍ଳେଷଣ କରିଥାଏ, ଯେପରିକି ଆବଶ୍ୟକ ଅନୁସାରେ ପ୍ରସ୍ତୁତ ହୋଇଥିବା ସର୍ଚ୍ଚ ଫଳାଫଳ, ବିଶେଷ ଭାବରେ ପ୍ରସ୍ତୁତ ହୋଇଥିବା ବିଜ୍ଞାପନ ଏବ ସ୍ପାମ୍‌ ଏବଂ ମାଲୱେୟାର୍‌ ନିର୍ଣ୍ଣୟ କରିବା । ଏହି ବିଶ୍ଳେଷଣ କରାଯାଇ ଥାଏ ଯେତେବେଳେ ବିଷୟବସ୍ତୁ ପଠାଯାଇଥାଏ, ଗ୍ରହଣ ହୋଇଥାଏ ଏବଂ ଷ୍ଟୋର୍‌ ହୋଇଥାଏ ।  

6. ବୁଦ୍ଧିମତ୍ତା ସଂପତ୍ତି ଅଧିକାର

ବୁଦ୍ଧିମତ୍ତା ସଂପତ୍ତି ଅଧିକାର ପ୍ରତି ସମ୍ମାନ ଦେଇଥାଉ ଏବଂ ଆପଣଙ୍କଠାରୁ ମଧ୍ୟ ତାହା ଆଶା କରିଥାଉ ।  ଆପଣଙ୍କର ସର୍ଭିସ୍‌ ବ୍ୟବହାର ଏବଂ ପ୍ରବିଷ୍ଟତାର ଏକ ସର୍ତ୍ତ ଅନୁସାରେ ଆପଣ ରାଜି ହୋଇଛନ୍ତି ଯେ ଅନ୍ୟ କୋଣସି ବୁଦ୍ଧିମତ୍ତା ସଂପତ୍ତି ଅଧିକାର ଉପରେ ଆପଣ ଦସ୍ତକ୍ଷେପ କରିବେ ନାହିଁ । ଆମ ପାଖରେ ଏହି ଅଧିକାର ସଂରକ୍ଷିତ ରହିଛି ଯେ ସ୍ୱ-ଅଧିକାର ବଳରେ, ଯେ କୌଣସି ସମୟରେ, ଆଗରୁ ନୋଟିସ୍‌ ଦେଇ କିମ୍ୱା ନଦେଇ ଆମେ କୌଣସି ୟୁଜରଙ୍କର ଆକାଉଣ୍ଟ୍‌କୁ ପ୍ରବିଷ୍ଟତା ବ୍ଲକ୍‌ କରିପାରିବୁ କିମ୍ୱା ସେହି ଆକାଉଣ୍ଟ୍‌ କୁ ବ୍ୟାଜାପ୍ତ କରିପାରିବୁ, ଯେଉଁମାନେ ଅନ୍ୟ ବୁଦ୍ଧିମତ୍ତା ସଂପତ୍ତି ଅଧିକାର କିମ୍ୱା କପିରାଇଟ୍‌ ହସ୍ତକ୍ଷେପ କରନ୍ତି କିମ୍ୱା ହସ୍ତକ୍ଷେପ କରିବାର ଅଭିଯୋଗ ରହିଛି । 

 ଆଉ ମଧ୍ୟ, ଏହି ପ୍ଲାଟ୍‌ଫର୍ମ ଏବଂ ସର୍ଭିସ୍‌ରେ ଥିବା ସମସ୍ତ ଆଇନଗତ ଅଧିକାର, ଟାଇଟିଲ୍‌, ସାର୍ଥ ଏବଂ ବୁଦ୍ଧିମତ୍ତା ସଂପତ୍ତି ( ସେହି ରାଇଟ୍‌ ଗୁଡିକ ପଞ୍ଜିକୃତ ହୋଇଥାଉ କିମ୍ୱା ହୋଇ ନଥାଉ ଏବଂ ଏହି ଦୁନିଆଁର ଯେଉଁଠାରେ ସେହି ଅଧିକାର ଥାଉ ନା କାହିଁକି) ଉପରେ କେବଳ Tik Tokର ଅଧିକାର ଏବଂ ମାଲିକାନା ରହିଛି ଏବଂ ଏହି ସର୍ତ୍ତାବଳୀ ରେ ଏଭଳି କୌଣସି ଜିନିଷ ଉଲ୍ଲେଖ ନାହିଁ  ଯାହା ଦ୍ୱାରା ଆପଣ Tik Tokର ସ୍ପଷ୍ଟ ଏବଂ ଲିଖିତ ଅନୁମତି ବିନା ଏହାର ଟ୍ରେଡ୍‌ ନାମ, ଟ୍ରେଡ୍‌ମାର୍କ, ସର୍ଭିସ ମାର୍କ୍‌, ଲୋଗୋ, ଡୋମେନ୍‌ ନାମ ଏବଂ ଅନ୍ୟ ବିଶେଷ ବ୍ରାଣ୍ଡ ବିଶେଷତା କୌଣସି ପ୍ରକାରରେ ବ୍ୟବହାର କରିପାରିବେ । 

7. ବିଷୟବସ୍ତୁ

A. Tik Tok ବିଷୟବସ୍ତୁ

ଯେପରିକି ଆପଣଙ୍କ ଏବଂ Tik Tok ଭିତରେ, ସମସ୍ତ ବିଷୟବସ୍ତୁ, ସୋଫ୍‌ଟ୍‌ୱେୟାର, ଇମେଜ୍‌, ଟେକ୍ସଟ୍‌, ଗ୍ରାଫିକ୍‌, ଇଲୁଷ୍ଟ୍ରେସେସନ୍‌, ଲୋଗୋ, ପାଟେଣ୍ଟ୍‌, ଟ୍ରେଡ୍‌ମାର୍କ, ସର୍ଭିସ୍‌ ମାର୍କ, କପି ରାଇଟ, ଫଟୋଗ୍ରାଫ୍‌, ଅଡିଓ, ଭିଡିଓ, ମ୍ୟୁଜିକ୍‌ ଏବଂ ସର୍ଭିସ୍‌ର “ଲୁକ୍‌ ଏଣ୍ଡ୍‌ ଫିଲ” ଏବଂ ସେଥିରେ ଥିବା ସମସ୍ତ ବୁଦ୍ଧିମତ୍ତା ସଂପତ୍ତି ଅଧିକାର (Tik Tok ବିଷୟବସ୍ତୁ) Tik Tok ଦ୍ୱାରା ମାଲିକାନା ପ୍ରାପ୍ତ କିମ୍ୱା ଲାସେନ୍‌ସ୍‌ ପ୍ରାପ୍ତ, ଏହା ମଧ୍ୟ ବୁଝାଯିବା ଉଚିତ ଯେ ସର୍ଭିସ୍‌ ମାଧ୍ୟମରେ  ଆପଣ ଅପଲୋଡ୍‌ କିମ୍ୱା ସଂଚାରଣ କରିଥିବା ୟୁଜର ବିଷୟବସ୍ତୁ ପାଇଁ ଆପଣ କିମ୍ୱା ଆପଣଙ୍କର ଲାଇସେନ୍‌ସର୍‌ଙ୍କର ମାଲିକାନା ରହିବ । କୌଣସି ଉଦ୍ଦେଶ୍ୟରେ Tik Tokର ବିଷୟବସ୍ତୁ କିମ୍ୱା ଅନ୍ୟ ତଥ୍ୟ, ଯାହାର ବ୍ୟବହାର ଏହି ସର୍ତ୍ତାବଳୀ ଦ୍ୱାରା ଅନୁମତି ପ୍ରାପ୍ତ ହୋଇନାହିଁ, ବ୍ୟବହାର କରିବା ସଂପୁର୍ଣ୍ଣ ଭାବରେ ନିଷିଦ୍ଧ ଅଟେ । ସେଭଳି ବିଷୟବସ୍ତୁ ଡାଉନ୍‌ଲୋଡ୍‌, କପି, ପୁନଃଉପସ୍ଥାପନ, ବିତରଣ, ସଂଚାରଣ, ପ୍ରସାରଣ, ପ୍ରଦର୍ଶନ, ବିକ୍ରୟ, ଲାଇସେନ୍‌ସ୍‌ ପ୍ରଦାନ କରିବା ନିଷିଦ୍ଧ ଅଟେ କିମ୍ୱା  ଯେଉଁଠାରେ ପ୍ରୟୋଗ ଯୋଗ୍ୟ, ଆମର କିମ୍ୱା ଆମର ଲାଇସେନ୍‌ସରଙ୍କ ବିନା ସମ୍ମତ୍ତିରେ କୌଣସି ଉଦ୍ଦେଶ୍ୟରେ ମଧ୍ୟ ବ୍ୟବହାର କରିବା ଉଚିତ ନୁହେଁ । ଯେଉଁ ଅଧିକାର ଗୁଡିକ ସେମାନଙ୍କ ବିଷୟବସ୍ତୁରେ ଦିଆଯାଇ ନାହିଁ କିମ୍ୱା  ସ୍ପଷ୍ଟ ଭାବରେ ଅନୁମୋଦନ କରାଯାଇ ନାହିଁ , ସେଭଳି ଅଧିକାରଗୁଡିକ ପାଇଁ ଆମର ଏବଂ ଆମର ଲାଇସେନ୍‌ସର ଅଧିକାର ସୁରକ୍ଷିତ ରହିଛି ।- 

ଆପଣ ସ୍ୱୀକାର କରିଛନ୍ତି ଏବଂ ରାଜି ହୋଇଛନ୍ତି ଯେ ଆପଣଙ୍କ ସର୍ଭିସ୍‌ ବ୍ୟବହାର ମାଧ୍ୟମରେ  ଆମେ ଆୟ ସୃଷ୍ଟି କରିପାରୁ, ଲୋକମାନଙ୍କ ଶୁଭେଚ୍ଛା ବୃଦ୍ଧି କରିପାରୁ କିମ୍ୱା ଅନ୍ୟଥା ଆମର ବଜାର ମୂଲ୍ୟ ବୃଡ୍ଢି କରିପାରୁ, ଉଦାହରଣ ସ୍ୱରୁପ କିନ୍ତୁ ସେଥିରେ ସିମୀତ ନୁହେଁ ବିଜ୍ଞାପନର ବିକ୍ରୟ, ପ୍ରାୟୋଜନ, ପ୍ରୋତ୍ସାହନ, ଡାଟା ବ୍ୟବହାର ଏବଂ ଗିଫ୍‌ଟ୍‌ (ନିମ୍ନରେ ବ୍ୟାଖା କରାଯାଇଛି) ଏବଂ ବିଶେଷ ଭାବରେ ଆମ ଦ୍ୱାରା ଏହି ରାଜିନାମାରେ ଅନୁମତି ଦିଆ ଯିବାକୁ ଛାଡି କିମ୍ୱା ଆମ ସହିତ କରିଥିବା ଅନ୍ୟ ରାଜିନାମାର ସର୍ତ୍ତାବଳୀ ।  ଆପଣଙ୍କର କୌଣସି ଅଧିକାର ନାହିଁ ଯେ ଆପଣ ସେଭଳି ଆୟ, ଶୁଭେଚ୍ଛା କିମ୍ୱା ମୂଲ୍ୟରୁ କୌଣସି ପ୍ରକାର ସେୟାର ପାଇବେ । ଆଉ ମଧ୍ୟ ଆପଣ ସ୍ୱୀକାର କରନ୍ତି ଯେ ଆମ ଦ୍ୱାରା ଏହି ରାଜିନାମାରେ କିମ୍ୱା ଆମ ସହିତ କରିଥିବା ଅନ୍ୟ ରାଜିନାମାର ସର୍ତ୍ତାବଳୀରେ ବିଶେଷ ଭାବରେ  ଅନୁମତି ଦିଆ ଯାଇ ନାହିଁ (i) ଆପଣଙ୍କର ଅଧିକାର ରହିବ ନାହିଁ ଯେ କୋଣସି ୟୁଜର ବିଷୟବସ୍ତୁ (ଯାହାକି ନିମ୍ନରେ ବ୍ୟାଖ୍ୟା କରାଯାଇଛି),ଆପଣଙ୍କର କୌଣସି ମ୍ୟୁଜିକାଲ୍‌ କାର୍ଯ୍ୟର ବ୍ୟବହାର, ସାଉଣ୍ଡ୍‌ ରେକର୍ଡିଙ୍ଗ୍‌ କିମ୍ୱା ସର୍ଭିସ୍‌ରେ କିମ୍ବା ମାଧ୍ୟମରେ ଉପଲବ୍‌ଧ ହୋଇଥିବା କୌଣସ୍ ଅଡିଓ-ଭିଜୁଆଲ୍‌ କ୍ଲିପ୍‌ କିମ୍ୱା ଆପଣଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା କୌଣସି ବିଷୟବସ୍ତୁ୍ରୁ କୌଣସି ଆୟ କିମ୍ୱା ଅନ୍ୟ କୌଣସି ଲାଭ ପ୍ରାପ୍ତ କରିପାରିବେ ନାହିଁ ଏବଂ (ii) ଆପଣ ଏଭଳି କିଛି ଅଧିକାର ସାବ୍ୟସ୍ତ କରିପାରିବେ ନାହିଁ ଯେ ସର୍ଭିସ୍‌ ଭିତରେ କିମ୍ୱା ଅନ୍ୟ କୌଣସି ଥାର୍ଡ୍‌ ପାର୍ଟି ସର୍ଭିସ୍‌ରେ ଥିବା କୌଣସି ୟୁଜର ବିଷୟବସ୍ତୁ ବିନିମୟରେ  ଅର୍ଥ ପ୍ରାପ୍ତ କରିପାରିବେ ନାହିଁ କିମ୍ୱା ଅନ୍ୟ କୌଣସି ଲାଭ ପ୍ରାପ୍ତ କରିପାରିବେ ନାହିଁ ।(ଉଦାହରଣ ସ୍ୱରୁପ ଆପଣ ଦାବି କରିପାରିବେ ନାହିଁ ଯେ ୟୁ ଟୁବ୍‌ ଭଳି ସୋସିଆଲ ମିଡିଆରେ ଅପଲୋଡ୍‌ କରାଯାଇଥିବା ୟୁଜର ବିଷୟବସ୍ତୁ ବିନିମୟରେ ଅର୍ଥ ପ୍ରାପ୍ତ କରିବେ)  

ଏହି ସର୍ତ୍ତାବଳୀର ନିୟମ ଏବଂ ପ୍ରାବଧାନ ଉପରେ ନିର୍ଭର କରି, ଏହି ସର୍ଭିସ୍‌ ବ୍ୟବହାର ଏବଂ ପ୍ରବିଷ୍ଟ କରିବା ପାଇଁ , ଅନୁମତି ପ୍ରାପ୍ତ ଡିଭାଇସ୍‌ରେ ପ୍ଲାଟଫର୍ମ୍‌ ଡାଉନଲୋଡ୍‌ କରିବା ପାଇଁ ଏବଂ ସର୍ଭିସ୍‌ର ବ୍ୟବହାର ମାଧ୍ୟମମରେ ଆପଣଙ୍କର ବ୍ୟକ୍ତିଗତ ଏବଂ ଅଣ-ବ୍ୟବସାୟୀକ ବ୍ୟବହାର ପାଇଁ  Tik Tok ବିଷୟବସ୍ତୁ ପ୍ରବିଷ୍ଟ କରିବା ପାଇଁ ଆପଣଙ୍କୁ ଏତଦ୍ୱାରା ଏକ ଅଣ-ବିଶେଷ, ସିମୀତ, ଅଣ-ସ୍ଥାନାନ୍ତରଣୀୟ, ଅଣ-ସବ୍‌ଲାଇସେନ୍‌ସ କାରୀ, ବ୍ୟାଜାପ୍ତ କରାଯାଇ ପାରୁଥିବା ଦୁନିଆସାରା ଲାଇସେନ୍‌ସ୍‌ ପ୍ରଦାନ କରାଯାଉଛି ଏବଂ ଏହି ଲାଇସେନ୍‌ସ୍‌ ପ୍ରଦାନ ଏହି ସର୍ତ୍ତାବଳୀର ଅନୁପାଳନ ଉପରେ ନିର୍ଭର କରେ । ଏହି ସର୍ଭିସ୍‌ରେ ଏବଂ Tik Tok ବିଷୟବସ୍ତୁରେ ଯାହା ସ୍ପଷ୍ଟ ଭାବରେ ଅନୁମତି ଦିଆଯାଇ ନାହିଁ, ସେହିପାଇଁ Tik Tok  ସମସ୍ତ ଅଧିକାର ସୁରକ୍ଷିତ ରହିଛି । ଆପଣ ଏହା ସ୍ୱୀକାର କରିଛନ୍ତି ଏବଂ ରାଜି  ହୋଇଛନ୍ତି ଯେ Tik Tok  ଯେ କୌଣସି ସମୟରେ, କୌଣସି କାରଣ ଥାଇ କିମ୍ୱା ନ ଥାଇ ଏହି ଲାଇସେନ୍‌ସ୍‌ ବ୍ୟାଜାପ୍ତ କରିପାରିବେ ।  

ସାଉଣ୍ଡ୍‌ ରେକର୍ଡିଙ୍ଗ୍‌ ଏବଂ ସେଥିରେ ଥିବା ମ୍ୟୁଜିକାଲ୍‌ ୱାର୍କ୍‌ ପାଇଁ କୌଣସି ଅଧିକାର ଲାଇସେନ୍‌ସ୍‌ ଦିଆଯାଇ ନାହିଁ, ଯାହାକି ସର୍ଭିସ୍‌ରୁ କିମ୍ବା ସର୍ଭିସ୍‌ ମାଧ୍ୟମରେ ଉପଲବ୍‌ଧ ହୋଇଛି ।

ଆପଣ ସ୍ୱୀକାର କରିଛନ୍ତି ଏବଂ ରାଜି ହୋଇଛନ୍ତି ଯେ ସର୍ଭିସ୍‌ରେ ଅନ୍ୟମାନଙ୍କ ଦ୍ୱାରା ଦିଆଯାଇଥିବା ବିଷୟ ବସ୍ତୁ ଯଦି ଆପଣ ଦେଖନ୍ତି, ତେବେ ଆପଣ ତାହା ନିଜ ରିସ୍କ୍‌ରେ ଦେଖିବେ । ଆମ ସର୍ଭିସ୍‌ରେ ଥିବା ବିଷୟବସ୍ତୁ କେବଳ ସାଧାରଣ ସୂଚନା ପାଇଁ ଦିଆଯାଇଥାଏ । ଏହାକୁ ଏକ ଉପଦେଶ ଭାବରେ ଗ୍ରହଣ କରିବା ଉଚିତ ନୁହେଁ ଯାହା ଉପରେ ଆପଣ ନିର୍ଭର କରିବେ । ଆମ ସର୍ଭିସ୍‌ରେ ଥିବା ବିଷୟବସ୍ତୁ ଉପରେ ଆଧାର କରି କୌଣସି କାର୍ଯ୍ୟ କରିବା କିମ୍ବା ନ କରିବା ପୁର୍ବରୁ ଆପଣ ପେଶାଦାର କିମ୍ୱା ବିଶେଷଜ୍ଞଙ୍କ ଉପଦେଶ ନେବା ଉଚିତ । 

ଆମେ କୌଣସି ପ୍ରତିନିଧିତ୍ୱ, ୱାରେଣ୍ଟି କିମ୍ୱା ଗ୍ୟାରେଣ୍ଟି ପ୍ରଦାନ କରୁନାହିଁ, ସ୍ପଷ୍ଟ ଭାବରେ କିମ୍ୱା ଅର୍ଥ କରୁଥିବା ଅନୁସାରେ, ଯେ କୌଣସି Tik Tok ବିଷୟବସ୍ତୁ ( ତା ସହିତ ୟୁଜର ବିଷୟବସ୍ତୁ) ହେଉଛି ସଠିକ୍‌, ସଂପୁର୍ଣ୍ଣ କିମ୍ୱା ସଦ୍ୟ-ସଂଶୋଧିତ , ଯେଉଁଠାରେ ଆମ ସର୍ଭିସ ଅନ୍ୟ ସାଇଟ୍‌ ଏବଂ ଥାର୍ଡ୍‌ ପାର୍ଟି ଦ୍ୱାରା ପ୍ରଦାନ ହୋଇଥିବା ସମ୍ବଳ ସହିତ ଲିଙ୍କ୍‌ ହୋଇଥାଏ, ସେହି ଲିଙ୍କ୍‌ଗୁଡିକ କେବଳ ଆପଣଙ୍କ ସୁଚନା ପାଇଁ ଦିଆଯାଇଥାଏ । ସେହି ସାଇଟ୍‌ର ବିଷୟବସ୍ତୁ କିମ୍ୱା ସମ୍ବଳ ଉପରେ ଆମର କୌଣସି ପ୍ରକାର ଅଧିକାର ନଥାଏ । ସେହି ଲିଙ୍କ୍‌ ୱେବ୍‌ସାଇଟ୍‌ କିମ୍ୱା ସେଥିରୁ ପ୍ରାପ୍ତ ହୋଇଥିବା ସୂଚନାଗୁଡିକ ବିଚାର କରାଯିବା ଉଚିତ ନୁହେଁ ଯେ ସେଗୁଡିକ ଆମ ଦ୍ୱାରା ଅନୁମୋଦିତ ହୋଇଛି । ଆପଣ ଏହା ସ୍ୱୀକାର କରିଛନ୍ତି ଯେ ଆପଣଙ୍କ ଦ୍ୱାରା ଏବଂ ଅନ୍ୟ ୟୁଜରଙ୍କ ଦ୍ୱାରା (ୟୁଜର୍‌ ବିଷୟବସ୍ତୁକୁ ଅନ୍ତର୍ଭୁକ୍ତ କରି) ଆମ ସର୍ଭିସ୍‌ରେ ପୋଷ୍ଟ୍‌ କରିଥିବା ବିଷୟବସ୍ତୁ କୁ  ପ୍ରି-ସ୍କ୍ରିନ୍‌, ପର୍ଯ୍ୟବେକ୍ଷଣ, ସମୀକ୍ଷା କିମ୍ୱା ଏଡିଟ୍‌ କରିବା ପାଇଁ ଆମର କିଛି ଉତ୍ତର ଦାୟିତ୍ୱ ନାହିଁ ।  

B.  ୟୁଜର-ପ୍ରସ୍ତୁତ ବିଷୟବସ୍ତୁ

ଅପଲୋଡ୍‌, ପୋଷ୍ଟ୍‌ କିମ୍ୱା ସଂଚାରଣ (ଯେପରିକି ଏକ ଷ୍ଟ୍ରିମ୍‌ ମାଧ୍ୟମରେ) କିମ୍ୱା ଅନ୍ୟଥା ସର୍ଭିସ୍‌ ମାଧ୍ୟମରେ କୌଣସି ବିଷୟବସ୍ତୁ ଉପଲବ୍‌ଧ କରିବା ପାଇଁ ସର୍ଭିସ୍‌ର ୟୁଜର୍‌ ମାନଙ୍କୁ ଅନୁମତି ଦିଆଯାଇପାରେ ।  ସେଭଳି ଅନୁମତିରେ, କୌଣସି ସିମୀତତା ନଥାଇ, କୌଣସି ଟେକ୍ସଟ୍‌, ଫଟୋଗ୍ରାଫ୍‌, ୟୁଜର୍‌ ଭିଡିଓ, ସାଉଣ୍ଡ୍‌ ରେକର୍ଡିଙ୍ଗ୍‌ ଏବଂ ସେଥିରେ ଥିବା ମ୍ୟୁଜିକାଲ ୱାର୍କ, ଆପଣଙ୍କ ବ୍ୟକ୍ତିଗତ ମ୍ୟୁଜିକ୍‌ ଲାଇବ୍ରେରୀରୁ ସ୍ଥାନୀୟ ଭାବରେ ଷ୍ଟୋର୍‌ କରାଯାଇଥିବା ସାଉଣ୍ଡ୍‌ ରେକର୍ଡିଙ୍ଗ୍‌ ଥିବା ଭିଡିଓ ଏବଂ ଶ୍ରବଣୀୟ ନୋଏଜ୍‌ (ୟୁଜର୍‌ ବିଷୟବସ୍ତୁ ମଧ୍ୟ ଅନ୍ତର୍ଗତ ଅଟେ । ଅତିରିକ୍ତ ୟୁଜର ବିଷୟବସ୍ତୁ, ଏକାଧିକ ୟୁଜର ଦ୍ୱାରା ମିଳିତ ଭାବରେ ପ୍ରସ୍ତୁତ ବିଷୟବସ୍ତୁ, ଅନ୍ୟ ୟୁଜର ସହିତ ମିଳିତ ଭାବରେ ପ୍ରସ୍ତୁତ ବିଷୟବସ୍ତୁ ପ୍ରସ୍ତୁତ କରିବା ପାଇଁ ସର୍ଭିସ୍‌ ୟୁଜର ଅନ୍ୟ ୟୁଜରଙ୍କ ବିଷୟବସ୍ତୁକୁ ସଂପୁର୍ଣ୍ଣ ଭାବରେ କିମ୍ୱା ଆଂଶିକ ଭାବରେ ଉଦ୍ଧୃତ କରିପାରନ୍ତି ।  ସର୍ଭିସ୍‌ ୟୁଜର ମଧ୍ୟ ଏହି ୟୁଜର ବିଷୟବସ୍ତୁରେ ମ୍ୟୁଜିକ୍‌, ଗ୍ରାଫିକ୍‌, ଷ୍ଟିକର୍‌, ଭର୍ଚୁଆଲ୍‌ ଆଇଟମ୍‌ ( ଯାହାକି ସପ୍ଲିମେ‌ଣ୍ଟାଲ୍‌ ଟର୍ମ- ଭର୍ଚୁଆଲ ଆଇଟମ୍‌ ପଲିସିରେ ବ୍ୟାଖ୍ୟା ଏବଂ ବର୍ଣ୍ଣନା କରାଯାଇଛି) ଏବଂ Tik Tok  ଦ୍ୱାରା ପ୍ରଦାନ କରାଯାଇଥିବା “ ଅତିରିକ୍ତ ସର୍ତ୍ତାବଳୀ – ଭର୍ଚୁଆଲ୍‌ ଆଇଟମ୍‌  ପଲିସି ଏବଂ ଅନ୍ୟ ଉପାଦାନ (“Tik Tok ଉପାଦାନ) ମିଶ୍ରଣ ଏବଂ ଓଭରଲାପ କରିପାରିବେ ଏବଂ ସର୍ଭିସ୍‌ ମାଧ୍ୟମରେ ସେହି ୟୁଜର୍‌ ବିଷୟବସ୍ତୁକୁ ସଂଚାରଣ କରିପାରିବେ ।  ୟୁଜର୍‌ ବିଷୟବସ୍ତୁରେ ଥିବା ସୂଚନା ଏବଂ ବିଷୟ, Tik Tok   ଉପାଦାନ ଥିବା ୟୁଜର ବିଷୟବସ୍ତୁ ଆମ ଦ୍ୱାରା ଯାଞ୍ଚ କରାଯାଇ ନାହିଁ କିମ୍ୱା ଅନୁମୋଦିତ ହୋଇନାହିଁ । ସର୍ଭିସ୍‌ରେ ଅନ୍ୟ ୟୁଜରଙ୍କ ଦ୍ୱାରା ଦିଆଯାଇଥିବା ମତାମତ (ଭର୍ଚୁଆଲ ଗିଫ୍‌ଟ୍‌ ବ୍ୟବହାର ମାଧ୍ୟମରେ ଅନ୍ତର୍ଗତ କରି) ଆମର ମତାମତ କିମ୍ୱା ମୁଲ୍ୟବୋଧକ ପ୍ରତିନିଧିତ୍ୱ କରେ ନାହିଁ ।  

ଆପଣ ଯେତେବେଳେ ଏକ ବିଶେଷତ୍ୱ ବ୍ୟବହାର କରନ୍ତି କିମ୍ୱା ପ୍ରବିଷ୍ଟ କରନ୍ତି ଯାହାକି ସର୍ଭିସ୍‌ ମାଧ୍ୟମରେ ୟୁଜର୍‌ ବିଷୟବସ୍ତୁ ଅପଲୋଡ କିମ୍ୱା ସଂଚାରଣ କରିବା ପାଇଁ ଅନୁମତି ଦେଇଥାଏ ( ଇନ୍‌ଷ୍ଟାଗ୍ରାମ୍‌, ଫେସ୍‌ବୁକ୍‌, ୟୁ ଟ୍ୟୁବ୍‌, ଟ୍ୱିଟର୍‌ ଭଳି ଥାର୍ଡ୍‌ ପାର୍ଟି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଅନ୍ତର୍ଭୁକ୍ତ କରି) କିମ୍ୱା ସର୍ଭିସ୍‌ ର ଅନ୍ୟ ୟୁଜର୍‌ଙ୍କ ସହିତ ସଂପର୍କ ରଖିବା ପାଇଁ ଅନୁମତି ଦେଇଥାଏ, ଆପଣ  “ଆପଣଙ୍କ ଦ୍ୱାରା ଆମର ସର୍ଭିସ୍‌ର ବ୍ୟବହାର ଏବଂ ପ୍ରବିଷ୍ଟତା” ରେ ଉଲ୍ଲେଖ ହୋଇଥିବା ମାନଦଣ୍ଡର ଅନୁପାଳନ କରିବା ନିଶ୍ଚିତ ଭାବରେ ଆବଶ୍ୟକ । ଆପଣଙ୍କର ୟୁଜର ବିଷୟବସ୍ତୁ ଏବଂ Tik Tok  ଉପାଦାନ ଥିବା ୟୁଜର୍‌ ବିଷୟବସ୍ତୁ  ଥାର୍ଡପାର୍ଟି ସାଇଟ୍‌ କିମ୍ୱା ପ୍ଲାଟ୍‌ଫର୍ମରେ ଅପଲୋଡ୍‌ କିମ୍ୱା ସଂଚାରଣ କରିବା ପାଇଁ ଆପଣ ନିଷ୍ପତ୍ତି ନେଇ ପାରନ୍ତି । ଯଦି ଆପଣ ସେଭଳି ନିଷ୍ପତ୍ତି ନିଅନ୍ତି, ଆପଣ ନିଶ୍ଚିତ ଭାବରେ ସେମାନଙ୍କର ବିଷୟବସ୍ତୁ ନିର୍ଦ୍ଦେଶାବଳୀ ଏବଂ “ଆପଣଙ୍କ ଦ୍ୱାରା ଆମର ସର୍ଭିସ୍‌ର ବ୍ୟବହାର ଏବଂ ପ୍ରବିଷ୍ଟତା” ରେ ଉଲ୍ଲେଖ ହୋଇଥିବା ମାନଦଣ୍ଡର ଅନୁପାଳନ କରିବା ଆବଶ୍ୟକ ରହିବ ।  

ଆପଣ ୱାରେଣ୍ଟି  ଦିଅନ୍ତି ଯେ ଉପରୋକ୍ତ ସେହି ମାନଦଣ୍ଡଗୁଡିକ ଅନୁପାଳନ କରିବେ ଏବଂ ସେହି ୱାରେଣ୍ଟି ର ଅବମାନନା କଲେ ଆପଣ ଆମକୁ ଉତ୍ତରଦାୟୀ ରହିବେ ଏବଂ ହୋଇଥିବା କ୍ଷତି ପୁରଣ ଦେବେ । ଏହାର ଅର୍ଥ ହେଉଛି ଯେ ଆପଣଙ୍କ ୱାରେଣ୍ଟି ଅବମାନନା ଯୋଗୁଁ  ଆମର କିଛି କ୍ଷତି କିମ୍ୱା ଅନିଷ୍ଟ ହେଲେ ଆପଣ ସେଥିପାଇଁ ଦାୟୀ ରହିବେ ।   

କୌଣସି ୟୁଜର୍‌ ବିଷୟବସ୍ତୁକୁ ଅଣ-ଗୋପନୀୟ ଏବଂ ଅଣ-ମାଲିକାନା ବିଶିଷ୍ଟ ବିଚାର କରାଯିବ । ଯେଉଁ ବିଷୟବସ୍ତୁକୁ ଆପଣ ଗୋପନୀୟ ଏବଂ ମାଲିକାନା ଯୁକ୍ତ ବିଚାର କରୁଥିବେ, ସେହି ୟୁଜର ବିଷୟବସ୍ତୁକୁ ଆପଣ ସର୍ଭିସ୍‌ରେ କିମ୍ବା ସର୍ଭିସ୍‌ ମାଧ୍ୟମରେ ପୋଷ୍ଟ କରିବେ ନାହିଁ କିମ୍ୱା ଆମକୁ ସଂଚାରଣ କରିବେ ନାହିଁ ।  ଆପଣ ଯେତେବେଳେ କୌଣସି ୟୁଜର ବିଷୟବସ୍ତୁ ସର୍ଭିସ୍‌ ମାଧ୍ୟମରେ ପ୍ରଦାନ କରନ୍ତି, ଆପଣ ରାଜି ହୁଅନ୍ତି ଏବଂ ଉପସ୍ଥାପନା କରନ୍ତି ଯେ ସେହି ୟୁଜର୍‌ ବିଷୟବସ୍ତୁରେ ଆପଣଙ୍କ ମାଲିକାନା ରହିଛି କିମ୍ୱା ବିଷୟବସ୍ତୁର ମାଲିକଙ୍କଠାରୁ ସଂପୁର୍ଣ୍ଣ ଭାବରେ କିମ୍ୱା ଆଂଶିକ ଭାବରେ ସର୍ଭିସ୍‌କୁ ପ୍ରଦାନ କରିବା ପାଇଁ , ସର୍ଭିସ୍‌ରୁ ଅନ୍ୟ ଥାର୍ଡ୍‌ପାର୍ଟିକୁ ପ୍ରସାରଣ କରିବା ପାଇଁ ଆବଶ୍ୟକ ଅନୁମତି, ଅନୁମୋଦନ କିମ୍ୱା ଅଧିକାର ପ୍ରାପ୍ତ କରିଛନ୍ତି ।  

ଯଦି କେବଳ କୌଣସି ସାଉଣ୍ଡ୍‌ ରେକର୍ଡିଙ୍ଗ୍‌ ପାଇଁ ଆପଣ ମାଲିକାନା ଅଧିକାର ପ୍ରାପ୍ତ କରିଛନ୍ତି, କିନ୍ତୁ ସେହି ସାଉଣ୍ଡ୍‌ ରେକର୍ଡିଙ୍ଗ୍‌ରେ ମିଶି ରହିଥିବା ମ୍ୟୁଜିକାଲ୍‌ ୱାର୍କ୍‌ ପାଇଁ ମାଲିକାନା ଅଧିକାର ପ୍ରାପ୍ତ କରି ନାହାନ୍ତି, ତେବେ ସେଭଳି ସାଉଣ୍ଡ୍‌ ରେକର୍ଡିଙ୍ଗ୍‌ ସର୍ଭିସ୍‌ରେ ପୋଷ୍ଟ କରନ୍ତୁ ନାହିଁ, ଯଦି ବିଷୟବସ୍ତୁର ମାଲିକଙ୍କ ଠାରୁ  ଆବଶ୍ୟକ ଅନୁମତି, ଅନୁମୋଦନ କିମ୍ୱା ଅଧିକାର ପ୍ରାପ୍ତ କରିନାହାଁନ୍ତି ।  

ଆପଣ କିମ୍ୱା ଆପଣଙ୍କର ୟୁଜର ବିଷୟବସ୍ତୁର ମାଲିକ ତଥାପି ବି ଆମକୁ ପଠାଇଥିବା ୟୁଜର ବିଷୟବସ୍ତୁ ର କପିରାଇଟ୍‌ ମାଲିକାନା ପ୍ରାପ୍ତ କରିବେ କିନ୍ତୁ ଆପଣ ସର୍ଭିସ୍‌ ମାଧ୍ୟମରେ ହିଁ ବିଷୟବସ୍ତୁକୁ ପ୍ରଦାନ କରିବାକୁ ପଡିବ । ଆପଣ ଏତଦ୍ୱାରା ଆମକୁ ସର୍ତ୍ତବିହୀନ, ଫେରସ୍ତହୋଇପାରୁ ନଥିବା, ଅଣ-ବିଶେଷ, ରୟାଲିଟି-ମୁକ୍ତ, ସଂପୁର୍ଣ୍ଣ ସ୍ଥାନାନ୍ତରଶୀଳ, ଲଗାତାର ଦୁନିଆଁସାରା ଲାଇସେନ୍‌ସ୍‌ ପ୍ରଦାନ କରିଛନ୍ତି ଯେ ଆମେ ଆପଣଙ୍କ ୟୁଜର ବିଷୟବସ୍ତୁ  ବ୍ୟବହାର, ପରିବର୍ତ୍ତନ, ଅନୁସରଣ, ପୁନଃଉତ୍ପାଦନ, ସେଥିରୁ ଆନୁସଙ୍ଗିକ କାର୍ଯ୍ୟ ପ୍ରସ୍ତୁତ, ପ୍ରକାଶନ ଏବଂ/କିମ୍ୱା କୋଣସି ଫରମାଟ୍‌ ଏବଂ କୌଣସି ଆଗରୁ ଜଣାଥିବା କିମ୍ୱା ବର୍ତ୍ତମାନରେ ପ୍ରାପ୍ତ ହୋଇଥିବା ପ୍ଲାଟ୍‌ଫର୍ମ୍‌ରେ ସଂଚାରଣ କରିପାରିବୁ ।    

ଆଉ ମଧ୍ୟ, ଆପଣଙ୍କର ୟୁଜର ନାମ, ଇମେଜ୍‌, ଭଏସ୍‌, ଏବଂ ଆପଣଙ୍କ ବିଷୟ ବସ୍ତୁକୁ ଆପଣଙ୍କୁ ଚିହ୍ନଟ କରିବାର ମାଧ୍ୟମ ହିସାବରେ ବ୍ୟବହାର କରିବା ପାଇଁ ଆପଣ ଆମକୁ ରୟାଲିଟି-ମୁକ୍ତ ଲାଇସେନ୍‌ସ୍‌ ପ୍ରଦାନ କରିଛନ୍ତି । 

କୌଣସି ଦ୍ୱନ୍ଦ ଏଡାଇବା ପାଇଁ, ଏହି ସେକ୍‌ସନ୍‌ର ପୁର୍ବବର୍ତ୍ତି ପାରା ଗୁଡିକରେ ଦିଆଯାଇଥିବା ଅଧିକାରରେ  ଏହି ସବୁ ଅନ୍ତର୍ଗତ, କିନ୍ତୁ ସେଥିରେ ସିମୀତ ନୁହେଁ, ଯେପରିକି ସାଉଣ୍ଡ୍‌ ରେକର୍ଡିଙ୍ଗ୍‌କୁ ଆଉ ଥରେ ଉତ୍ପାଦନ କରିବାର ଅଧିକାର( ସାଉଣ୍ଡ୍‌ ରେକର୍ଡିଙ୍ଗ୍‌ରେ ସାମିଲଥିବା ମ୍ୟୁଜିକାଲ୍‌ ୱାର୍କ୍‌ର ଯାନ୍ତ୍ରିକ ପୁନଃଉତ୍ପାଦନ), ସର୍ବସାଧାରଣରେ ପରଫରମାନ୍‌ସ୍‌ ଦେବା ଏବଂ ପବ୍ଲିକ୍‌ ସାଉଣ୍ଡ୍‌ ରେକର୍ଡିଙ୍ଗ୍‌ ସହିତ କନେକ୍‌ଟ୍‌ କରିବା (ଏବଂ ସେଥିରେ ସାମିଲ ଥିବା ମ୍ୟୁଜିକାଲ୍‌ ୱାର୍କ) । ଏ ସମସ୍ତ ରୟାଲିଟି-ମୁକ୍ତ ହେବ । ଏହାର ଅର୍ଥ  ହେଉଛି, ଆପଣ ଆମକୁ ଏହି ଅଧିକାର ପ୍ରଦାନ କରୁଛନ୍ତି, ଯାହାଦ୍ୱାରା ଆମେ ଆପଣଙ୍କର ୟୁଜର ବିଷୟବସ୍ତୁ କୌଣସି ଥାର୍ଡ୍‌ପାର୍ଟିକୁ ରୟାଲିଟି ନ ଦେଇ ବ୍ୟବହାର କରିପାରିବୁ, ଆଉ ମଧ୍ୟ, ଯାହାକି ଏଥିରେ ସିମୀତ ନୁହେଁ, ସାଉଣ୍ଡ୍‌ ରେକର୍ଡିଙ୍ଗ୍‌ କପିରାଇଟ୍‌ ମାଲିକ (ଯଥା ଏକ ରେକର୍ଡ ଲାବେଲ୍‌), ଏକ ମ୍ୟୁଜିକାଲ ୱାର୍କ କପିରାଇଟ୍‌ ମାଲିକ (ଯଥା ଏକ ମ୍ୟୁଜିକ ପ୍ରକାଶକ), ଏକ ପର୍‌ଫର୍ମିଙ୍ଗ ରାଇଟ୍‌ ସଂସ୍ଥା (ଯଥା ASCAP, BMI, SESAC, ପ୍ରଭୃତି) (ଏକ “PRO”), ଏକ ସାଉଣ୍ଡ୍‌ ରେକର୍ଡିଙ୍ଗ୍‌ PRO (ଯଥା ସାଉଣ୍ଡ୍‌ଏକ୍ସଚେଞ୍ଜ୍‌),କୌଣସି ୟୁନିଅନ୍‌ କିମ୍ୱା ଗିଲ୍‌ଡ୍‌ ଏବଂ ଇଞ୍ଜିନିୟର, ଉତ୍ପାଦକ କିମ୍ୱା ଅନ୍ୟ ୟୁଜର ବିଷୟବସ୍ତୁ ସୃଷ୍ଟି କରିବାରେ ସଂପୃକ୍ତ ଥିବା ଅନ୍ୟ ରୟାଲିଟି ଅଂଶଗ୍ରହଣକାରୀଙ୍କ ପାଇଁ ମଧ୍ୟ ଏ ସମସ୍ତ ରୟାଲିଟି ମୁକ୍ତ ହେବ । 

କୌଣସି ୟୁଜର-ପ୍ରସ୍ତୁତ ବିଷୟବସ୍ତୁର ସଂପୂର୍ଣ୍ଣତା, ସତ୍ୟତା,ସଠିକତା କିମ୍ୱା ବିଶ୍ୱାସ ଯୋଗ୍ୟତା ପାଇଁ  ଆମେ ସୁପାରିଶ, ସମର୍ଥନ,ପ୍ରତିନିଧିତ୍ୱ କିମ୍ୱା ଗ୍ୟାରେଣ୍ଟି ଦେଉ ନାହିଁ କିମ୍ୱା ସେଥିରେ ଦିଆଯାଇଥିବା ମନ୍ତବ୍ୟକୁ ଅନୁମୋଦନ କରୁନାହିଁ । ଆପଣ ବୁଝିଛନ୍ତି ଯେ ସର୍ଭିସ୍‌ ବ୍ୟବହାର କରି, ଆପଣ ଏଭଳି ବିଷୟବସ୍ତୁର ସଂସ୍ପର୍ଶରେ ଆସିପାରନ୍ତି ଯାହାକି ଅପମାନ ଜନକ, ଅନିଷ୍ଟକାରୀ, ଭୁଲ୍‌ କିମ୍ୱା ଅନ୍ୟଥା ଅନୁପଯୁକ୍ତ ହୋଇପାରେ କିମ୍ୱା କେତେକ କ୍ଷେତ୍ରରେ ପୋଷ୍ଟିଙ୍ଗ୍‌ ଗୁଡିକ ଭୁଲ ଭାବରେ ଲାବେଲ ହୋଇଥାଏ କିମ୍ୱା ଅନ୍ୟ ପକ୍ଷରେ ପ୍ରତାରଣା ମୁଳକ ହୋଇଥାଏ । ପ୍ରତ୍ୟେକ ବିଷୟବସ୍ତୁ ପାଇଁ ତାକୁ ସୃଷ୍ଟି କରିଥିବା ବ୍ୟକ୍ତି ହିଁ ଦାୟୀ ରହିବେ ।  

ମ୍ୟୁଜିକାଲ୍‌ ୱାର୍କ ଏବଂ ରେକର୍ଡିଙ୍ଗ୍‌ ଆର୍ଟିଷ୍ଟ୍‌ ପାଇଁ  ନିର୍ଦ୍ଦିଷ୍ଟ ନୀତି ନିୟମ. ଯଦି ଆପଣ ଜଣେ କଂପୋଜର୍‌ କିମ୍ୱା ମ୍ୟୁଜିକାଲ୍‌ ୱାର୍କ୍‌ର ଅଥର୍‌ ହୋଇଥାନ୍ତି ଏବଂ ଜଣେ  PRO ଙ୍କ ସହିତ ଅନୁବନ୍ଧିତ ହୋଇଥାନ୍ତି, ତାହାହେଲେ ଏହି ସର୍ତ୍ତାବଳୀ ଅନ୍ତର୍ଗତ ଆପଣଙ୍କର ୟୁଜର ବିଷୟବସ୍ତୁ ପାଇଁ ଆମକୁ ରୟାଲିଟି-ମୁକ୍ତ ଲାଇସେନ୍‌ସ୍‌  ଦେବା ବିଷୟରେ ଆପଣଙ୍କ PROଙ୍କୁ ନୋଟିସ୍‌ ଜାରି କରିବା ଅତ୍ୟନ୍ତ ଆବଶ୍ୟକ । ସଂପୃକ୍ତ PRO ଙ୍କ ରିପୋର୍ଟିଙ୍ଗ୍‌ ଉତ୍ତର ଦାୟିତ୍ୱର ଅନୁପାଳନ କରିବା ପାଇଁ ଆପଣ ହିଁ ଦାୟୀ ରହିବେ । ଯଦି ମ୍ୟୁଜିକ୍‌ ପବ୍ଲିସର୍‌ଙ୍କୁ ଆପଣ ଅଧିକାର ନ୍ୟସ୍ତ କରିଛନ୍ତି, ତେବେ ଏହି ସର୍ତ୍ତାବଳୀରେ ଆପଣଙ୍କ ୟୁଜର୍‌ ବିଷୟବସ୍ତୁ ପାଇଁ ଧାର୍ଯ୍ୟ କରାଯାଇଥିବା ପ୍ରାବଧାନ ଅନୁସାରେ ତାଙ୍କର ସମ୍ମତ୍ତି ପ୍ରାପ୍ତ କରିସାରିଲା ପରେ ହିଁ ଆପଣ ରୟାଲିଟି-ମୁକ୍ତ ଲାଇସେନ୍‌ସ୍‌ ପ୍ରଦାନ କରିବେ । କେବଳ ଏହି କାରଣ ଯେ ଆପଣ ମ୍ୟୁଜିକାଲ ୱାର୍କ୍‌ ଅଥର୍‌ କରିଛନ୍ତି ( ଯେପରିକି ଏଲ ଗୀତ ଲେଖିବା), ତାହାର ଅର୍ଥ ନୁହେଁ ଯେ ଏହି ସର୍ତ୍ତାବଳୀ ଅନ୍ତର୍ଗତ ଆମକୁ ରୟାଲିଟି-ମୁକ୍ତ ଲାଇସେନ୍‌ସ୍‌ ପ୍ରଦାନ କରିବାର ଆପଣଙ୍କର ଅଧିକାର ରହିଛି । ଯଦି ଆପଣ, ଏକ ନିର୍ଦ୍ଦିଷ୍ଟ ଚୁକ୍ତିନାମା ଅନ୍ତର୍ଗତ, ରେକର୍ଡ ଲାବେଲ୍‌ ଥିବା ଜଣେ ରେକର୍ଡିଙ୍ଗ୍‌ ଆର୍ଟିଷ୍ଟ୍‌ ହୋଇଥାନ୍ତି, ତେବେ ଏହା ନିଶ୍ଚିତ କରିବା ଆପଣଙ୍କର ହିଁ ଉତ୍ତରଦାୟୀତ୍ୱ ରହିବେ ଯେ ଆପଣଙ୍କ ସର୍ଭିସ୍‌ର ବ୍ୟବହାର ଆପଣଙ୍କ ରେକର୍ଡ ଲାବେଲ୍‌ ସହିତ ହୋଇଥିବା ଚୁକ୍ତିନାମା ଦାୟିତ୍ୱର ଅନୁପାଳନ ଅନୁସାରେ ହେବ । ଆପଣ ଯଦି ସର୍ଭିସ୍‌ ମାଧ୍ୟମରେ ଏକ ନୂଆ ରେକର୍ଡିଙ୍ଗ୍‌ ସୃଷ୍ଟି କରିଥିବେ ତାହା ଆପଣଙ୍କ ଲାବେଲ୍‌ ଦ୍ୱାରା ମଧ୍ୟ ଦାବି କରାଯାଇ ପାରିବ ।  

ଥ୍ରୋ-ଟୁ-ଦି-ଅଡିଏନ୍‌ସ୍‌ ରାଇଟ୍‌.  - ଏହି ସର୍ତ୍ତାବଳୀ ଅନ୍ତର୍ଗତ ଆପଣଙ୍କ ୟୁଜର ବିଷୟବସ୍ତୁ ପାଇଁ ଆପଣ ପ୍ରଦାନ କରୁଥିବା ସମସ୍ତ ଅଧିକାର ଥ୍ରୋ-ଟୁ-ଦି-ଅଡିଏନ୍‌ସ୍‌ ଆଧାରରେ ହେବ, ଏହାର ଅର୍ଥ ହେଉଛି ସର୍ଭିସ୍‌ ମାଧ୍ୟମରେ ଥାର୍ଡ୍‌ ପାର୍ଟି ସର୍ଭିସ୍‌ରେ ୟୁଜର୍‌ ବିଷୟବସ୍ତୁ ପୋଷ୍ଟେଡ୍‌ କିମ୍ୱା ବ୍ୟବହାର ହୋଇଥିବା ପାଇଁ ଥାର୍ଡ୍‌ ପାର୍ଟି ସର୍ଭିସ୍‌ର ମାଲିକ କିମ୍ୱା ଅପରେଟର୍‌ ଆପଣଙ୍କ ପ୍ରତି କିମ୍ୱା ଅନ୍ୟ କୌଣସି ଥାର୍ଡ୍‌ ପାର୍ଟି ପ୍ରତି ଅଲଗା ଭାବରେ ଉତ୍ତର ଦାୟୀ ରହିବେ ନାହିଁ ।

ୟୁଜର ବିଷୟବସ୍ତୁ ପାଇଁ ଅଧିକାର ଛାଡ କରିବା;  ସର୍ଭିସ୍‌ରେ କିମ୍ୱା ସର୍ଭିସ୍‌ ମାଧ୍ୟମରେ ୟୁଜର୍‌ ବିଷୟବସ୍ତୁ ପୋଷ୍ଟିଙ୍ଗ୍‌ କରି, ତା ସଂପର୍କିତ କୌଣସି ମାର୍କେଟିଙ୍ଗ୍‌ କିମ୍ୱା ପ୍ରୋତ୍ସାହନମୂଳକ ପଦାର୍ଥ ପାଇଁ ପୂର୍ବ-ନିରିକ୍ଷଣ କିମ୍ୱା ପୁର୍ବ-ଅନୁମୋଦନର ଅଧିକାର ଆପଣ ଛାଡ କରିଛନ୍ତି । ଆପଣଙ୍କ ୟୁଜର୍‌ ବିଷୟବସ୍ତୁ କିମ୍ୱା ତାହାର କିଛି ଅଂଶ ପାଇଁ ଆପଣ ମଧ୍ୟ କୋଣସି କିମ୍ୱା ସମସ୍ତ ଗୋପନୀୟତାର ଅଧିକାର, ପବ୍ଲିସିଟି କିମ୍ୱା ସମାନ ପ୍ରକାରର ଅନ୍ୟ କୌଣସି ଅଧିକାର ଛାଡ କରିଛନ୍ତି । ଯେଉଁ ପର୍ଯ୍ୟନ୍ତ କୌଣସି ନୈତିକ ଅଧିକାରର ମାଲିକାନା ସ୍ଥାନାନ୍ତରଣ କିମ୍ୱା ନ୍ୟସ୍ତ କରାଯାଇ ପରିବ ନାହିଁ, ଆପଣ ଏତଦ୍ୱାରା ଛାଡ କରିଛନ୍ତି ଏବଂ ରାଜି ହୋଇଛନ୍ତି ଯେ ସର୍ଭିସ୍‌ରେ କିମ୍ୱା ସର୍ଭିସ୍‌ ମାଧ୍ୟମରେ ଆପଣ ପୋଷ୍ଟ କରିଥିବା ୟୁଜର୍‌ ବିଷୟବସ୍ତୁ ପାଇଁ   କୌଣସି ଏବଂ ସମସ୍ତ ନୈତିକ ଅଧିକାର ଦାବି କରିବେ ନାହିଁ କିମ୍ୱା ତା ଉପରେ ଆଧାର କରୁଥିବା କୌଣସି ପଦକ୍ଷେପ ସମର୍ଥନ କରିବେ ନାହିଁ, ବଜାୟ ରଖିବେ ନାହିଁ କିମ୍ୱା ଅନୁମତି ଦେବେ ନାହିଁ ।   

କୌଣସି ଥାର୍ଡ୍‌ ପାର୍ଟିଙ୍କୁ ଆପଣଙ୍କ ପରିଚୟ ଖଲାସ କରିବାପାଇଁ ଆମର ଅଧିକାର ରହିଛି, ଯେ କି ଦାବି କରୁଛନ୍ତି ଯେ ଆମର ସର୍ଭିସ୍‌ରେ ଆପଣ ପୋଷ୍ଟ କିମ୍ୱା ଅପଲୋଡ୍‌ କରିଥିବା କୋଣସି ୟୁଜର ବିଷୟବସ୍ତୁ ସେମାନଙ୍କର ବୁଦ୍ଧିମତ୍ତା ସଂପତ୍ତି ଅଧିକାର କିମ୍ୱା ସେମାନଙ୍କର ଗୋପନୀୟତାର ଅଧିକାରର ଅବମାନନା କରୁଛି । 

ଆମେ କିମ୍ୱା ଆମର ଅଧିକାର ପ୍ରାପ୍ତ ଥାର୍ଡ୍‌ ପାର୍ଟି ଆମର କିମ୍ୱା ସେମାନଙ୍କର ସ୍ୱ-ଅଧିକାର ବଳରେ ଆପଣଙ୍କ ବିଷୟବସ୍ତୁକୁ  କଟ୍‌, କ୍ରପ୍‌ ଏଡିଟ୍‌ କରିପାରିବେ କିମ୍ୱା ପ୍ରକାଶନ ପାଇଁ ମଧ୍ୟ ମନା କରିପାରିବେ ।                                                                                                                   ଆମର ଅଧିକାର ରହିଛି ଯେ ଆମ ସର୍ଭିସ୍‌ରେ ଆପଣ କରିଥିବା କୌଣସି ପୋଷ୍ଟିଙ୍ଗ୍‌ ହଟାଇ ପାରିବୁ, ମନୁମତି ମନା କରିପାରିବୁ, ବ୍ଲକ୍‌ କିମ୍ୱା ବିଲୁପ୍ତ କରିପାରିବୁ, ଯଦି, ଆମର ମତାମତ ଅନୁସାରେ ଆମେ ବିଚାର କରିବୁ ଯେ ଆପଣଙ୍କ ପୋଷ୍ଟ ଉପରୋକ୍ତରେ ଉଲ୍ଲେଖଥିବା “ ଆପଣଙ୍କ ଦ୍ୱାରା ଆମ ସର୍ଭିସ୍‌ ବ୍ୟବହାର ଏବଂ ପ୍ରବିଷ୍ଟତା” ରେ ଧାର୍ଯ୍ୟ କରାଯାଇଥିବା ମାନଦଣ୍ଡର ଅବମାନନା କରୁଛି । ଏହା ବ୍ୟତିତ, ଆମର ଅଧିକାର, କିନ୍ତୁ ଉତ୍ତର ଦାୟିତ୍ୱ ନୁହେଁ, ରହିଛି ଯେ ଆମର ସ୍ୱ-ଅଧିକାର ବଳରେ କୌଣସି ୟୁଜର ବିଷୟବସ୍ତୁକୁ ହଟାଇ ପାରିବୁ, ଅନୁମତି ଦେବୁ ନାହିଁ, ବ୍ଲକ୍‌ କିମ୍ୱା ବିଲୁପ୍ତ କରିପାରିବୁ (i) ଯଦି ଆମେ ବିଚାର କରିବୁ ଯେ ଏହି ସର୍ତ୍ତାବଳୀର ଅବମାନନା ହୋଇଛି କିମ୍ୱା (ii) ଅନ୍ୟ ୟୁଜର କିମ୍ୱା ଥାର୍ଡ୍‌ ପାର୍ଟିଙ୍କ ଅଭିଯୋଗ କ୍ରମେ ନୋଟିସ୍‌ ଦେଇ କିମ୍ୱା ନୋଟିସ୍‌ ନ ଦେଇ, ଆପଣଙ୍କ ପ୍ରତି କୌଣସି ଉତ୍ତର ଦାୟିତ୍ୱ ନ ଥାଇ ।    

ଫଳରେ, ଆମେ ସୁପାରିଶ କରୁଛୁ ଯେ ଯଦି ଆପଣ ନିଶ୍ଚିତ କରିବାକୁ ଚାହୁଁଛନ୍ତି ଯେ ସେଭଳି ୟୁଜର ବିଷୟବସ୍ତୁକୁ ଆପଣଙ୍କର ସ୍ଥାୟୀ ଭାବରେ ପ୍ରବିଷ୍ଟତା ରହିବ, ତେବେ ଆପଣଙ୍କ ବ୍ୟକ୍ତିଗତ ଡିଭାଇସ୍‌ରେ ସର୍ଭିସ୍‌କୁ ପୋଷ୍ଟ କରିଥିବା ୟୁଜର ବିଷୟବସ୍ତୁର କପି ସେଭ୍‌ କରି ରଖନ୍ତୁ । କୌଣସି ୟୁଜର୍‌ ବିଷୟବସ୍ତୁରର ସଠିକତା,ସଚ୍ଚୋଟତା, ଉପଯୁକ୍ତତା କିମ୍ୱା ଗୁଣମାନ ପାଇଁ ଆମେ ଗ୍ୟାରେଣ୍ଟି ଦେଉ ନାହିଁ ଏବଂ କୌଣସି ପରିସ୍ଥିତିରେ ମଧ୍ୟ କୌଣସି ୟୁଜର ବିଷୟବସ୍ତୁ ପାଇଁ ଆମେ ଉତ୍ତରଦାୟୀ ରହିବୁ ନାହିଁ । 

ଏହା ଆପଣ ହିଁ  ନିୟନ୍ତ୍ରଣ କରିବେ ଯେ ଆପଣଙ୍କର ୟୁଜର୍‌ ବିଷୟବସ୍ତୁ ସର୍ଭିସ୍‌ର ଅନ୍ୟ ସମସ୍ତ ୟୁଜର ମାନଙ୍କୁ ସର୍ବସାଧାରଣ ଭାବରେ ଉପଲବ୍‌ଧ ରହିବ କିମ୍ୱା ଆପଣ ଅନୁମୋଦନ କରୁଥିବା ୟୁଜରମାନଙ୍କୁ ହିଁ ଉପଲବ୍‌ଧ ରହିବ । ଆପଣଙ୍କ ୟୁଜର ବିଷୟବସ୍ତୁକୁ ପ୍ରବିଷ୍ଟତା ସିମୀତ କରିବା ପାଇଁ, ପ୍ଲାଟ୍‌ଫର୍ମ୍‌ରେ ଉପଲବ୍‌ଧ ଗୋପନୀୟ ସେଟିଙ୍ଗ୍‌ ଆପଣ ଚୟନ କରିବା ଆବଶ୍ୟକ ରହିବ ।   

ୟୁଜର୍‌ଙ୍କ ଦ୍ୱାରା ପ୍ରଦାନ ହୋଇଥିବା କୌଣସି ବିଷୟବସ୍ତୁ ଏବଂ ଆମ ଦ୍ୱାରା କିମ୍ୱା ଆମ ଦ୍ୱାରା ଅନୁମତି ପ୍ରାପ୍ତ ଥାର୍ଡ୍‌ ପାର୍ଟି ଦ୍ୱାରା ପ୍ରକାଶିତ ହୋଇଥିବା ବିଷୟବସ୍ତୁ ପ୍ରତି ଆମର କୌଣସି ପ୍ରକାର ଉତ୍ତର ଦାୟିତ୍ୱ ରହିବ ନାହିଁ । 

ଅନ୍ୟ ୟୁଜର୍‌ଙ୍କ ଦ୍ୱାରା ଅପ୍‌ଲୋଡ୍‌ ହୋଇଥିବା ସୂଚନା ଏବଂ ବି‌ଷୟବସ୍ତୁ ବିଷୟରେ ଆପଣ ଯଦି ଅଭିଯୋଗ କରିବାକୁ ଚାହାଁନ୍ତି, ତେବେ ଦୟାକରି : https://www.tiktok.com/legal/report/feedback ରେ ଆମ ସହିତ ସଂପର୍କ କରନ୍ତୁ ।   

କୌଣସି ହସ୍ତକ୍ଷେପ କରୁଥିବା ବିଷୟ ବସ୍ତୁ ବିଷୟରେ ଆମେ ଜାଣିବାକୁ ପାଇଲେ, ତାକୁ ହଟାଇବା ପାଇଁ Tik Tok ତୁରନ୍ତ ଉପଯୂକ୍ତ ପଦକ୍ଷେପ ନେବ । ଉପଯୁକ୍ତ ପରିସ୍ଥିତିରେ ଏବଂ ଏହାର ସ୍ୱ-ଅଧିକାର ବଳରେ, ଏହା Tik Tok  ପଲିସି ରହିଛି ଯେ ସର୍ଭିସ୍‌ ୟୁଜରଙ୍କର ଆକାଉଣ୍ଟ୍‌ ଅକ୍ଷମ କରିଦେବୁ କିମ୍ୱା ବ୍ୟାଜାପ୍ତ କରିଦେବୁ ଯଦି ଜଣେ ବ୍ୟକ୍ତି ଅନ୍ୟ ମାନଙ୍କର କପିରାଇଟ୍‌ କିମ୍ୱା ବୁଦ୍ଧିମତ୍ତା ସଂପତ୍ତି ଅଧିକାରରେ ବାରମ୍ୱାର ହସ୍ତକ୍ଷେପ କରୁଛି ।    

ଯଦିଓ ଆମର ଷ୍ଟାଫ୍‌ ଆମର ପ୍ରଡକ୍‌ଟ୍‌ ଚିନ୍ତାଧାରା ଏବଂ ବିଶେଷତା ପ୍ରସ୍ତୁତ ଏବଂ ମୂଲ୍ୟାଙ୍କନ କରିବା ପାଇଁ ଲଗାତାର ଭାବରେ କାର୍ଯ୍ୟ କରୁଛନ୍ତି, ଆମେ ଗର୍ବ ଅନୁଭବ କରୁଛୁ ଯେ ୟୁଜରଙ୍କଠାରୁ କୌଣସି ପ୍ରକାର ଆଗ୍ରହ, ମତାମତ, ମନ୍ତବ୍ୟ ଏବଂ ପ୍ରସ୍ତାବ ପ୍ରତି ଧ୍ୟାନ ରଖିଥାଉ ।  ଆପଣ ଯଦି କୌଣସି ପ୍ରଡକ୍‌ଟ୍‌, ସର୍ଭିସ୍‌, ବିଶେଷତା, ପରିବର୍ତ୍ତନ, ଉନ୍ନତ୍ତି, ବିଷୟବସ୍ତୁ, ଉନ୍ନତ୍ତତର କରିବା, ଟେକ୍‌ନୋଲୋଜି, ବିଷୟବସ୍ତୁ ଅଫରିଙ୍ଗ୍‌( ଯେପରିକି ଅଡିଓ, ଭିଜୁଆଲ, ଗେମ୍‌, କିମ୍ୱା ଅନ୍ୟ ପ୍ରକାରର ବିଷୟବସ୍ତୁ), ପ୍ରୋତ୍ସାହନ, କୌଶଳ କିମ୍ବା ପ୍ରଡକ୍‌ଟ୍‌/ବିଶେଷତା ନାମ କିମ୍ବା ଅନ୍ୟ ସଂପର୍କିତ ଡକୁମେଣ୍ଟେସନ୍‌, ଆର୍ଟ୍‌ୱାର୍କ, କଂପ୍ୟୁଟର୍‌ କୋଡ୍‌, ଡାଏଗ୍ରାମ୍‌, କିମ୍ୱା ଅନ୍ୟ ବିଷୟବସ୍ତୁ (ସାମୁହିକ ଭାବରେ “ଫିଡ୍‌ବ୍ୟାକ”), ଆପଣଙ୍କର ଯୋଗାଯୋଗ ଯାହା କହୁ ନା କାହିଁକି, ବିଷୟରେ ଚିନ୍ତାଧାରା ଆମକୁ କିମ୍ୱା ଆମ କର୍ମଚାରୀଙ୍କୁ ପଠାନ୍ତି, ତେବେ ନିମ୍ନଲିଖିତ ସର୍ତ୍ତାବଳୀ ପ୍ରୟୋଗ ରହିବ, ଯେପରିକି ଭବିଷ୍ୟତରେ କୌଣସି ଭୁଲ୍‌ ବୁଝାମଣା ଏଡାଯାଇ ପାରିବ । ସେ ଅନୁସାରେ, ଆମକୁ ମତାମତ ପଠାଇ, ଆପଣ ରାଜି ହୋଇଛନ୍ତି ଯେ: 

(i) ସମୀକ୍ଷା କରିବା, ବିଚାର କରିବା କିମ୍ୱା ଆପଣଙ୍କର ମତାମତ କାର୍ଯ୍ୟକାରୀ କରିବା କିମ୍ୱା କୌଣସି କାରଣରୁ ମତାମତର ସମସ୍ତ କିମ୍ୱା କିଛି ଅଂଶ ଫେରସ୍ତ କରିବା ପାଇଁ Tik Tokର କୌଣସି ଉତ୍ତରଦାୟିତ୍ୱ ନାହିଁ 

ii. ଯଦି ଫିଡ୍‌ବ୍ୟାକ୍‌ (ମତାମତ) ଅଣ-ଗୋପନୀୟ ଭାବରେ ଆମ ପାଖକୁ ପଠାହୋଇଛି, ଆମର କୌଣସି ଦାୟିତ୍ୱ ରହିବ ନାହିଁ ଯେ ଆପଣ ପଠାଇଥିବା ଫିଡ୍‌ବ୍ୟାକ୍‌କୁ ଗୋପନୀୟ ରଖିବୁ କିମ୍ୱା କୌଣସି ପ୍ରକାରରେ ବ୍ୟବହାର କରିବା କିମ୍ୱା ଖଲାସ କରିବାରୁ ନିବୃତ ରହିବୁ । 

iii.  ଆପଣ ଆମକୁ ଲଗାତାର ଏବଂ ଅସୀମ ଏବଂ ଫେରସ୍ତ ହୋଇ ପାରୁ ନଥିବା ଅନୁମତି ଦେଇଛନ୍ତି ଯେ  ଆମେ କୌଣସି ଉଦ୍ଦେଶ୍ୟରେ, କୌଣସି ନିୟନ୍ତ୍ରଣ ନଥାଇ, ମାଗଣାରେ, କୌଣସି ପ୍ରକାର ସ୍ୱୀକାରୋକ୍ତି ଦେବା ଆବଶ୍ୟକ ନହୋଇ ଦେଇଥିବା ଫିଡ୍‌ବ୍ୟାକ୍‌ (ମତାମତ) କୁ ପୁନଃଉପସ୍ଥାପନ, ବିତରଣ, ଆନୁସଙ୍ଗିକ କାର୍ଯ୍ୟ ସୃଷ୍ଟି, ସର୍ବସାଧାରଣକୁ ଜଣାଇବା, ଉପଲବ୍‌ଧ କରାଇବା, ସର୍ବ ସାଧାରଣ ଡିସ୍‌ପ୍ଲେ, ଫିଡ୍‌ବ୍ୟାକ୍‌ ଏବଂ ଏହାର ଉଦ୍ଧୃତକୁ ଅନ୍ୟଥା ବ୍ୟବହାର ଏବଂ ଉପଯୋଗ କରି ପାରିବୁ । ଆଉ ମଧ୍ୟ ଏହି ପ୍ରକାର ଅନୁମତି ବଳରେ, ପ୍ରାପ୍ତ ହୋଇଥିବା ଫିଡ୍‌ବ୍ୟାକ୍‌(ମତାମତ) ସଂପୁର୍ଣ୍ଣ ଭାବରେ କିମ୍ୱା ଆଂଶିକ ଭାବରେ, ତାହାର ମୂଳ ରୁପରେ କିମ୍ୱା ପରିବର୍ତ୍ତିତ ରୁପରେ ପ୍ରସ୍ତୁତ କରିପାରିବୁ, ବିକ୍ରୟ କରିପାରିବୁ କିମ୍ୱା ବିକ୍ରୟ ପାଇଁ ଅଫର କରିପାରିବୁ, ଆମଦାନୀ ଏବଂ ବ୍ୟବସାୟୀକ ପ୍ରଡକ୍‌ଟ୍‌ ଏବଂ ସର୍ଭିସ୍‌ ପ୍ରୋତ୍ସାହନ କରିପାରିବୁ ।  

8. ଇଣ୍ଡେମ୍‌ନିଟି (କ୍ଷତିପୁରଣ ଦେବା)

ଆପଣ ରାଜି ହୋଇଛ‍ନ୍ତି ଯେ ଆପଣ Tik Tok, ଏହାର ମୂଳ କଂପାନୀ, ସବ୍‌ସିଡିଆରି (ଅଧିନସ୍ଥ ସଂସ୍ଥା) ଏବଂ ଅନୁବନ୍ଧିତ ସଂସ୍ଥା  ଏବଂ ସେମାନଙ୍କର ସଂପୃକ୍ତ ଅଫିସର୍‌ , ଡାଇରେକ୍‌ଟର୍‌ , କର୍ମଚାରୀ, ଏଜେଣ୍ଟ୍‌ ଏବଂ ପରାମର୍ଶଦାତାମାନଙ୍କୁ କୌଣସି ଏବଂ ସମସ୍ତ ଦାବି, ଦାୟିତ୍ୱ, ମୂଲ୍ୟ ଏବଂ ଖର୍ଚ୍ଚ, ଏସବୁ ମଧ୍ୟ ଅନ୍ତର୍ଗତ କରି, କିନ୍ତୁ ସେଥିରେ ସିମୀତ ନୁହେଁ, ଓକିଲ ଫିଜ୍‌ ଏବଂ ଅନ୍ୟ ଖର୍ଚ୍ଚ, ଏହି ସର୍ତ୍ତାବଳୀ ଅନ୍ତର୍ଗତ ୱାରେଣ୍ଟି, ଉପସ୍ଥାପନା, ଦାୟିତ୍ୱରେ ଅବମାନନା, ଆପଣଙ୍କ ଆକାଉଣ୍ଟ୍‌ ଆପଣଙ୍କ ଦ୍ୱାରା କିମ୍ୱା ଅନ୍ୟ ୟୁଜରଙ୍କ ଦ୍ୱାରା ବ୍ୟବହାର ହେଲାବେଳେ ସର୍ତ୍ତାବଳୀର କୌଣସି ପ୍ରକାର ଅବମାନନା ପ୍ରଭୃତିରୁ ସୁରକ୍ଷିତ ରଖିବେ, କ୍ଷତିପୁରଣ ଦେବେ ଏବଂ ନିର୍ଦ୍ଦୋଷ ବିଚାର କରିବେ ।   

9. ୱାରେଣ୍ଟି ପରିସର ବହିର୍ଭୁତ

ଏହି ସର୍ତ୍ତାବଳୀରେ ଥିବା କୌଣସି ପ୍ରାବଧାନ କୌଣସି ସଂସଦୀୟ ଅଧିକାରକୁ  ପ୍ରଭାବିତ କରିବ ନାହିଁ ଯାହାକି ପରିବର୍ତ୍ତନ କିମ୍ୱା ଛାଡ କରିବା ପାଇଁ ଚୁକ୍ତିଗତ ଭାବରେ ରାଜି ହୋଇପାରିବେ ନାହିଁ ଏବଂ ଜଣେ ଉପଭୋକ୍ତା ଭାବରେ ଆଇନଗତ ଭାବରେ ପ୍ରାପ୍ତ କରିବା ପାଇଁ ସବୁବେଳେ ଯୋଗ୍ୟ ବିବେଚିତ ହେବେ । ଏହି ସର୍ଭିସ”ମୂଳ ରୁପରେ” ପ୍ରଦାନ କରାଯାଇ ଥାଏ ଏବଂ ସେଗୁଡିକ ସଂପର୍କରେ ଆମେ କୌଣସି ୱାରେଣ୍ଟି କିମ୍ୱା ପ୍ରତିନିଧିତ୍ୱ ଦେଉ ନାହିଁ । ନିର୍ଦ୍ଦିଷ୍ଟ ଭାବରେ, ଆମେ ପ୍ରତିନିଧିତ୍ୱ କରୁନାହିଁ କିମ୍ୱା ୱାରେଣ୍ଟି ଦେଉ ନାହିଁ ଯେ: 

  • ଆପଣଙ୍କର ଏହି ସର୍ଭିସ୍‌ ବ୍ୟବହାର ଆପଣଙ୍କର ଆବଶ୍ୟକତା ପୁରଣ କରିବ;
  • ଆପଣଙ୍କର ଏହି ସର୍ଭିସ୍‌ ବ୍ୟବହାର ଅନବରତ, ସମୟ ମୁତାବକ, ସୁରକ୍ଷିତ କିମ୍ୱା ତୃଟି ମୁକ୍ତ ରହିବ; ଏହି ସର୍ଭିସ୍‌ ବ୍ୟବହାର ମାଧ୍ୟମରେ ଆପଣ ପ୍ରାପ୍ତ କରିଥିବା ସୁଚନା ସଠିକ୍‌ କିମ୍ୱା ବିଶ୍ୱାସଯୋଗ୍ୟ ହେବ ଏବଂ
  • ସର୍ଭିସ୍‌ର ଅଂଶ ବିଶେଷ ଭାବରେ ଆପଣଙ୍କୁ ଦିଆ ଯାଇଥିବା ସୋଫ୍‌ଟ୍‌ୱେୟାର୍‌ର କାର୍ଯ୍ୟକାରିତା କିମ୍ୱା ଅପରେସନ୍‌ରେ ହେଉଥିବା ପ୍ରଭାବକୁ ଠିକ୍‌ କରାଯିବ ।

କୌଣସି ପରିସ୍ଥିତି, ୱାରେଣ୍ଟି କିମ୍ୱା ଅନ୍ୟ ସର୍ତ୍ତାବଳୀ ( ସନ୍ତୋଷ ଜନକ ଗୁଣବତ୍ତା, ଉଦ୍ଦେଶ୍ୟ ପାଇଁ ଫିଟ୍‌ନେସ୍‌ କିମ୍ୱା ବର୍ଣ୍ଣନା ସହିତ ମ୍ୟାଚ୍‌ କରିବା) ସର୍ଭିସ୍‌ ପ୍ରତି ଲାଗୁ ରହିବ, ସେହି ପର୍ଯ୍ୟନ୍ତ ଛାଡି ଯେ ଏହି ସର୍ତ୍ତାବଳୀରେ ସ୍ପଷ୍ଟ ଭାବରେ ଉଲ୍ଲେଖ ହୋଇଛି । ନୋଟିସ୍‌ ନଦେଇ ଯେ କୌଣସି ସମୟରେ ବ୍ୟବସାୟିକ ଏବଂ ଅପରେସନ୍‌ କାରଣରୁ ଆମ ପ୍ଲାଟଫର୍ମ୍‌ର କିଛି ଅଂଶ କିମ୍ୱା ସମସ୍ତ ପରିବର୍ତ୍ତନ, ବ୍ୟାଜାପ୍ତ ,ପ୍ରତ୍ୟାହାର କିମ୍ୱା ନିୟନ୍ତ୍ରଣ କରିପାରିବୁ । 

10. ଦାୟିତ୍ୱର ସିମୀତତା

ଏହି ସର୍ତ୍ତାବଳୀରେ କୌଣସି ପ୍ରାବଧାନ ନାହିଁ, ଆଇନଗତ ଭାବରେ ବର୍ଜିତ ହୋଇ ନଥିବା କିମ୍ୱା ଆଇନ ଅନୁସାରେ ସିମୀତ ହୋଇ ନଥିବା କ୍ଷତି ପାଇଁ ଆମର ଦାୟିତ୍ୱକୁ ବର୍ଜିତ କରିବ କିମ୍ୱା ସିମୀତ କରିବ ।  ଏଥିରେ, ଆମର ଅବହେଳା କିମ୍ବା ଆମର କର୍ମଚାରୀ, ଏଜେଣ୍ଟ୍‌ କିମ୍ୱା ସବ୍‌କଣ୍ଟ୍ରାକ୍‌ଟର୍‌ଙ୍କ ଅବହେଳା ଏବଂ ଜାଲିଆତି କିମ୍ୱା ଜାଲିଆତିମୂଳକ ଭୁଲ ଉପସ୍ଥାପନା ଯୋଗୁଁ ହୋଇଥିବା ମୃତ୍ୟୁ କିମ୍ୱା ବ୍ୟକ୍ତିଗତ ଆହତ ଯୋଗୁଁ ସୃଷ୍ଟି ହେଉଥିବା ଦାୟିତ୍ୱ ଅନ୍ତର୍ଗତ ।  

ଉପରୋକ୍ତ ପାରାଗ୍ରାଫ୍‌ ଉପରେ ଆଧାର କରି, ଆମେ ନିମ୍ନଲିଖିତ ପାଇଁ ଦାୟୀ ରହିବୁ ନାହିଁ:  

ଲାଭରେ କୌଣସି କ୍ଷୟ ( ପ୍ରତ୍ୟେକ୍ଷରେ ହେଉ କିମ୍ୱା ପରୋକ୍ଷରେ ହେଉ); (II) କୌଣସି ଭଲ ଧାରଣାର କ୍ଷୟ; (III) କୌଣସି ସୁଯୋଗର କ୍ଷୟ; (IV) ଆପଣଙ୍କ ଦ୍ୱାରା କୌଣସି ଡାଟା କ୍ଷୟ; କିମ୍ୱା (V) କୌଣସି ପରୋକ୍ଷ କିମ୍ୱା ବିଶେଷ ପରିସ୍ଥିତିଗତ କ୍ଷୟ ଯାହାକି ଆପଣ ସହ୍ୟ କରିଥିବେ । ଅନ୍ୟ କୌଣସି କ୍ଷୟ ଏହି ପରିମାଣରେ ସିମୀତ ରହିବ ଯାହାକି ବିଗତ 12 ମାସ ଭିତରେ ଆପଣ Tik Tok କୁ ପୈଠ କରିଛନ୍ତି ।  

ଅନ୍ୟ କୌଣସି କ୍ଷୟ କିମ୍ୱା କ୍ଷୟକ୍ଷତି ଯାହାକି ନିମ୍ନଲିଖିତ କାରଣ ଯୋଗୁଁ ଆପଣ ସହ୍ୟ କରିଛନ୍ତି : 

  • କୌଣସି ବିଜ୍ଞାପନର ଉପସ୍ଥିତି, ସଠିକତା, ସଂପୁର୍ଣ୍ଣତା ଉପରେ ଆପଣ ରଖିଥିବା କୌଣସି ବିଶ୍ୱାସଶୀଳତା କିମ୍ୱା ଆପଣଙ୍କ ଭିତରେ ଏବଂ କୌଣସି ବିଜ୍ଞାପକ କିମ୍ୱା ପ୍ରାୟୋଜକ ଭିତରେ ଥିବା କୌଣସି ସଂପର୍କ କିମ୍ୱା କାରବାର ଯୋଗୁଁ ହୋଇଥିବା କ୍ଷତି ଯାହାର ବିଜ୍ଞାପନ ସର୍ଭିସ୍‌ରେ ଦେଖା ଦେଇଛି;
  • ଆମ ସର୍ଭିସ୍‌ରେ ଆମେ କରିଥିବା କୌଣସି ପରିବର୍ତ୍ତନ କିମ୍ୱା ସର୍ଭିସ୍‌ ର ପ୍ରାବଧାନ (କିମ୍ୱା ସର୍ଭିସ୍‌ରେ ଥିବା କୌଣସି ବିଶେଷତା)  ସ୍ଥାୟୀ କିମ୍ୱା ଅସ୍ଥାୟୀ ଭାବରେ ସ୍ଥଗିତ ରହିବା ।  
  • ଆପଣଙ୍କର ସର୍ଭିସ୍‌ ବ୍ୟବହାର ଦ୍ୱାରା କିମ୍ୱା ମାଧ୍ୟମରେ ରକ୍ଷଣ କିମ୍ୱା ସଂଚାରଣ କରାଯାଇଥିବା  କୌଣସି ବିଷୟବସ୍ତୁ ଏବଂ ଅନ୍ୟ ଯୋଗାଯୋଗ ଡାଟା ବିଲୁପ୍ତ, ନଷ୍ଟ, ରକ୍ଷଣ ବିଫଳତା ଯୋଗୁଁ ହୋଇଥିବା କ୍ଷୟ ।
  • ଅନ୍ୟ ୟୁଜରଙ୍କର କୌଣସି କାର୍ଯ୍ୟ କିମ୍ୱା ବ୍ୟବହାର ଯୋଗୁଁ ହୋଇଥିବା କ୍ଷତି;
  • ଆମକୁ ସଠିକ୍‌ ଆକାଉଣ୍ଟ୍‌ ସୂଚନା ଦେବାରେ ଆପଣଙ୍କର ବିଫଳତା ଯୋଗୁଁ ହୋଇଥିବା କ୍ଷତି;
  • ଆପଣଙ୍କର ପାସ୍‌ୱାର୍ଡ୍‌ କିମ୍ୱା ଆକାଉଣ୍ଟ୍‌ ବିବରଣ ସୁରକ୍ଷିତ ଏବଂ ଗୋପନୀୟ ରଖିବାରେ ଆପଣଙ୍କ ବିଫଳତା ଯୋଗୁଁ ହୋଇଥିବା କ୍ଷତି;

ଦୟାକରି ନୋଟ୍‌ କରନ୍ତୁ ଯେ କେବଳ ଘରୋଇ ଏବଂ ବ୍ୟକ୍ତିଗତ ବ୍ୟବହାର ପାଇଁ ଆମେ ଆମର ପ୍ଲାଟ୍‌ଫର୍ମ ପ୍ରଦାନ କରିଥାଉ । ଆପଣ ରାଜି ହୋଇଛନ୍ତି ଯେ କୌଣସି ବାଣିଜ୍ୟ କିମ୍ୱା ବ୍ୟବସାୟୀକ ଉଦ୍ଦେଶ୍ୟରେ ଆପଣ ଆମର ପ୍ଲାଟଫର୍ମ ବ୍ୟବହାର କରିବେ ନାହିଁ । ଲାଭରେ କୌଣସି କ୍ଷୟ, ବ୍ୟବସାୟରେ କ୍ଷୟ, ଲୋକଙ୍କ ଭଲ ଧାରଣାରେ କ୍ଷୟ କିମ୍ୱା ବ୍ୟବସାୟ ଖ୍ୟାତିରେ କ୍ଷୟ, ବ୍ୟବସାୟରେ ପ୍ରତିବନ୍ଧକ ସୃଷ୍ଟି ହେବା, ବ୍ୟବସାୟୀକ ସୁଯୋଗରେ କ୍ଷୟ ହେବା କ୍ଷେତ୍ରରେ ଆମର କିଛି ଉତ୍ତର ଦାୟିତ୍ୱ ନାହିଁ ।  

ଆମେ ଯୋଗାଣ କରିଥିବା ଡିଜିଟାଲ୍‌ ବିଷୟବସ୍ତୁ କିମ୍ୱା ଆପଣଙ୍କର କୌଣସି ଡିଜିଟାଲ୍‌ ବିଷୟବସ୍ତୁ ଯଦି ତୃଟି ପୁର୍ଣ୍ଣ ହୋଇଥାଏ ଏବଂ ଆମର ଉପଯୁକ୍ତ ଯତ୍ନ ଏବଂ କାର୍ଯ୍ୟକୌଶଳ ବ୍ୟବହାର କରିବାର  ବିଫଳତା ଯୋଗୁଁ ହୋଇଥାଏ, ଆମେ ହୋଇଥିବା କ୍ଷୟକ୍ଷତିକୁ ରିପେୟାର୍‌ କରିବୁ କିମ୍ୱା ସେଥିପାଇଁ କ୍ଷତିପୁରଣ ଦେବୁ । ଅବଶ୍ୟ, ଏହି ପ୍ରକାର କ୍ଷୟ କ୍ଷତି ପାଇଁ ଆମେ ଦାୟୀ ରହିବୁ ନାହିଁ ଯାହାକି ଆପଣଙ୍କୁ ମାଗଣାରେ ଅଫର କରାଯାଇଥିବା ଅଧୁନାତିତ ସମାଧାନର ପରାମର୍ଶ ଅନୁସରଣ କରି ଆପଣ ଏଡାଇ ପାରିଥାନ୍ତେ କିମ୍ୱା ଏହି ପ୍ରକାର କ୍ଷୟ କ୍ଷତି ପାଇଁ ଆମେ ଦାୟୀ ରହିବୁ ନାହିଁ ଯାହାକି  ସଂସ୍ଥାପନ ନିର୍ଦ୍ଦେଶାବଳୀ ସଠିକ୍‌ ଭାବରେ ଅନୁସରଣ କରିବାରୁ ହୋଇଛି କିମ୍ୱା ଆମ ଦ୍ୱାରା ପରାମର୍ଶ ଦିଆଯାଇଥିବା ନ୍ୟୁନତମ ସିଷ୍ଟମ ଆବଶ୍ୟକତା ଉପଲବ୍‌ଧ ନ କରାଇବା ଯୋଗୁଁ ହୋଇଥିବ ।  

ଆପଣଙ୍କ ପ୍ରତି ଆମର ଉତ୍ତର ଦାୟିତ୍ୱତାରେ ଏହି ପ୍ରକାର ସିମୀତତା ଲାଗୁ ରହିବ ହୁଏତ ଆମକୁ ସେହି ପ୍ରକାର ଉପଦେଶ ଦିଆ ହୋଇଥାଉ କିମ୍ୱା ଦିଆ ହୋଇ ନ ଥାଉ କିମ୍ୱା ଆମେ ଏଭଳି କ୍ଷୟକ୍ଷତି ହେବାର ସମ୍ଭାବନା ଆଗରୁ ଜାଣିଥାଉ କିମ୍ବା ଜାଣି ନଥାଉ ।  

ଆପଣ ସର୍ଭିସ୍‌ ବ୍ୟବହାର କରିବା ଯୋଗୁଁ ହେଉଥିବା ମୋବାଇଲ୍‌ ଖର୍ଚ୍ଚ ପାଇଁ ଆପଣ ହିଁ ଦାୟୀ ରହିବେ, ସେହି ବ୍ୟବହାରରେ ଟେକ୍ସଟ୍‌ ମେସେଜ୍‌ କରିବା ଏବଂ ଡାଟା ଚାର୍ଜ ମଧ୍ୟ ଅନ୍ତର୍ଭୁକ୍ତ ରହିବ ।  ଆପଣ ଯଦି ନିଶ୍ଚିତ ନୁହନ୍ତି ଯେ ସେହି ଚାର୍ଜଗୁଡିକ କଣ ହୋଇପାରେ, ତେବେ ସର୍ଭିସ୍‌ ବ୍ୟବହାର କରିବା ପୁର୍ବରୁ ଆପଣ ସର୍ଭିସ୍‌ ପ୍ରଦାରକଙ୍କୁ ଏ ବିଷୟରେ ପଚାରିବା ଉଚିତ ।  

ଆଇନ୍‌ ଦ୍ୱାରା ସଂପୁର୍ଣ୍ଣ ଭାବରେ ଅନୁମତି ପ୍ରାପ୍ତ ହେଉଥିବା ପର୍ଯ୍ୟନ୍ତ, ସର୍ଭିସ୍‌ ବ୍ୟବହାର ଯୋଗୁଁ ଯଦି କୌଣସି ଥାର୍ଡ୍‌ ପାର୍ଟି ସହିତ ଆପଣଙ୍କର ବିବାଦ ସୃଷ୍ଟିହୁଏ, ଉଦାହରଣ ସ୍ୱରୁପ ଏବଂ ସେଥିରେ ସିମୀତ ନୁହେଁ, କୌଣସି କ୍ୟାରିଅରକୁ ନେଇ, କପିରାଇଟ୍‌ ମାଲିକ କିମ୍ୱା ଅନ୍ୟ ୟୁଜରକୁ ନେଇ, ସେହି ବିବାଦ ସିଧାସଳଖ ଆପଣଙ୍କ ଏବଂ ସେହି ଥାର୍ଡ୍‌ ପାର୍ଟି ଭିତରେ ହିଁ ବିଚାର କରାଯିବ । ଆପଣ ଆମକୁ କିମ୍ୱା ଆମର କୌଣସି ଅନୁବନ୍ଧିତ ସଂସ୍ଥାକୁ ଏଭଳି ବିବାଦରୁ ମୁକ୍ତ ରଖିବା ପାଇଁ ରାଜି ହୋଇଛନ୍ତି ଯାହାକି ଆପଣ ପରେ ମନା କରିପାରିବେ ନାହିଁ । ଭିତରେ କୌଣସି ଦାବି, ଚାହିଁବା ଏବଂ କ୍ଷୟକ୍ଷତି (ପ୍ରକୃତ ଏବଂ ପରିସ୍ଥିତିଗତ), ଯେଉଁ ପ୍ରକାର ଏବଂ ପ୍ରାକୃତିକ ହେଉ, ଜଣା ଥାଉ ଏବଂ ଅଜଣା ହୋଇଥାଉ, ସେଭଳି ବିବାଦରୁ ସୃଷ୍ଟି ହୋଇଥାଉ କିମ୍ୱା ବିବାଦ ସହିତ ସଂପର୍କ ଥିବା କୌଣସି ସମସ୍ୟାରୁ ସୃଷ୍ଟି ହୋଇଥାଉ, ଆମକୁ ଏବଂ ଆମର ଅନୁବନ୍ଧିତ ସଂସ୍ଥାକୁ ସେଥିରୁ ମୁକ୍ତ ରଖିବା ମଧ୍ୟ ଏହି ରାଜିନାମାର ଅନ୍ତର୍ଭୁକ୍ତ ।  

11. ଅନ୍ୟ ସର୍ତ୍ତାବଳୀ

a. ଲାଗୁ ହେଉଥିବା ଆଇନକାନୁନ ଏବଂ ନ୍ୟାୟ ପରିସର : ଅତିରିକ୍ତ ସର୍ତ୍ତାବଳୀ- ନ୍ୟାୟ ପରିସର ନିର୍ଦ୍ଦିଷ୍ଟ, ଅନ୍ତର୍ଭୁକ୍ତ କରି - ଏହି ସର୍ତ୍ତାବଳୀ, ଏହାର ବିଷୟ ବସ୍ତୁ ଏବଂ ପ୍ରସ୍ତୁତି ଭାରତର ଆଇନକାନୁନ୍‌ ଦ୍ୱାରା ପ୍ରଶାସିତ । ଏହି ସର୍ତ୍ତାବଳୀରୁ କିମ୍ୱା ଏହି ସର୍ତ୍ତାବଳୀ ସହିତ ସଂପର୍କ ଥିବା କୌଣସି ବିଷୟବସ୍ତୁରୁ କୌଣସି ବିବାଦ ସୃଷ୍ଟି ହେଲେ, ତାହା ଆର୍ବିଟ୍ରେସନ୍‌ ଦ୍ୱାରା ସମଧାନ କରାଯିବ ଏବଂ ଏହି ସମାଧାନ ଆର୍ବିଟ୍ରେସନ୍‌ ଏବଂ କନ୍‌ସିଲିଏସନ ଆକ୍‌ଟ୍‌ 1996, ଯେପରିକି ସମୟ ସମୟରେ ସଂଶୋଧନ ହୋଇଛି, ର  ପ୍ରାବଧାନ ଅନୁସାରେ ହେବ । ଆର୍ବିଟ୍ରେସନ୍‌ର ଅଧିବେସନ ଦିଲ୍ଲୀରେ ହେବ ।

 ଟ୍ରିବୁଲାଲ୍‌ରେ ତିନି (3) ଜଣ ଆର୍ବିଟ୍ରେଟର୍‌ ରହିବେ । ଆର୍ବିଟ୍ରେସନ୍‌ର ଭାଷା ଇଂରେଜୀରେ ହେବ ।   

b. ଓପନ ସୋର୍ସ: ଏହି ପ୍ଲାଟ୍‌ଫର୍ମ୍‌ରେ କିଛି ଓପନ୍‌ ସୋର୍ସ ସୋଫ୍‌ଟ୍‌ୱେୟାର ରହିଛି । ଓପନ୍‌ ସୋର୍ସ ‌ସୋଫ୍‌ଟ୍‌ୱେୟାରର ପ୍ରତ୍ୟେକ ଆଇଟମ୍‌ ପାଇଁ ସେମାନଙ୍କ ନିଜର ଲାଇସେନ୍‌ସ୍‌ ସର୍ତ୍ତାବଳୀ ଲାଗୁ ରହିଛି, ଯାହାକି ଓପନ ସୋର୍ସ ପଲିସିରେ ପ୍ରାପ୍ତ କରାଯାଇ ପାରିବ । 

c.  ସମଗ୍ର ରାଜିନାମା:  ଏହି ସର୍ତ୍ତାବଳୀ (ନିମ୍ନରେ ଦିଆଯାଇଥିବା ଅତିରିକ୍ତ ସର୍ତ୍ତାବଳୀ ସହିତ) ଆପଣ ଏବଂ Tik Tok ଭିତରେ ଏକ ସଂପୁର୍ଣ୍ଣ ଆଇନଗତ ରାଜିନାମା ଅଟେ ଏବଂ ଆପଣଙ୍କ ସର୍ଭିସ୍‌ ବ୍ୟବହାର ପ୍ରଶାସନ କରିଥାଏ । ସର୍ଭିସ୍‌ ସଂପର୍କରେ ଆପଣ ଏବଂ Tik Tok  ଭିତରେ ହୋଇଥିବା ପୁର୍ବ ରାଜିନାମାକୁ ଏହା ସଂପୁର୍ଣ୍ଣ ଭାବରେ ପ୍ରତିସ୍ଥାପନ କରେ ।     

d. ଲିଙ୍କ୍‌. ଆପଣ ଆମର ହୋମ୍‌ପେଜ୍‌କୁ ଲିଙ୍କ୍‌ କରି ପାରନ୍ତି, କିନ୍ତୁ ଆପଣ ତାହା ନ୍ୟାୟ ସଂଗତ ଏବଂ ଆଇନ୍‌ ସଙ୍ଗତ ଭାବରେ କରିବା ଉଚିତ ଯେପରିକି ଆମର ଖ୍ୟାତିରେ ନଷ୍ଟ ହେବନାହିଁ କିମ୍ୱା ଏଥିରୁ ଅନାବଶ୍ୟକ ସୁବିଧା ନିଆଯିବ ନାହିଁ । ଆପଣ ଏଭଳି ଭାବରେ ଲିଙ୍କ୍‌ ସ୍ଥାପନ କରିବା ଉଚିତ ନୁହେଁ ଯାହାକି ଆମ ତରଫରୁ କୌଣସି ଆସୋସିଏସନ, ଅନୁମୋଦନ କିମ୍ୱା ସୁପାରିଶ ସ୍ପଷ୍ଟ କରୁ ନଥିବ, ଯାହାକି ପ୍ରକୃତରେ ନାହିଁ । ଆପଣଙ୍କ ମାଲିକାନା ନଥିବା କୌଣସି ୱେବ୍‌ସାଇଟ୍‌ରେ ଆମ ସର୍ଭିସ୍‌କୁ ଆପଣ ଲିଙ୍କ କରିବେ ନାହିଁ । ଆପଣ ଲିଙ୍କ କରୁଥିବା ୱେବସାଇଟ୍‌ ସବୁ କ୍ଷେତ୍ରରୁ “ ଆପଣଙ୍କ ଦ୍ୱାରା ଆମ ସର୍ଭିସ ବ୍ୟବହାର ଏବଂ ପ୍ରବିଷ୍ଟତା) ରେ ଉଲ୍ଲେଖ ଥିବା ବିଷୟବସ୍ତୁ ମାନଦଣ୍ଡର ଅନୁପାଳନ କରୁଥିବ । ଆମ ପାଖରେ ଅଧିକାର ସୁରକ୍ଷିତ ରହିଛି ଯେ ବିନା ନୋଟିସ୍‌ରେ ଲିଙ୍କ୍‌ କରିବା ଅନୁମତି ଆମେ ପ୍ରତ୍ୟାହାର କରିପାରିବୁ ।   

e. ବୟସ ସୀମା : 13 ବର୍ଷ  କିମ୍ୱା ତା ଠାରୁ ଅଧିକ ବୟସର ବ୍ୟକ୍ତିମାନଙ୍କ ପାଇଁ ଏହି ସର୍ଭିସ୍‌ ଉଦ୍ଦିଷ୍ଟ  ( ଅତିରିକ୍ତ ସର୍ତ୍ତାବଳୀ- ନ୍ୟାୟ ପରିସର ନିର୍ଦ୍ଦିଷ୍ଟ ରେ ଅତିରିକ୍ତ ସୀମା ଧାର୍ଯ୍ୟ କରାଯାଇ ପାରେ)।  ଏହି ସର୍ଭିସ୍‌ ବ୍ୟବହାର କରି ଆପଣ ସୁନିଶ୍ଚିତ କରନ୍ତି ଯେ ଆପଣ ନିର୍ଦ୍ଦିଷ୍ଟ ହୋଇଥିବା ବୟସ ସୀମା ଭିତରେ ଅଛନ୍ତି । ଯଦି ଆମେ ଜାଣିବାକୁ ପାଉ ଯେ, ଉପରୋକ୍ତରେ ନିର୍ଦ୍ଦିଷ୍ଟ ହୋଇଥିବା ବୟସ ସୀମାରୁ କମ୍‌ ବୟସର ବ୍ୟକ୍ତି ଏହି ସର୍ଭିସ୍‌ ବ୍ୟବହାର କରୁଛନ୍ତି, ଆମେ ସେହି ୟୁଜରଙ୍କ ଆକାଉଣ୍ଟ ବ୍ୟାଜାପ୍ତ କରିଦେବୁ ।  

f.  ଛାଡ ନାହିଁ: ଏହି ସର୍ତ୍ତାବଳୀର କୌଣସି ପ୍ରାବଧାନ ଲାଗୁ କରିବାରେ କିମ୍ୱା ଜୋର୍‌ ଦେବାରେ ଯଦି ଆମେ ବିଫଳ ହେଉ, ଏହା ଧରାଯିବା ଉଚିତ ନୁହେଁ ଯେ ଆମେ କୌଣସି ପ୍ରାବଧାନ କିମ୍ବା ଅଧିକାରକୁ ଛାଡ କରି ଦେଇଛୁ ।

g. ସୁରକ୍ଷା: ଆମେ ଗ୍ୟାରେଣ୍ଟି ଦେଉ ନାହୁଁ ଯେ ଆମର ସର୍ଭିସ୍‌ ସୁରକ୍ଷିତ ହେବ କିମ୍ୱା ବଗ୍‌ କିମ୍ୱା ଭାଇରସ୍‌ ମୁକ୍ତ ରହିବ । ଆମର ସର୍ଭିସ୍‌ ପ୍ରବିଷ୍ଟ କରିବା ପାଇଁ ଆପଣଙ୍କର ସୂଚନା ଟେକ୍‌ନୋଲୋଜି, କଂପ୍ୟୁଟର୍‌ ପ୍ରୋଗ୍ରାମ୍‌ ଏବଂ ପ୍ଲାଟ୍‌ଫର୍ମ ବିନ୍ୟାସ କରିବା ଆବଶ୍ୟକ । ଆପଣଙ୍କର ଭାଇରସ୍‌ ସୁରକ୍ଷା ସୋଫ୍‌ଟ୍‌ୱେୟାର ଆପଣ ବ୍ୟବହାର କରିବା ଉଚିତ ।   

h. ବିଭିନ୍ନତା: ଏହି ବିଷୟରେ ନିର୍ଣ୍ଣୟ କରିବାର ନ୍ୟାୟ ପରିସର ଥିବା ଯଦି କୌଣସି କୋର୍ଟ ଆଦେଶ ଦିଅନ୍ତି ଯେ ଏହି ସର୍ତ୍ତାବଳୀର କୌଣସି ଏକ ପ୍ରାବଧାନ ବୈଧ ନୁହେଁ, ତେବେ ସେହି ପ୍ରାବଧାନକୁ ସର୍ତ୍ତାବଳୀରୁ ହଟାଇ ଦିଆଯିବ ଏବଂ ଅନ୍ୟ ପ୍ରାବଧାନ ପ୍ରଭାବିତ ହେବ ନାହିଁ । ଅବଶିଷ୍ଟ ପ୍ରାବଧାନ ବୈଧ ଏବଂ ବଳବତ୍ତର ରହିବ ।  

ଭାରତ ପାଇଁ ଗ୍ରିଭାନ୍‌ସ୍‌ (ଆପତ୍ତି, ଅଭିଯୋଗ) ଅଫିସର

ଆମର ପ୍ରଡକ୍‌ଟ୍‌କୁ ନେଇ କୌଣସି ଅଭିଯୋଗ କିମ୍ୱା ସମସ୍ୟା ଥିଲେ, ତାହା ଇମେଲ୍‌ ମାଧ୍ୟମରେ ନିମ୍ନ ଠିକଣାରେ ପଠାଯାଇ ପାରିବ ।   ଅଭିଯୋଗକାରୀ  (i) ସଂପୃକ୍ତ ଆକାଉଣ୍ଟ୍‌ ହୋଲ୍‌ଡର୍‌ଙ୍କ ୟୁଜର୍‌ ନାମ   (ii) ସମସ୍ତା ବିଷୟରେ ନିର୍ଦ୍ଦିଷ୍ଟ ବିଷୟ ବସ୍ତୁ/ଭିଡିଓ   (iii) ଏଭଳି ଅନୁରୋଧ କରିବାର କାରଣ ।

ସୂଚନା ପ୍ରବଧିବିଜ୍ଞାନ ଅଧିନିୟମ 2000 ଏବଂ ସେଥି ଅନ୍ତର୍ଗତ ପ୍ରସ୍ତୁତ ହୋଇଥିବା ନିୟମାବଳୀ ଅନୁସାରେ, ଗ୍ରିଭାନ୍‌ସ୍‌ ଅଫିସରଙ୍କ ଯୋଗାଯୋଗ ବିବରଣ ନିମ୍ନରେ ଦିଆଗଲା:

ମିଷ୍ଟର ଅନୁଜ ଭାଟିଆ

ଇମେଲ: grievance.officer@tiktok.com

ବୈକଳ୍ପିକ ଭାବରେ, କୌଣସି ଅପମାନ ସୂଚକ ବିଷୟ ବସ୍ତୁଉପରେ ଆପ୍‌ ଭିତରେ ହିଁ  ରିପୋର୍ଟ କଣ୍ଟେଣ୍ଟ୍‌ ବିଶେଷତା ବ୍ୟବହାର କରି ଆପଣ ସେହି ବିଷୟବସ୍ତୁ ଉପରେ ରିପୋର୍ଟ କରିପାରିବେ ।

ଅତିରିକ୍ତ ସର୍ତ୍ତାବଳୀ- ବିଚାରପରିସର-ନିର୍ଦ୍ଦିଷ୍ଟ

ଭାରତ: ଯଦି ଆପଣ ଭାରତରେ ଆମର ସର୍ଭିସ୍‌ ବ୍ୟବହାର କରୁଛନ୍ତି, ନିମ୍ନଲିଖିତ ଅତିରିକ୍ତ ସର୍ତ୍ତାବଳୀ ଲାଗୁ ହେବ ।  ନିମ୍ନଲିଖିତ ଅତିରିକ୍ତ ସର୍ତ୍ତାବଳୀ ଏବଂ ଏହି ସର୍ତ୍ତାବଳୀର ମୁଖ୍ୟ ପ୍ରାବଧାନ ଅଂଶ ଭିତରେ ଯଦି କୌଣସି ବିବାଦ ସୃଷ୍ଟି ହୁଏ, ତେବେ ନିମ୍ନଲିଖିତ ସର୍ତ୍ତାବଳୀ ବଳବତ୍ତର ରହିବ ।

  • ସର୍ତ୍ତାବଳୀ ଗ୍ରହଣ କରିବା ଏହି ସର୍ତ୍ତାବଳୀରେ ରାଜି ହୋଇ ଏବଂ ଆମର ସର୍ଭିସ୍‌ ବ୍ୟବହାର କରି କିମ୍ୱା ପ୍ରବିଷ୍ଟ କରି, ଆପଣ ସ୍ୱୀକାର କରନ୍ତି ଯେ ଆପଣ ଏହି ସର୍ତ୍ତାବଳୀ ଗୁଡିକ ପଢିଛନ୍ତି ଏବଂ ବୁଝିଛନ୍ତି ଏବଂ ଏହି ସର୍ତ୍ତାବଳୀ, ଆମର ଗୋପନୀୟ ପଲିସି ଏବଂ ସଂପ୍ରଦାୟ ନିର୍ଦ୍ଦେଶାବଳୀ ଅନୁପାଳନ କରିବା ପାଇଁ ସମ୍ମତ୍ତି ଦେଇଛନ୍ତି ।
  • ଆପଣ ଆମର ସର୍ଭିସ୍‌ ବ୍ୟବହାର କରିବା ଏବଂ ପ୍ରବିଷ୍ଟ କରିବା. କୌଣସି ୟୁଜର୍‌ ବିଷୟବସ୍ତୁ ଅପ୍‌ଲୋଡ୍‌, ଟ୍ରାନ୍‌ସ୍‌ମିଟ୍‌, ଡିଷ୍ଟ୍ରିବ୍ୟୁଟ୍‌, ଷ୍ଟୋର୍‌ କିମ୍ୱା କୌଣସି ପ୍ରକାରେ ଉପଲବ୍‌ଧ କରାଇବା ( ବିଷୟବସ୍ତୁ ସୃଷ୍ଟିକରିବା ଏବଂ/କିମ୍ୱା ଷ୍ଟ୍ରିମ୍‌ କରିବା ଅନ୍ତର୍ଗତ କରି) ପାଇଁ ଆପଣ ଆମ ସର୍ଭିସ୍‌ ବ୍ୟବହାର ନକରି ପାରନ୍ତି‌, ଯାହାକି:-
    • ଯାହାକି ଅଶ୍ଳୀଳ, ଯୌନକ୍ରିଡା ସମ୍ବନ୍ଧୀୟ ଏବଂ ବାଳ ଅଶ୍ଳୀଳତା ହୋଇଥିବ;
    • ଅର୍ଥ ଆତ୍ମସାତ୍‌ କିମ୍ୱା ଗାମ୍ବ୍‌ଲିଙ୍ଗ୍‌ ସହିତ ସଂପର୍କ ଥିବ କିମ୍ୱା ତାକୁ ପ୍ରୋତ୍ସାହିତ କରୁଥିବ କିମ୍ୱା କୌଣସି କାର୍ଯ୍ୟକଳାପ ଯାହାକି କୌଣସି ପ୍ରକାରେ ଆଇନ୍‌ ବିରୁଦ୍ଧ ଅଟେ;
    • କୌଣସି ପ୍ରକାରରେ ନାବାଳକ ମାନଙ୍କୁ ଅନିଷ୍ଟ କରୁଥିବ
    • ଏଭଳି ତଥ୍ୟ ର ସୃଷ୍ଟି ବିଷୟରେ ୟୁଜର୍‌ ମାନଙ୍କୁ ଭୁଲ୍‌ତଥ୍ୟ ଦେଉ ନଥିବ କିମ୍ୱା ଠକୁ ନଥିବ କିମ୍ୱା ଏଭଳି ସୂଚନା ଦେଉଥିବ ଯାହାକି ଅପମାନ ଜନକ କିମ୍ୱା କଷ୍ଟଦାୟକ ହେଉଥିବ;
    • ଭାରତର ଏକତା, ଅଖଣ୍ଡତା, ପ୍ରତିରକ୍ଷା, ସୁରକ୍ଷା କିମ୍ୱା ସାର୍ବଭୌମିକତା ପ୍ରତି ବିପଦ ସୃଷ୍ଟି କରୁଥିବ, କିମ୍ୱା  ବିଦେଶୀ ରାଜ୍ୟ ସହିତ ବନ୍ଧୁତ୍ୱପୁର୍ଣ୍ଣ ସଂପର୍କ ରଖିବା, ସର୍ବ ସାଧାରଣ ରେ ଶାନ୍ତି ଶୃଂଖଳା ପ୍ରତି ବିପଦ ସୃଷ୍ଟି କରୁଥିବ, କିମ୍ୱା କୌଣସି ଦଣ୍ଡନୀୟ ଅପରାଧ କରିବା ପାଇଁ ପ୍ରବର୍ତ୍ତାଇବାର କାରଣ ହୋଇଥିବ କିମ୍ୱା ଅନ୍ୟ କୌଣସି ଦେଶ ପ୍ରତି ଅପମାନ ଜନକ ହୋଇଥିବ ।
  • ୟୁଜର-ସୃଷ୍ଟି ବିଷୟବସ୍ତୁ. ଏହି ସର୍ତ୍ତାବଳୀ ଅନ୍ତର୍ଗତ ଆମକୁ ଦିଆ ହୋଇଥିବା ଲାଇସେନ୍‌ସ୍‌ ଏବଂ ଅଧିକାର ସଂପର୍କିତ  କୋଣସି କର୍ତ୍ତୁପକ୍ଷ ଏବଂ କପିରାଇଟ୍‌ ବୋର୍ଡ୍‌ଙ୍କ ପାଖରେ କୌଣସି ଅଭିଯୋଗ କିମ୍ୱା ଅନ୍ୟ ଦାବି କରିବାର ଅଧିକାର ଆପଣ ଏତଦ୍ୱାରା ତ୍ୟାଗ କରିଛନ୍ତି, ସେଥିରେ (ଇଣ୍ଡିଆନ୍‌) କପିରାଇଟ୍‌ ଆକ୍‌ଟ୍‌,1957  ର ସେକ୍‌ସନ୍‌ 39A ପ୍ରାବଧାନରେ  ଅନ୍ତର୍ଗତ ଥିବା   କୌଣସି ଅଧିକାର କିମ୍ୱା ଲାଗୁଥିବା ଅନ୍ୟ ଆଇନ୍‌ ଅନ୍ତର୍ଗତ କୌଣସି ଅଧିକାର ମଧ୍ୟ ଅନ୍ତର୍ଗତ ଅଟେ । TikTok  ଏବଂ ଏହାର ସମସ୍ତ ଗୃପ୍‌ କଂପାନୀ, ଅନୁବନ୍ଧିତ ସଂସ୍ଥା ଏବଂ ବର୍ତ୍ତମାନରେ କିମ୍ୱା ଭବିଷ୍ୟତରେ ମାଲିକାନା ଏବଂ ସ୍ୱାର୍ଥ ଦୃଷ୍ଟିକୋଣରୁ ଉତ୍ତରାଧୀକାରୀ ସପକ୍ଷରେ ଏହି ପରିତ୍ୟାଗ ଆପଣଙ୍କ ଦ୍ୱାରା ଅନୁମୋଦିତ ହୋଇଛି ।
  • ଇଣ୍ଡେମ୍‌ନିଟି (କ୍ଷତିପୁରଣ ଦେବା)  ଏହି ସର୍ତ୍ତାବଳୀର ଅନୁସରଣ ପୁର୍ବକ କିମ୍ୱା କୌଣସି କୋର୍ଟ ର ଆଦେଶ ଅନୁସାରେ ଯଦି ଆପଣ ଆମକୁ କ୍ଷତି ପୁରଣ ଦେବାର ଆବଶ୍ୟକ ହୁଏ, ସେହି କ୍ଷତି ପୁରଣ ଆମକୁ ଦେବା ପାଇଁ ଆପଣ ନିୟନ୍ତ୍ରଣକାରୀ କର୍ତ୍ତୁପକ୍ଷଙ୍କ ଠାରୁ ସମସ୍ତ ଆବଶ୍ୟକ ସମ୍ମତି ଏବଂ ଅନୁମୋଦନ ପ୍ରାପ୍ତ କରିବା ଆବଶ୍ୟକ ହେବ