ଆଇନ୍

ଗୋପନୀୟ ପଲିସି 

ଅନ୍ତିମ ସଦ୍ୟ ସଂଶୋଧନ: ଫେବୃଆରୀ 2020


Tik Tok କୁ ସ୍ୱାଗତ (“ପ୍ଲାଟ୍‌ଫର୍ମ”)। ଏହି ପ୍ଲାଟଫର୍ମTik Tokଦ୍ୱାରା ପ୍ରଦାରିତ ଏବଂନିୟନ୍ତ୍ରିତ, ଯାହାର ପଞ୍ଜିକୃତ ଠିକଣା 201 ହଣ୍ଡର୍‌ସନ୍‌ ରୋଡ୍‌ #06-22, Apex@ ହଣ୍ଡର୍‌ସନ୍‌, ସିଙ୍ଗାପୁର 159545 ଅଟେ (Tik Tok, “ଆମ୍ଭେ” କିମ୍ୱା ଆମ୍ଭମାନଙ୍କର”) ।

ଆପଣଙ୍କ ଗୋପନୀୟତା କୁ ସମ୍ମାନଦେବା ଏବଂ ତାକୁ ରକ୍ଷା କରିବା ପ୍ରତି ଆମେ ପ୍ରତିଶୃତି ବଦ୍ଧ । ଆମେ ଆପଣଙ୍କ ଠାରୁ ସଂଗ୍ରହ କରୁଥିବା ବ୍ୟକ୍ତିଗତ ଡାଟା କିମ୍ୱା ଆପଣ ଆମକୁ ପ୍ରଦାନ କରୁଥିବା ଡାଟା ସଂପର୍କରେ ଏହି ପଲିସି ବର୍ଣ୍ଣନା କରିଥାଏ । ଯଦି ଆପଣ ଏହି ପଲିସିରେ ରାଜି ନୁହନ୍ତି, ଆପଣ ଆମର ପ୍ଲାଟଫର୍ମ୍‌ ବ୍ୟବହାର କରିବା ଉଚିତ ନୁହେଁ ।

ଆମେ ଆପଣଙ୍କର ବ୍ୟକ୍ତିଗତ ଡାଟା କିପରି ବ୍ୟବହାର କରୁ, ସେହି ବିଷୟରେ କିଛି ପ୍ରଶ୍ନ ଥିଲେ ଆପଣ ଦୟାକରି https://www.tiktok.com/legal/report/privacy. ସହିତ ସଂପର୍କ କରନ୍ତୁ ।

ସାରାଂଶ

କେଉଁ ସୂଚନା ଆମେ ଆପଣଙ୍କ ବିଷୟରେ ସଂଗ୍ରହ କରିଥାଉ ?

ଆପଣ ଏକ ଆକାଉଣ୍ଟ୍‌ ସୃଷ୍ଟିକଲାବେଳେ ଏବଂ ପ୍ଲାଟ୍‌ଫର୍ମ୍‌ରେ କୌଣସି ବିଷୟବସ୍ତୁ ଅପଲୋଡ୍‌ କଲାବେଳେ ଆପଣ ଯେଉଁ ସୂଚନା ଦେଇଥାନ୍ତି, ତାହା ଆମେ ସଂଗ୍ରହ କରିଥାଉ ଏବଂ ପ୍ରଣାଳୀଭୁକ୍ତ କରିଥାଉ । ସେଥିରେ ଆମ ପ୍ଲାଟ୍‌ଫର୍ମ୍‌ର ଆପଣଙ୍କ ଦ୍ୱାରା ବ୍ୟବହାର ବିଷୟରେ ଟେକ୍‌ନିକାଲ୍‌ ଏବଂ ବ୍ୟବହାରଗତ ସୂଚନା ମଧ୍ୟ ଅନ୍ତର୍ଗତ । ଯଦି  ଆପଣ ଆପ୍‌ ଡାଉନ୍‌ଲୋଡ୍‌ କରନ୍ତି ଏବଂ କୌଣସି ଆକାଉଣ୍ଟ୍‌ ସୃଷ୍ଟି ନକରି ପ୍ଲାଟ୍‌ଫର୍ମରେ ପାରସ୍ପରିକ କ୍ରିୟା କରନ୍ତି,ସେତେବେଳେ ମଧ୍ୟ ଆମେ ଆପଣଙ୍କ ସଂପର୍କରେ ସୂଚନା ସଂଗ୍ରହ କରିଥାଉ।

ଆପଣଙ୍କ ବିଷୟରେ ସଂଗ୍ରହ ହୋଇଥିବା ସୂଚନା ଆମେ କିପରି ବ୍ୟବହାର କରିଥାଉ ?

ଆପଣଙ୍କୁ ଏହି ପ୍ଲାଟଫର୍ମ ଉପଲବ୍‌ଧ କରାଇବା ପାଇଁ, ଏହାର ଉନ୍ନତି ଏବଂ ପ୍ରଶାସନ ପାଇଁ ଆମେ ଆପଣଙ୍କ ସୂଚନା ବ୍ୟବହାର କରିଥାଉ । ଅନ୍ୟ ଜିନିଷ ଭିତରେ, “ଆପଣଙ୍କ ପାଇଁ ସୁପାରିଶ”,ପ୍ଲାଟ୍‌ଫର୍ମ ର ଉନ୍ନତି ଏବଂ ଆପଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ମଧ୍ୟ ଆମେ ଆପଣଙ୍କ ସୁଚନା ବ୍ୟବହାର କରିଥାଉ । ଯେଉଁଠାରେ ଉପଯୁକ୍ତ, ଆପଣଙ୍କୁ ଲକ୍ଷ୍ୟ କରିଥିବା ବିଜ୍ଞାପନ ପ୍ରଦାନ ପାଇଁ ଏବଂ ପ୍ଲାଟ୍‌ଫର୍ମର ଉନ୍ନତି ପାଇଁ ଆମେ ମଧ୍ୟ ଆପଣଙ୍କ ବ୍ୟକ୍ତିଗତ ସୂଚନା ବ୍ୟବହାର କରିଥାଉ ।

ଆମେ ଆପଣଙ୍କର ସୂଚନା କାହାସହିତ ଅଂଶୀଦାର  କରିବୁ ?

ଆମେ ଆପଣଙ୍କର ଡାଟା ଥାର୍ଡ୍‌ ପାର୍ଟି ସର୍ଭିସ୍‌ ପ୍ରଦାରକଙ୍କ ସହିତ ଅଂଶୀଦାର କରିବୁ, ଯେକି ଏହି ପ୍ଲାଟ୍‌ଫର୍ମ୍‌ ଆପଣଙ୍କୁ ପ୍ରଦାନ କରିବାରେ ସାହାଯ୍ୟ କରିଥାନ୍ତି, ଯଥା କ୍ଲାଉଡ୍‌ ଷ୍ଟୋରେଜ୍‌ ପ୍ରଦାରକ।ଆମେ ଆପଣଙ୍କ ସୂଚନା ଆମର ବିଜ୍‌ନେସ୍‌ ପାର୍ଟନର, TikTok ଭଳି ସମାନ ଗୃପ୍‌ର ଅନ୍ୟ କଂପାନୀ, ବିଷୟବସ୍ତୁ ମଡରେସନ୍‌ ସର୍ଭିସ, ମେଜର୍‌ମେଣ୍ଟ୍‌ ପ୍ରଦାରକ, ବିଜ୍ଞାପକ ଏବଂ ବିଶ୍ଳେଷଣକାରୀ ପ୍ରଦାରକଙ୍କ ସହିତ ମଧ୍ୟ ଅଂଶୀଦାର କରିବୁ।ଯେଉଁଠାରେ ଏବଂ ଯେତେବେଳେ ଆଇନ୍‌ ଦ୍ୱାରା ଆବଶ୍ୟକ, ଆମେ ଆପଣଙ୍କ ସୂଚନା ଆଇନ୍‌ କାକାରୀ ସଂସ୍ଥା କିମ୍ୱା ନିୟନ୍ତ୍ରକ ଏବଂ କୋର୍ଟ ଅର୍ଡର୍‌ ଅନୁସାରେ ଆଇନଗତ ଭାବରେ ଥାର୍ଡ ପାର୍ଟି ସହିତ ମଧ୍ୟ ଅଂଶୀଦାର କରିବୁ ।

ଆମେ କେତେଦିନ ପର୍ଯ୍ୟନ୍ତ ଆପଣଙ୍କ ସୂଚନା ଆମ ପାଖରେ ଗଚ୍ଛିତ ରଖିବୁ?

ଆପଣଙ୍କୁ ସର୍ଭିସ୍‌ ଦେବା ଆବଶ୍ୟକ ପର୍ଯ୍ୟନ୍ତ ଆମେ ଆପଣଙ୍କ ସୂଚନା ଆମ ପାଖରେ ଗଚ୍ଛିତ ରଖିବୁ।ଆପଣଙ୍କୁ ସର୍ଭିସ୍‌ ପ୍ରଦାନ କରିବା ପାଇଁ ଆମେ ଯେତେବେଳେ ଆପଣଙ୍କ ସୂଚନା ଆବଶ୍ୟକ କରିବୁ ନାହିଁ, ଆମେ ସେହି ସୂଚନା ଆମର ନ୍ୟାୟ ସଂଙ୍ଗତ ବ୍ୟବସାୟ ଉଦ୍ଦେଶ୍ୟ ଥିବା ପର୍ଯ୍ୟନ୍ତ ଆମ ପାଖରେ ରଖିବୁ କିମ୍ୱା ଯେତେବେଳେ ସେଭଳି ଡାଟା ରଖିବା ପାଇଁ ଆମର ଆଇନଗତ ଉତ୍ତରଦାୟିତ୍ୱ ରହିବ।ଯଦି ଆମେ ବିଶ୍ୱାସ କରୁ  କିମ୍ୱା ଯଦି ଆଇନଗତ ଦାବି ସ୍ଥାପନ, କାର୍ଯ୍ୟକାରୀ କିମ୍ୱା ପ୍ରତିରକ୍ଷା ପାଇଁ   ଆବଶ୍ୟକ ହୋଇଥିବ, ଆମେ ମଧ୍ୟ ଆପଣଙ୍କର ଡାଟା ରଖିବୁ।

ଏହି ପଲିସିରେ କୌଣସି ପରିବର୍ତ୍ତନ ହେଲେ, ଆମେ ,କିପରି ଆପଣଙ୍କୁ ଜଣାଇବୁ ?

ଏହି ପଲିସିର କୌଣସି ବିଷୟବସ୍ତୁରେ ପରିବର୍ତ୍ତନ କରାଗେଲେ ଆମେ ସାଧାରଣତଃ ଆମ ପ୍ଲାଟ୍‌ଫର୍ମରେ ନୋଟିସ୍‌ ଦେଇ ସମସ୍ତ ଉପଭୋକ୍ତାଙ୍କୁ ଜଣାଇବୁ।ଅବଶ୍ୟ, କୌଣସି ପରିବର୍ତ୍ତନ ବିଷୟରେ ଅବଗତ ହେବା ପାଇଁ ଆପଣ ନିୟମିତ ଭାବରେ ଏହି ପଲିସି ଚେକ କରିବେ।ଆମେ ମଧ୍ୟ ପଲିସିରେ ଶୀର୍ଷରେ “ଅନ୍ତିମ ସଦ୍ୟ ସଂଶୋଧନ” ତାରିଖ ବିଷୟରେ ଆପଣଙ୍କୁ ଜଣାଇ ଦେବୁ, ଯେଉଁଥିରେ ପରିବର୍ତ୍ତିତ ପଲିସି ଲାଗୁହେବା ତାରିଖ ମଧ୍ୟ ଉଲ୍ଲେଖ ରହିବ।ଏହି ପ୍ଲାଟ୍‌ଫର୍ମ ବ୍ୟବହାର କରି କିମ୍ୱା ପ୍ରବିଷ୍ଟ କରି, ଆପଣ ସ୍ୱୀକାର କରନ୍ତି ଯେ ଆପଣ ଏହି ପଲିସି ପଢିଛନ୍ତି ଏବଂ ଆପଣଙ୍କ ବ୍ୟକ୍ତିଗତ ଡାଟା ସଂପର୍କରେ ଆପଣଙ୍କର ଅଧିକାର ବିଷୟରେ ବୁଝିଛନ୍ତି ଏବଂ ଏହି ଡାଟା ଆମେ କିପରି ସଂଗ୍ରହ କରିବୁ, ବ୍ୟବହାର କରିବୁ ଏବଂ ପ୍ରଣାଳୀଭୁକ୍ତ କରିବୁ, ସେ ବିଷୟରେ ମଧ୍ୟ ଜାଣିଛନ୍ତି।

***********************************************************************************************

1. ଆମେ ବ୍ୟବହାର କରୁଥିବା ଆପଣଙ୍କ ବ୍ୟକ୍ତିଗତ ଡାଟାର ପ୍ରକାର

ଆମେ ଆପଣଙ୍କ ବିଷୟରେ ନିମ୍ନଲିଖିତ ସୃଚନା ସଂଗ୍ରହ କରିଥାଉ ଏବଂ ବ୍ୟବହାର କରିଥାଉ:

ଆପଣଙ୍କ ପ୍ରୋଫାଇଲ୍‌ ସୂଚନା: ଯେତେବେଳେ ଆପଣ ନିଜକୁ ଆମ ପ୍ଲାଟ୍‌ଫର୍ମରେ ପଞ୍ଜିକୃତ କରନ୍ତି, ସେତେବେଳେ ଆପଣ ଆମକୁ ସୂଚନା ଦେଇଥାନ୍ତି, ଯେପରିକି ଆପଣଙ୍କ ୟୁଜରନାମ, ଜନ୍ମ ତାରିଖ (ଯେଉଁଠାରେ ଲାଗୁ), ଇମେଲ୍‌ ଆଡ୍ରେସ୍‌ ଏବଂ/କିମ୍ୱା ଟେଲିଫୋନ୍‌ ନମ୍ବର, ଆପଣଙ୍କ ୟୁଜର୍‌ ପ୍ରୋଫାଇଲ୍‌ରେ ଆପଣ ପ୍ରକାଶ କରିଥିବା ସୂଚନାଏବଂ ଆପଣଙ୍କ ଫଟୋଗ୍ରାଫ କିମ୍ୱା ପ୍ରୋଫାଇଲ୍‌ ଭିଡିଓ ଇତ୍ୟାଦି ।

ଉପଭୋକ୍ତା ବିଷୟବସ୍ତୁ ଏବଂ ବ୍ୟବହାରଗତ ସୁଚନା. ପ୍ଲାଟ୍‌ଫର୍ମ୍‌ରେ ଆପଣ ସୃଷ୍ଟି କରିଥିବା ବିଷୟବସ୍ତୁ ଆମେ ପ୍ରଣାଳୀଭୁକ୍ତ କରିଥାଉ, ସେଥିରେ ଆପଣ ନିର୍ଦ୍ଦିଷ୍ଟ କରିଥିବା ପସନ୍ଦ (ଭାଷାର ପସନ୍ଦ), ଆପଣ ଅପ୍‌ଲୋଡ କରିଥିବା ଫଟୋ ଏବଂ ଭିଡିଓ ଏବଂ ଆପଣ ଦେଇଥିବା ମନ୍ତବ୍ୟ (“ ଉପଭୋକ୍ତା ବିଷୟବସ୍ତୁ”)।ଉପଭୋକ୍ତା ବିଷୟବସ୍ତୁର ଅପ୍‌ଲୋଡ୍‌ ସ୍ପିଡ୍‌ ବୃଦ୍ଧି କରିବା ପାଇଁ, ଅପ୍‌ଲୋଡ୍‌ ସୁନିଶ୍ଚିତ କରିବା ପାଇଁ “ପୋଷ୍ଟ” କ୍ଲିକ୍‌ କରିବା ପୁର୍ବରୁ, ଅଗ୍ରୀମ ଭାବରେ ଅଡିଓ ଏବଂ ଭିଡିଓ ଅପ୍‌ଲୋଡ୍‌ କରିବା ପାଇଁ ଆମେ ପ୍ରିଲୋଡ୍‌ ସର୍ଭିସ୍‌ ପ୍ରଦାନ କରିଥାଉ।ଅନ୍ୟ କାରଣରୁ ଆପଣ ଯଦି ବିଷୟବସ୍ତୁ ଅପ୍‌ଲୋଡ୍‌ କରିବାରେ ବିଫଳ ହୁଅନ୍ତି କିମ୍ୱା ବାତିଲ କରନ୍ତି, ଆମେ ସେହି ସଂପର୍କିତ ଅଡିଓ ଏବଂ ଭିଡିଓ ସର୍‌ଭର୍‌ରୁ ବିଲୁପ୍ତ କରିଦେବୁ।ଆପଣ ଅଂଶଗ୍ରହଣ କରିଥିବା ସର୍ଭେ, ଚ୍ୟାଲେଞ୍ଜ୍‌ ଏବଂ ପ୍ରତିଯୋଗିତାରୁ ଆମେ ‍ସୂଚନା ସଂଗ୍ରହ କରିଥାଉ।ଆପଣଙ୍କ  ଦ୍ୱାରା ଏହି ପ୍ଲାଟଫର୍ମର ବ୍ୟବହାର ବିଷୟରେ ମଧ୍ୟ ଆମେ ସୂଚନା ସଂଗ୍ରହ କରିଥାଉ, ଯେପରିକି ଆପଣ ଏହି ପ୍ଲାଟ୍‌ଫର୍ମରେ କିପରି ଭାବରେ ସଂପୃକ୍ତ ରହନ୍ତି, ଆମେ ଆପଣଙ୍କୁ ପ୍ରଦର୍ଶନ କରୁଥିବା ବିଷୟବସ୍ତୁ ଉପରେ କିପରି ପ୍ରତିକ୍ରିୟା ଦେଖାନ୍ତି, କେଉଁ ବିଜ୍ଞାପନ, ଭିଡିଓ ଆପଣ ଦେଖନ୍ତି, ଆପଣ କେଉଁ ପ୍ରକାର ସମସ୍ୟାର ସମ୍ମୁଖୀନ ହୁଅନ୍ତି, କେଉଁ ପ୍ରକାର ବିଷୟବସ୍ତୁ ଆପଣ ପସନ୍ଦ କରନ୍ତି, କେଉଁ ବି‌ଷୟବସ୍ତୁକୁ ଆପଣ “ମୋର ପସନ୍ଦ”  ଭାବରେ ସେଭ୍‌ କରନ୍ତି ଏବଂ କେଉଁ ଉପଭୋକ୍ତାଙ୍କୁ ଆପଣ ଅନୁସରଣ କରନ୍ତି।

ବିଷୟବସ୍ତୁ ଆପଣଙ୍କ ବ୍ୟକ୍ତିଗତ ଆବଶ୍ୟକତା ହିସାବରେ ପ୍ରଦାନ କରିବା ପାଇଁ, ଆପଣଙ୍କ ପସନ୍ଦ, ଆପଣଙ୍କ ଆଗ୍ରହ, ଲିଙ୍ଗ ଏବଂ ବୟସ ବିଷୟରେ ମଧ୍ୟ ଆମେ ତଥ୍ୟ ସଂଗ୍ରହ କରିଥାଉ। ଆପଣଙ୍କ ଅନୁଗାମୀ, ଆପଣ ପ୍ରାପ୍ତ କରୁଥିବା ଲାଇକ୍‌ସ୍‌, ଆପଣ ଅପ୍‌ଲୋଡ କରିଥିବା ବିଷୟବସ୍ତୁ ପ୍ରତି ଅନ୍ୟ ଉପଭୋକ୍ତାଙ୍କ ପ୍ରତିକ୍ରିୟା ପ୍ରଭୃତି ବିଷୟରେ ସୁଚନା ଆମେ ପ୍ରଣାଳୀଭୁକ୍ତ କରିଥାଉ।ଆପଣଙ୍କ ବିଷୟବସ୍ତୁକୁ ଅନ୍ୟ ଉପଭୋକ୍ତାଙ୍କ ଆଗରେ ପ୍ରଚାର କରିବା ଏବଂ ଆପଣଙ୍କ ପ୍ରୋଫାଇଲ୍‌ ସହଯୋଗିତା ପାଇଁ  ଅଧିକ ସୁଯୋଗ ଦେଉଛି କି ନାହିଁ ତାହାର ସମ୍ଭାବନା ଅନୁସନ୍ଧାନ କରିବା ହେଉଛି ସୂଚନା ପ୍ରଣାଳୀଭୁକ୍ତ କରିବାର ଉଦ୍ଦେଶ୍ୟ।ଯେଉଁଠାରେ ଉପଯୁକ୍ତ, ଆପଣଙ୍କୁ ଆବଶ୍ୟକ ଅନୁସାରେ ବିଜ୍ଞାପନ ପ୍ରଦାନ କରିବା ଏବଂ ନୂଆ ସର୍ଭିସ ଏବଂ ସୁଯୋଗ ବିଷୟରେ ଆପଣଙ୍କୁ ଅବଗତ କରାଇବା ପାଇଁ ମଧ୍ୟ ଆମେ ଏହି ସୁଚନା ବ୍ୟବହାର କରିବୁ। 

ଥାର୍ଡ ପାର୍ଟିରୁ ସୂଚନାଥାର୍ଡ୍‌ ପାର୍ଟିରୁ କିଛି ଡାଟା ଆପଣ ଆମ ସହିତ ଅଂଶୀଦାର କରିବା ପାଇଁ ପସନ୍ଦ ପରିପାରନ୍ତି କିମ୍ୱା ଆପଣଙ୍କ ଆମ ପ୍ଲାଟଫର୍ମ ବ୍ୟବହାର ମାଧ୍ୟମରେ, ଆମେ ଏଭଳି ଥାର୍ଡ୍‌ ପାର୍ଟି ଡାଟା ଆପେଆପେ ସଂଗ୍ରହ କରିପାରୁ।ଆମେ ଥାର୍ଡ୍‌ ପାର୍ଟି ରୁ ପ୍ରାପ୍ତ କରୁଥିବା ସୂଚନାର ସମ୍ପୂର୍ଣ୍ଣ ବିବରଣ ନିମ୍ନରେ ଧାର୍ଯ୍ୟ କରିଛୁ:

ବିଜ୍‌ନେସ୍‌ ପାଟ୍‌ର୍ନର 

 ଯଦି ଆପଣଙ୍କ ସୋସିଆଲ୍‌ ନେଟ୍‌ୱାର୍କ ଆକାଉଣ୍ଟ୍‌ ବିବରଣ ବ୍ୟବହାର କରି ଏହି ପ୍ଲାଟ୍‌ଫର୍ମ ବ୍ୟବହାର କରିବା ପାଇଁ ଆପଣ ନିଜକୁ ପଞ୍ଜିକୃତ କରିବା ପାଇଁ ପସନ୍ଦ କରନ୍ତି, (ଯେପରିକି ଫେସ୍‌ବୁକ୍‌, ଟ୍ୱିଟର,ଇଷ୍ଟାଗ୍ରାମ୍‌, ଗୁଗୁଲ୍‌), ଆପଣ ଆପଣଙ୍କ ୟୁଜରନେମ୍‌ ଏବଂ ପବ୍ଲିକ୍‌ ପ୍ରୋଫାଇଲ୍‌ ଆମକୁ ପ୍ରଦାନ କରିବେ କିମ୍ୱା ତାହା ପ୍ରଦାନ କରିବା ପାଇଁ ଆପଣଙ୍କ ସୋସିଆଲ ନେଟ୍‌ୱାର୍କକୁ ଅନୁମତି ଦେବେ।ସେହିପରି ଭାବରେ, ଆପଣଙ୍କ ଆପ୍‌ ID, ଆସେସ୍‌ ଟୋକେନ୍‌ ଏବଂ URL ଭଳି ସୋସିଆଲ୍‌ ନେଟ୍‌ୱାର୍କରେ ଥିବା କିଛି ନିର୍ଦ୍ଦିଷ୍ଟ ସୂଚନା ଆମେ ଅଂଶୀଦାର କରିବୁ।ଆମ ପାଖରେ ଥିବା ଆପଣଙ୍କ ଫେସ୍‌ବୁକ୍‌ କଣ୍ଟାକ୍‌ଟ୍‌ ଲିଷ୍ଟ୍‌ ଅଂଶୀଦାର କରିବା ଜନିତ ଆଉ ଅଧିକ ସୂଚନା ପାଇଁ, ଦୟାକରି  “Find other users and invite your friends” ଦେଖନ୍ତୁ।

ବିଜ୍ଞାପକ ଏବଂ ବିଜ୍ଞାପନ ପ୍ରଦାନକାରୀ ନେଟ୍‌ୱାର୍କ୍‌ 

 ଆପଣଙ୍କୁ ଅଧିକ ସଂପୃକ୍ତ ଥିବା ବିଜ୍ଞାପନ ପ୍ରଦାନ କରିବା ଉଦ୍ଦେଶ୍ୟରେ ଆପଣଙ୍କ ସମ୍ଭାବିତ ଆଗ୍ରହ ବିଷୟରେ ଜାଣିବା ପାଇଁ ଆପଣଙ୍କ ଠାରୁ ସଂଗ୍ରହ କରିଥିବା ସୂଚନା ଏବଂ ଏହି ପ୍ଲାଟ୍‌ଫର୍ମ କିମ୍ୱା ଅନ୍ୟ ଥାର୍ଡ୍‌ପାର୍ଟି ସାଇଟ୍‌ ସହିତ ଆପଣଙ୍କ ହୋଇଥିବା ପାରସ୍ପରିକ କ୍ରିୟାରୁ ପ୍ରାପ୍ତ ସୂଚନା ଆମେ ବ୍ୟବହାର କରିଥାଉ।ଏସବୁ ସୂଚନା ଆମକୁ ଆପଣ ପରିଦର୍ଶନ କରିଥିବା ୱେବ୍‌ସାଇଟ୍‌, ଆପଣ ଡାଉନ୍‌ଲୋଡ କରିଥିବା ଆପ୍‌ ଏବଂ ଆପଣ କରିଥିବା କ୍ରୟ ବିଷୟରେ ଜଣାଇଥାଏ, ସେଥିରୁ ଅନୁମାନ କରି ପାରୁ ଯେ ଭବିଷ୍ୟତରେ ଆପଣ କଣ ଆଗ୍ରହ କରିପାରନ୍ତି ଏବଂ ଆମ ପ୍ଲାଟ୍‌ଫର୍ମରେ ପ୍ରଦାନ ହେଉଥିବା ବିଜ୍ଞାପନ କେତେ ପ୍ରଭାବଶୀଳ ଅଟେ।କୁକିଜ୍‌ ଏବଂ ଆମ ଆପ୍‌ରେ ସେହିପରି ଟେକ୍‌ନୋଲୋଜିର ବ୍ୟବହାର  ଏବଂ ଆମ ପ୍ଲାଟଫର୍ମ୍‌ରେ ବିଜ୍ଞାପନ ଦେଉଥିବା ଥାର୍ଡ ପାର୍ଟି ଏବଂ  ଆପଣ ପରିଦର୍ଶନ କରିଥିବା ସାଇଟ୍‌ ରୁ ଆମେ ଏହି ସୂଚନା ସଂଗ୍ରହ କରିଥାଉ ।

ଆମେ ଆପଣଙ୍କ ବିଷୟରେ ସଂଗ୍ରହ କରୁଥିବା ଟେକ୍‌ନିକାଲ୍‌ ସୂଚନା. ଆପଣ ଯେତେବେଳେ ଆମର ପ୍ଲାଟଫର୍ମ ବ୍ୟବହାର କରନ୍ତି କିମ୍ୱା କୋଣସି ଆକାଉଣ୍ଟ ସୃଷ୍ଟି ନକରି ଆପ୍‌ ବ୍ୟବହାର କରନ୍ତି, ଆମେ ଆପେଆପେ ଆପଣଙ୍କ ଠାରୁ  କିଛି ନିର୍ଦ୍ଦିଷ୍ଟ ସୂଚନା ସଂଗ୍ରହ କରିଥାଉ।ସେହି ସୂଚନାରେ ଆପଣଙ୍କ IP ଆଡ୍ରେସ୍‌, ବ୍ରାଉସିଙ୍ଗ୍‌ ଇତିହାସ (ଯେପରିକି ପ୍ଲାଟଫର୍ମ ରେ ଆପଣ ଦେଖିଥିବା ବିଷୟବସ୍ତୁ), ମୋବାଇଲ୍‌ କ୍ୟାରିଅର, ଟାଇମ୍‌ ଜୋନ୍‌ ସେଟିଙ୍ଗ୍‌, ବିଜ୍ଞାପନ ଉଦ୍ଦେଶ୍ୟରେ ଚିହ୍ନଟକ, ଆପଣ ବ୍ୟବହାର କରୁଥିବା ଆପ୍‌ ର ସଂସ୍କରଣ ପ୍ରଭୃତି ଅନ୍ତର୍ଗତ।ଆମର ପ୍ଲାଟ୍‌ଫର୍ମ ପ୍ରବିଷ୍ଟ କରିବା ପାଇଁ ଆପଣ ବ୍ୟବହାର କରୁଥିବା ଡିଭାଇସ୍‌ ବିଷୟରେ ମଧ୍ୟ ଆମେ ସୂଚନା ସଂଗ୍ରହ କରିଥାଉ, ଯେଉଁଥିରେ ଆପଣଙ୍କ ଡିଭାଇସ୍‌ ମଡେଲ, ଡିଭାଇସ୍‌ ସିଷ୍ଟମ, ନେଟ୍‌ୱାର୍କ୍‌ ପ୍ରକାର, ଡିଭାଇସ୍‌ ID,ସ୍କ୍ରିନ୍‌ ରିଜୋଲ୍ୟୁସନ ଏବଂ ଅପରେଟିଙ୍ଗ୍‌ ସିଷ୍ଟମ୍‌ ଅନ୍ତର୍ଗତ।ଆପଣ ଯେତେବେଳେ ଏକାଧିକ ଡିଭାଇସ୍‌ ରୁ ଲଗ-ଇନ୍ କରନ୍ତି, ବିଭିନ୍ନ ଡିଭାଇସ୍‌ ରେ ଆପଣ କରୁଥିବା କାର୍ଯ୍ୟକଳାପ ଚିହ୍ନଟ କରିବା ପାଇଁ ଆମେ ଆପଣଙ୍କର ପ୍ରୋଫାଇଲ ସୂଚନା ବ୍ୟବହାର କରିବାରେ ସମର୍ଥ ହେବୁ।

ଲୋକେସନ (ଅଞ୍ଚଳ)ଆପଣ ସେଟିଙ୍ଗ୍‌ରେ ଚୟନ କରିଥିବା “ରିଜନ” (ଅଞ୍ଚଳ) ଆମେ ବ୍ୟବହାର କରିଥାଉ ଏବଂ ଏହା ମାଧ୍ୟମରେ ଆପଣଙ୍କ TikTok ଅନୁଭବ ବ୍ୟକ୍ତିଗତ ଆବଶ୍ୟକତା ଅନୁସାରେ ପ୍ରସ୍ତୁତ କରିବା ସମ୍ଭବ ହୋଇଥାଏ, ଆମେ ପ୍ରଦାନ କରୁଥିବା ଲୋକେସନ-ଆଧାରିତ ସର୍ଭିସ୍‌ କ୍ଷେତ୍ରରେ ଏହା ବ୍ୟବହାର କରିବା ଆବଶ୍ୟକ ନଥାଏ, କାରଣ ଆମେ GPS ସଂଗ୍ରହ କରିଥାଉ (ଯେଉଁଠାରେ ଆପଣଙ୍କ ସମ୍ମତ୍ତି ଥାଏ।

ଅନ୍ୟ ଉପଭୋକ୍ତାଙ୍କୁ ଅନୁସନ୍ଧାନ କରିବା ଏବଂ ଆପଣଙ୍କ ବନ୍ଧୁଙ୍କୁ ନିମନ୍ତ୍ରଣ କରିବା. 'Find Friends' କାର୍ଯ୍ୟକାରିତା ବ୍ୟବହାର କରି ପ୍ଲାଟ୍‌ଫର୍ମ୍‌ ର ଅନ୍ୟ ଉପଭୋକ୍ତାଙ୍କୁ ଅନୁସନ୍ଧାନ କରିବା ପାଇଁ ଆପଣ ଚୟନ କରିପାରନ୍ତି।ଏହି କାର୍ଯ୍ୟକାରିତା ମାଧ୍ୟମରେ ଆପଣ ଦେଖି ପାରନ୍ତି ଯେ ଆପଣଙ୍କ ଟେଲିଫୋନ କଣ୍ଟାକ୍‌ଟ୍‌ ଲିଷ୍ଟ୍‌ ର କେଉଁ ବନ୍ଧୁମାନେ ଏବଂ ଫେସ୍‌ବୁକ୍‌ର କେଉଁ ବନ୍ଧୁମାନେ ଏହି ପ୍ଲାଟ୍‌ଫର୍ମ ବ୍ୟବହାର କରୁଛନ୍ତି ଏବଂ ସେମାନଙ୍କୁ ଅନୁସରଣ କରିବା ପାଇଁ ଆପଣଙ୍କୁ ବିକଳ୍ପ ଅଫର କରିଛନ୍ତି। ଏହି କାର୍ଯ୍ୟକାରିତା ମାଧ୍ୟମରେ ଆପଣଙ୍କ ସମସ୍ତ କଣ୍ଟାକ୍‌ଟ୍‌ ବ୍ୟକ୍ତିଙ୍କୁ ଏହି ପ୍ଲାଟ୍‌ଫର୍ମରେ ଆପଣଙ୍କ ସହିତ ଯୋଗ ଦେବା ପାଇଁ ଆମନ୍ତ୍ରଣ କରିପାରନ୍ତି।ଆପଣଙ୍କ ଟେଲିଫୋନ୍‌ କଣ୍ଟାକ୍‌ଟ୍‌ ,ଲିଷ୍ଟ୍‌ କିମ୍ବା ଫେସ୍‌ବୁକ୍‌ ଫ୍ରେଣ୍ଡ୍‌ ଲିଷ୍ଟ୍‌ରୁ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ କଣ୍ଟାକ୍‌ଟ୍‌ ସୁଚନା ବାହାର କରି ଆମେ ବ୍ୟବହାର କରିପାରିବୁ ଏବଂ ତାଙ୍କୁ SMS, ଇମେଲ୍‌ କିମ୍ୱା ଥାର୍ଡ୍‌ ପାର୍ଟି ମେସେଜ୍‌ (ଯେପରିକି ୱାଟ୍‌ସପ୍‌, ଫେସ୍‌ବୁକ୍‌ (ଫେସ୍‌ବୁକ୍‌ ମେସେଞ୍ଜର ଅନ୍ତର୍ଭୁକ୍ତ କରି) କିମ୍ୱା ଟ୍ୱିଟର) ପଠାଇ ଆପଣଙ୍କ TikTok ପ୍ରୋଫାଇଲ୍‌ ଦେଖିବା ପାଇଁ ଆମନ୍ତ୍ରଣ କରିବାର ବିକଳ୍ପ ଆମେ ଆପଣଙ୍କୁ ଦେବୁ।

କଏନ୍‌ କ୍ରୟ କରିବା ଯଦି ଇନ-ଆପ୍‌ କଏନ୍‌ କ୍ରୟ ଅଫର କରୁଥିବା ନିର୍ଦ୍ଦିଷ୍ଟ ନ୍ୟାୟ ପରିସରରେ ଆପଣ ବାସ କରୁ ଥାଆନ୍ତି, ତେବେ ଦୟାକରି ଆମର ଭର୍ଚୁଆଲ୍‌ ଆଇଟମ ପଲିସିର ପ୍ରାବଧାନ ନୋଟ୍‌ କରନ୍ତୁଆପଣଙ୍କ କ୍ରୟ  ଆପଣଙ୍କ ଆପଲ୍‌ iTunes କିମ୍ୱା ଗୁଗୁଲ ପ୍ଲେ ଆକାଉଣ୍ଟ୍‌ ମାଧ୍ୟମରେ କରାଯିବ। ଏ ପ୍ରକାର କାରବାର ସମ୍ବନ୍ଧିତ କୌଣସି ଆର୍ଥିକ କିମ୍ୱା ବିଲିଙ୍ଗ୍‌ ସୂଚନା ଆମେ ସଂଗ୍ରହ କରୁ ନାହିଁ।ଏଭଳି ଡାଟା ହ୍ୟାଣ୍ଡେଲ୍‌ କରିବା ସଂପର୍କରେ ସଂପୃକ୍ତ ଆପ୍‌ ଷ୍ଟୋର୍‌ ସର୍ତ୍ତାବଳୀ ଏବଂ ନୋଟିସ୍‌ ଦୟାକରି ସମୀକ୍ଷା କରନ୍ତୁ, ଯେପରିକି ଆମେ ଉପଯୁକ୍ତ ମୂଲ୍ୟର କଏନ୍‌ ଆପଣଙ୍କ ଆକାଉଣ୍ଟରେ କ୍ରେଡିଟ୍‌ କରିପାରିବୁ। ଆପଣଙ୍କ କ୍ରୟ, କ୍ରୟ ସମୟ ଏବଂ ଖର୍ଚ୍ଚ କରିଥିବା ପରିମାଣ  ବିଷୟରେ ଆମେ ରେକର୍ଡ ରଖିଥାଉ।

2. କୁକିଜ୍‌

ଆପେ ଆପେ ସୂଚନା ସଂଗ୍ରହ କରିବା ପାଇଁ ଆମେ, ଆମର ଭେଣ୍ଡର ଏବଂ ସର୍ଭିସ୍‌ ପ୍ରଦାରକ କୁକିଜ୍‌ ଏବଂ ଅନ୍ୟ ସେହିପରି (ଯେପରିକି ୱେବ୍‌ ବେକନ୍‌, ଫ୍ଲାସ୍‌ କୁକିଜ୍‌) (“କୁକିଜ୍‌”) ବ୍ୟବହାର କରିଥାଉ, ଏହା  ମଧ୍ୟ ମାପ ଏବଂ ବିଶ୍ଳେଷଣ କରିଥାଉ ଯେ ଆପଣ କେଉଁ ୱେବ ପେଜ୍‌ କ୍ଲିକ୍‌ କରୁଛନ୍ତି ଏବଂ ଆମର ପ୍ଲାଟ୍‌ଫର୍ମ  କିପରି ବ୍ୟବହାର କରୁଛନ୍ତି।ଏହି ତଥ୍ୟ ଉପରେ ଆଧାର କରି , ଆମ ପ୍ଲାଟ୍‌ଫର୍ମ ବ୍ୟବହାର ଅନୁଭବ ବୃଦ୍ଧି କରିବା, ଆମ ସର୍ଭିସ୍‌ରେ ଉନ୍ନତି କରିବା, ଆମ ପ୍ଲାଟ୍‌ଫର୍ମ ଏବଂ ଆପଣଙ୍କ ବିଭିନ୍ନ ଡିଭାଇସ୍‌ରେ ଯେ କୌଣସି ସ୍ଥାନରେ ଲକ୍ଷ୍ୟ କରାଯାଇଥିବା ବିଜ୍ଞାପନ ପ୍ରଦାନ କରିବା ପ୍ରଭୃତି କାର୍ଯ୍ୟ ସମ୍ଭବପର ହୋଇଥାଏ।କୁକିଜ୍‌ ହେଇଛି ଛୋଟ ପ୍ରକାର ଫାଇଲ, ଯେତେବେଳେ ଆପଣଙ୍କ ଡିଭାଇସ୍‌ରେ ଦିଆଯାଏ, ତାହା ଆମ ପ୍ଲାଟ୍‌ଫର୍ମ କୁ କେତେକ ନିର୍ଦ୍ଦି‌ଷ୍ଟ ବିଶେଷତା ଏବଂ କାର୍ଯ୍ୟକାରିତା ପ୍ରଦାନ କରିଥାଏ।ୱେବ୍‌ ବେକନ୍‌ ହେଉଛି ଅତି ଛୋଟ ଇମେଜ୍‌ କିମ୍ୱା ଅଳ୍ପ ଡାଟା ଯାହାକି ଇମେଜ୍‌ରେ ଅନ୍ତର୍ଭୁକ୍ତ ରହିଥାଏ, ଏହାକୁ “ପିକ୍ସେଲ୍‌ ଟାଗ” କିମ୍ୱା  “କ୍ଲିଅର୍‌  GIF” କୁହାଯାଏ, ଏବଂ ଏଗୁଡିକ କୁକିଜ୍‌,  ୱେବପେଜ୍‌ ଦେଖିଥିବାର ତାରିଖ ଏବଂ ସମୟ, ପିକ୍ସେଲ ଟାଗ୍‌ ଥିବା ୱେବପେଜ୍‌ର ବର୍ଣ୍ଣନା ଏବଂ ଆପଣଙ୍କ କଂପ୍ୟୁଟର କିମ୍ୱା ଡିଭାଇସ୍‌ରୁ ସେହି ପ୍ରକାର ସୂଚନା ଚିହ୍ନଟ କରିବାରେ ସମର୍ଥ ହୋଇଥାନ୍ତି।ଆପଣ ଏହି ପ୍ଲାଟ୍‌ଫର୍ମ ବ୍ୟବହାର କଲେ ହିଁ  ଏହା ବିଚାର କରାଯିବ ଯେ କୁକିଜ୍‌ ବ୍ୟବହାର କରିବା ପାଇଁ ଆପଣ ସମ୍ମତି ଦେଇଛନ୍ତି।

ଅତିରିକ୍ତ ଭାବରେ, ଆପଣଙ୍କ ଅନ୍‌ଲାଇନ୍‌ କାର୍ଯ୍ୟକଳାପ ବିଷୟରେ କୁକିଜ୍‌ ମାଧ୍ୟମରେ ସୂଚନା ସଂରହ କରିବା ପାଇଁ ଆମେ ଆମର ବିଜ୍‌ନେସ୍‌ ପାର୍ଟନର, ବିଜ୍ଞାପନକାରୀ ନେଟ୍‌ୱାର୍କ୍‌ ଏବଂ ଅନ୍ୟ ବିଜ୍ଞାପନକାରୀ ଭେଣ୍ଡର୍‌ ଏବଂ ସର୍ଭିସ୍‌ ପ୍ରଦାରକ (ଆନାଲିଟିକ୍‌ ଭେଣ୍ଡର୍‌ ଏବଂ ସର୍ଭିସ୍‌ ଭେଣ୍ଡର୍‌)ଙ୍କୁ ଅନୁମତି ଦେଇଥାଉ। ଆପଣଙ୍କ ଇମେଲ୍‌ କିମ୍ୱା ଅନ୍ୟ ଲଗ୍‌-ଇନ କିମ୍ୱା ଡିଭାଇସ୍‌ ସୂଚନା ବ୍ୟବହାର କରି, ସମସ୍ତ ଡିଭାଇସ୍‌ରେ,  ପ୍ଲାଟ୍‌ଫର୍ମ୍‌ରେ ଆପଣଙ୍କ କାର୍ଯ୍ୟକଳାପ ସହିତ ଆପଣଙ୍କ କଣ୍ଟାକ୍‌ଟ୍‌ କିମ୍ୱା ସବ୍‌ସ୍କ୍ରାଇବର୍‌ ସୂଚନା ଆମେ ଲିଙ୍କ୍‌ କରିଥାଉ।ଆପଣଙ୍କ ଆଗ୍ରହ, ପସନ୍ଦ ଏବଂ ଲକ୍ଷଣ ଅନୁସାରେ, ଅନ୍‌ଲାଇନ୍‌ରେ  ହେଉ କିମ୍ୱା ଆମର ପ୍ଲାଟ୍‌ଫର୍ମରେ ହେଉ,ଥାର୍ଡ୍‌ ପାର୍ଟିଗୁଡିକ  ବିଜ୍ଞାପନ ପ୍ରଦର୍ଶନ ପାଇଁ  ଏହି ସୂଚନା ବ୍ୟବହାର କରିପାରନ୍ତି।ଏହି ଥାର୍ଡ୍‌ ପାର୍ଟି ଅନୁସରଣ କରୁଥିବା ଗୋପନୀୟ ପଲିସି ପାଇଁ ଆମେ ଦାୟୀ ରହିବୁ ନାହିଁ ଏବଂ ସେମାନଙ୍କର କାର୍ଯ୍ୟ ଅଭ୍ୟାସ ବିଷୟରେ ସୂଚନା ଏହି ପଲିସି ଅନ୍ତର୍ଭୁକ୍ତ କରାଯାଇ ନାହିଁ।

ଆପଣଙ୍କ ବ୍ରାଉଜର ସେଟିଙ୍ଗ୍‌ ଆଡଜଷ୍ଟ କରି, ଆପଣ କୁକିଜ୍‌ ଗୁଡିକୁ ମନା କରିପାରିବେ କିମ୍ୱା ଅକ୍ଷମ କରିପାରିବେ।ଯେହେତୁ ପ୍ରତ୍ୟେକ ବ୍ରାଉଜର ଭିନ୍ନ ହୋଇଥାଏ,  ଦୟାକରି ଆପଣଙ୍କ ବ୍ରାଉଜର ଦ୍ୱାରା ଦିଆଯାଇଥିବା ନିର୍ଦେଶାବଳୀ ପରାମର୍ଶ କରନ୍ତୁ। ଦୟାକରି  ନୋଟ୍‌ କରନ୍ତୁ ଯେ କେତେକ ନିର୍ଦ୍ଦିଷ୍ଟ ପ୍ରକାର କୁକିଜ୍‌ ମନା କରିବା ପାଇଁ କିମ୍ୱା ଅକ୍ଷମ କରିବା ପାଇଁ ଆପଣଙ୍କୁ ଅତିତିକ୍ତ ପଦକ୍ଷେପ ନେବାକୁ ପଡିପାରେ।ଉଦାହରଣ ସ୍ୱରୁପ, ବ୍ରାଉଜର ଏବଂ ମୋବାଇଲ ଆପ୍‌ କାର୍ଯ୍ୟକାରିତାରେ ବିଭିନ୍ନତା ଯୋଗୁଁ, ବ୍ରାଉଜରରେ ଲକ୍ଷ୍ୟ କରାଯାଇଥିବା ବିଜ୍ଞାପନ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଥିବା କୁକିଜ୍‌ରୁ ନିଜକୁ  ବଞ୍ଜିତ କରିବା ପାଇଁ ଆପଣଙ୍କୁ ବିଭିନ୍ନ ପଦକ୍ଷେପ ନେବାର ଆବଶ୍ୟକତା ପଡିପାରେ।ଏହି  ପଦକ୍ଷେପ ଆପଣ ଆପଣଙ୍କ ଡିଭାଇସ୍‌ ସେଟିଙ୍ଗ୍‌ କିମ୍ୱା ମୋବାଇଲ ଆପ୍‌ ଅନୁମତି ମାଧ୍ୟମରେ କରିପାରିବେ।ଏହା ବ୍ୟତୀତ, ଆପଣଙ୍କ “ଅପ୍‌ଟ୍‌ ଆଉଟ” (ନିଜ ପାଇଁ ଲାଗୁ ନକରିବା) ବିକଳ୍ପ“ଅପ୍‌ଟ୍‌ ଆଉଟ” ପାଇଁ ବ୍ୟବହାର କରୁଥିବା ନିର୍ଦ୍ଦିଷ୍ଟ ବ୍ରାଉଜର କିମ୍ୱା ଡିଭାଇସ୍‌ ପର୍ଯ୍ୟନ୍ତ ହିଁ ସିମୀତ, ତେଣୁ ବ୍ୟବହାର କରୁଥିବା ପ୍ରତ୍ୟେକ ବ୍ରାଉଜର କିମ୍ୱା ଡିଭାଇସ୍‌ ପାଇଁ ଆପଣ ଅଲଗା ଭାବରେ “ଅପ୍‌ଟ୍‌ ଆଉଟ” ବିକଳ୍ପ ଚୟନ କରିବାକୁ ପଡିବ।ଯଦି ଆପଣ କୁକିଜ୍‌ ଗୁଡିକୁ ମନା କରନ୍ତି, ଅକ୍ଷମ କରନ୍ତି କିମ୍ୱା ବିଲୁପ୍ତ କରନ୍ତି, ତେବେ ପ୍ଲାଟ୍‌ଫର୍ମର କେତେକ କାର୍ଯ୍ୟକାରିତା ଆପଣଙ୍କୁ ହୁଏତ ଉପଲବ୍‌ଧ ହୋଇ ନପାରେ ୤  

3. ଆପଣଙ୍କ ବ୍ୟକ୍ତିଗତ ଡାଟା ଆମେ କିପରି ବ୍ୟବହାର କରିଥାଉ

ଆପଣ ସଂପର୍କରେ  ସଂଗ୍ରହ କରିଥିବା ସୂଚନା ଆମେ ନିମ୍ନଲିଖିତ ଉପାୟରେ ଆମେ ବ୍ୟବହାର କରିଥାଉ:

  • ଆମ ସର୍ଭିସ୍‌ରେ କୌଣସି ପରିବର୍ତ୍ତନ ହେଲେ ଆପଣଙ୍କୁ ଜଣାଇବା ପାଇଁ;
  • ଆପଣଙ୍କୁ ଉପଭୋକ୍ତା ସହଯୋଗ ପ୍ରଦାନ କରିବା ପାଇଁ; 
  • ଆପଣ ପ୍ରାପ୍ତ କରୁଥିବା ବିଷୟବସ୍ତୁ ଆପଣଙ୍କ ବ୍ୟକ୍ତିଗତ ଆବଶ୍ୟକତା ବିଷୟରେ ପ୍ରସ୍ତୁତ କରିବା ପାଇଁ ଯାହାକି ଆପଣଙ୍କ ଆଗ୍ରହର ହୋଇଥିବ;
  • ଉପଭୋକ୍ତା ବିଷୟବସ୍ତୁ ଅଂଶୀଦାର କରିବାରେ ଆପଣଙ୍କୁ ସମର୍ଥ କରିବା ପାଇଁ ଏବଂ ଅନ୍ୟ ଉପଭୋକ୍ତାଙ୍କ ସହିତ ଆଦାନପ୍ରଦାନ କରିବା ପାଇଁ 
  • ଆପଣ ଯଦି ଏହି କାର୍ଯ୍ୟକାରିତା ବ୍ୟବହାର କରିବା ପାଇଁ ଚାହିଁବେ, ଆପଣଙ୍କ ପାଇଁ ମେସେଞ୍ଜର୍‌ ସର୍ଭିସ୍‌ ସମ୍ଭବ କରିବା ପାଇଁ
  • ଭର୍ଚୁଆଲ୍‌ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଆପଣଙ୍କୁ ସମର୍ଥ କରିବାପାଇଁ
  • ଆପଣଙ୍କୁ ଜଣାଇବା ପାଇଁ;
  • ଅପବ୍ୟବହାର, ଗାଳିଗୁଲଜ, କ୍ଷତିପୂର୍ଣ୍ଣ କାର୍ଯ୍ୟକଳାପ, ଜାଲିଆତି, ସ୍ପାମ୍‌ ଏବଂ ଆଇନ୍‌ ବିରୁଦ୍ଧ କାର୍ଯ୍ୟକଳାପ ଯାଞ୍ଚ୍‌ କରିବାରେ ସାହାଯ୍ୟ କରିବା ପାଇଁ 
  • ଆପଣଙ୍କ ସୁରକ୍ଷାଏବଂ ନିରାପଦତା ସୁନିଶ୍ଚିତ କରିବା ସଙ୍ଗେ ସଙ୍ଗେ ସଂପ୍ରଦାୟ ନିର୍ଦ୍ଦେଶାବଳୀର ଅବମାନନା ଏବଂ ଅନ୍ୟ ଅନୁପଯୁକ୍ତ ବିଷୟବସ୍ତୁ କ୍ଷେତ୍ରରେ ଉପଭୋକ୍ତା ବିଷୟବସ୍ତୁ, ମେସେଜ୍‌ ଏବଂ ସଂପର୍କିତ ମେଟାଡାଟା ସମୀକ୍ଷା କରିବା ପାଇଁ;
  • ଏହା ନିଶ୍ଚିତ କରିବା ପାଇଁ ଯେ ବିଷୟବସ୍ତୁ ଆପଣଙ୍କ ଡିଭାଇସ୍‌ରେ ପ୍ରଭାବଶୀଳ ଭାବରେ ଉପସ୍ଥାପନ କରାଯାଇଛି;
  • ପ୍ଲାଟ୍‌ଫର୍ମ୍‌ ର ଉନ୍ନତି, ବିସ୍ତାର ଏବଂ ବିକାଶ କରିବା ପାଇଁ ଏବଂ ପ୍ଲାଟ୍‌ଫର୍ମରେ ଲୋକପ୍ରିୟ ଟପିକ୍‌,ହାସ୍‌ଟାଗ୍‌ ଏବଂ ପ୍ରଚାରର ବିସ୍ତାର କରିବା ପାଇଁ;
  • ଡାଟା ବିଶ୍ଳେଷଣ  କରିବା ଏବଂ ସ୍ଥିରତା ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପ୍ଲାଟ୍‌ଫର୍ମକୁ ଟେଷ୍ଟ୍‌ କରିବା ଉଦ୍ଦେଶ୍ୟରେ;
  • ପ୍ଲାଟ୍‌ଫର୍ମରଆଦାନପ୍ରଦାନ ବିଶେଷତାରେ ଅଂଶ ଗ୍ରହଣ କରିବା ପାଇଁ ଆପଣଙ୍କୁ ସମର୍ଥ କରିବା ଉଦ୍ଦେଶ୍ୟରେ
  • ପ୍ଲାଟ୍‌ଫର୍ମ ରେ ସାମାଜିକ ସଂପର୍କ ରଖିବାରେ ଆପଣଙ୍କୁ ସମର୍ଥ କରିବା ପାଇଁ, ଉଦାହରଣ ସ୍ୱରୁପ, "Find other friends" କାର୍ଯ୍ୟକାରିତା କିମ୍ୱା ସେମାନଙ୍କର ଫୋନ୍‌ କଣ୍ଟାକ୍‌ଟ୍‌ ମାଧ୍ୟମରେ ଅନ୍ୟ ଉପଭୋକ୍ତା ମାନେ ଆପଣଙ୍କୁ ଚିହ୍ନଟ କରିବା ପାଇଁ;
  • ସୁନିଶ୍ଚିତ କରିବା ପାଇଁ ଯେ ଆମର ପ୍ଲାଟଫର୍ମ ବ୍ୟବହାର କରିବା ପାଇଁ ଆପଣ ଉପଯୁକ୍ତ ବୟସର ହୋଇଛନ୍ତି ( ଯେପରିକି ଆଇନ ଅନୁସାରେ ଆବଶ୍ୟକ);
  • ବ୍ୟକ୍ତିଗତ ଆବଶ୍ୟକତା ଅନୁସାରେ ଆପଣଙ୍କୁ ବିଜ୍ଞାପନ ପ୍ରଦାନ କରିବା ପାଇଁ;
  • ଲୋକେସନ୍‌-ଆଧାର ସର୍ଭିସ୍‌ ଆପଣଙ୍କୁ ପ୍ରଦାନ କରିବା ପାଇଁ (ଯେଉଁଠାରେ ଆପଣଙ୍କ ନ୍ୟାୟ ପରିସର ଭିତରେ ସେହି ସର୍ଭିସ୍‌ ଉପଲବ୍‌ଧ ଥିବ);
  • ଆମର ସର୍ତ୍ତାବଳୀ, ନିୟମ ଏବଂ ପଲିସି ବଳବତ୍ତର କରିବା ପାଇଁ;
  • ଟ୍ରବୁଲ୍‌ସୁଟିଙ୍ଗ୍‌ ଅନ୍ତର୍ଗତ କରି ପ୍ଲାଟ୍‌ଫର୍ମକୁ ପ୍ରଶାସନ କରିବା ପାଇଁ;

4. ଆପଣଙ୍କର ବ୍ୟକ୍ତିଗତ ଡାଟା ଆମେ କିପରି ଅଂଶୀଦାର କରିବୁ

ନିମ୍ନଲିଖିତ ନିର୍ଦ୍ଦିଷ୍ଟ ଥାର୍ଡ ପାର୍ଟିଙ୍କ ସହିତ ଆମେ ଆପଣଙ୍କ ବ୍ୟକ୍ତିଗତ ଡାଟା ଅଂଶୀଦାର କରିବୁ:

ବିଜ୍‌ନେସ୍‌ ପାଟ୍‌ର୍ନର 

ଯଦି ଆପଣଙ୍କ ସୋସିଆଲ୍‌ ନେଟ୍‌ୱାର୍କ ଆକାଉଣ୍ଟ୍‌ ବିବରଣ ବ୍ୟବହାର କରି ଏହି ପ୍ଲାଟ୍‌ଫର୍ମ ବ୍ୟବହାର କରିବା ପାଇଁ ଆପଣ ନିଜକୁ ପଞ୍ଜିକୃତ କରିବା ପାଇଁ ପସନ୍ଦ କରନ୍ତି, (ଯେପରିକି ଫେସ୍‌ବୁକ୍‌, ଟ୍ୱିଟର,ଇଷ୍ଟାଗ୍ରାମ୍‌, ଗୁଗୁଲ୍‌), ଆପଣ ଆପଣଙ୍କ ୟୁଜରନେମ୍‌ ଏବଂ ପବ୍ଲିକ୍‌ ପ୍ରୋଫାଇଲ୍‌ ଆମକୁ ପ୍ରଦାନ କରିବେ କିମ୍ୱା ତାହା ପ୍ରଦାନ କରିବା ପାଇଁ ଆପଣଙ୍କ ସୋସିଆଲ ନେଟ୍‌ୱାର୍କକୁ ଅନୁମତି ଦେବେ। ସେହିପରି ଭାବରେ, ଆପଣଙ୍କ ଆପ୍‌ ID, ଆସେସ୍‌ ଟୋକେନ୍‌ ଏବଂ URL ଭଳି ସୋସିଆଲ୍‌ ନେଟ୍‌ୱାର୍କରେ ଥିବା କିଛି ନିର୍ଦ୍ଦିଷ୍ଟ ସୂଚନା ଆମେ ଅଂଶୀଦାର କରିବୁ। 

ଯେଉଁଠାରେ ଆପଣ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ବିଷୟବସ୍ତୁ ଅଂଶୀଦାର କରିବାକୁ ଚାହାଁନ୍ତି, ସେହି ପ୍ଲାଟ୍‌ଫର୍ମରେ ଭିଡିଓ, ଉପଭୋକ୍ତାଙ୍କ ନାମ ଏବଂ ତାସହିତ ସଂପୃକ୍ତ ଥିବା ଟେକ୍ସଟ୍‌ ଅଂଶୀଦାର କରାଯିବ କିମ୍ୱା ୱାଟ୍‌ସପ୍‌ ଭଳି ଇଷ୍ଟାଣ୍ଟ୍‌ ମେସେଜିଙ୍ଗ୍‌ ପ୍ଲାଟ୍‌ଫର୍ମ୍‌ ରେ ଅଂଶୀଦାର କରିବାର ଥିଲେ, ବିଷୟବସ୍ତ୍ଗୁକୁ ଲିଙ୍କ୍‌ ଅଂଶୀଦାର କରାଯିବ।

ପେମେଣ୍ଟ୍ ପ୍ରଦାରକ

ଯଦି ଆପଣ କଏନ୍‌ କ୍ରୟ କରିବାକୁ ଚାହାଁନ୍ତି, କାରବାରରେ ସହାୟତା କରିବା ପାଇଁ ଆମେ ସଂପୃକ୍ତ ପେମେଣ୍ଟ୍‌ ପ୍ରଦାରକଙ୍କ ସହିତ ଡାଟା ଅଂଶୀଦାର କରିବୁ।ଆପଣଙ୍କୁ ଚିହ୍ନଟ କରିବା ପାଇଁ ଆପଣଙ୍କ କାରବାର ID ଆମେ ଅଂଶୀଦାର କରିବୁ ଏବଂ ଆପଣ ପେମେଣ୍ଟ୍‌ କରିବାମାତ୍ରେ, ସଠିକ୍‌ ମୂଲ୍ୟ ର କଏନ୍‌ ଆପଣଙ୍କ ଆକାଉଣ୍ଟ୍‌ରେ କ୍ରେଡିଟ୍‌ କରିବୁ।

ସର୍ଭିସ୍‌ ପ୍ରଦାରକ

କ୍ଲାଉଡ୍‌ ସର୍ଭିସ୍‌ ପ୍ରଦାରକ ଭଳି ଆମକୁ ବ୍ୟବସାୟରେ ସାହାଯ୍ୟ କରୁଥିବା ସର୍ଭିସ୍‌ ପ୍ରଦାରକଙ୍କୁ ଆମେ ସୂଚନା ଏବଂ ବିଷୟବସ୍ତୁ ପ୍ରଦାନ କରିଥାଉ ଏବଂ ଏହି ପ୍ଲାଟ୍‌ଫର୍ମକୁ ଏକ ନିରାପଦ ଏବଂ ଆମୋଦକର ସ୍ଥାନ ଭାବରେ ସୁନିଶ୍ଚିତ କରିବା ପାଇଁ କଣ୍ଟେଣ୍ଟ୍‌ ମଡରେସନ୍‌ ସର୍ଭିସ୍‌ ପ୍ରଦାରକଙ୍କୁ ମଧ୍ୟ ଆମେ ମଧ୍ୟ  ସୂଚନା ଏବଂ ବିଷୟବସ୍ତୁ ପ୍ରଦାନ କରିଥାଉ।

ଆନାଲିଟିକ୍‌(ବିଶ୍ଳେଷଣାତ୍ମକ) ପ୍ରଦାରକ

ପ୍ଲାଟଫର୍ମ୍‌ରେ ଉନ୍ନତି ଆଣିବା ପାଇଁ ଏବଂ ଅଧିକରୁ ଅଧିକ ଉପଯୋଗୀ କରିବା ପାଇଁ ଆମେ ଆନାଲିଟିକ୍‌ ପ୍ରଦାରକଙ୍କ ସାହାଯ୍ୟ ନେଉଥାଉ।ଲକ୍ଷ୍ୟ କରାଯାଇଥିବା ବିଜ୍ଞାପନ ପ୍ରଦାନ କରିବାରେ ଆମର ଥାର୍ଡ୍‌ ପାର୍ଟି  ଆନାଲିଟିକ୍‌(ବିଶ୍ଳେଷଣାତ୍ମକ) ପ୍ରଦାରକ ଆମକୁ ସାହାଯ୍ୟ କରିଥାନ୍ତି।

ବିଜ୍ଞାପକ ଏବଂ ବିଜ୍ଞାପନ ପ୍ରଦାନକାରୀ ନେଟ୍‌ୱାର୍କ୍‌ 

ପ୍ଲାଟ୍‌ଫର୍ମର କେତେଜଣ ଏବଂ କେଉଁ ଉପଭୋକ୍ତାମାନେ ଏକ ବିଜ୍ଞାପନ ଉପରେ କ୍ଲିକ୍‌ କରିଛନ୍ତି କିମ୍ୱା ଦେଖିଛନ୍ତି, ସେ ବିଷୟରେ ତଥ୍ୟ ସଂଗ୍ରହ ପାଇଁ ଆମେ ବିଜ୍ଞାପକ ଏବଂ ଥାର୍ଡ୍‌ ପାର୍ଟି ମୂଲ୍ୟାଙ୍କନ କଂପାନୀଙ୍କ ସହିତ ସୂଚନା ଅଂଶୀଦାର କରିଥାଉ।ମୂଲ୍ୟାଙ୍କନ କଂପାନୀଙ୍କ ସହିତ ଆମେ ଆପଣଙ୍କର ଡିଭାଇସ୍‌ ID ଅଂଶୀଦାର କରିଥାଉ, ଯେପରିକି  ପ୍ଲାଟ୍‌ଫର୍ମ୍‌ରେ ଆପଣଙ୍କ କାର୍ଯ୍ୟକଳାପ ସହିତ ଅନ୍ୟ ୱେବ୍‌ସାଇଟ୍‌ରେ ଆପଣଙ୍କ କାର୍ଯ୍ୟକଳାପ ଆମେ ଲିଙ୍କ୍‌ କରିପାରିବୁ; ତାପରେ ଆମେ ଏହି ସୂଚନା ବ୍ୟବହାର କରି ଆପଣଙ୍କୁ ଆଗ୍ରହ ହେଉଥିବା ବିଜ୍ଞାପନ ଆପଣଙ୍କୁ ଦର୍ଶାଇ ପାରିବୁ।

ଆମର କର୍ପୋରେଟ୍‌ ଗୃପ୍‌

ଏହି ପ୍ଲାଟ୍‌ଫର୍ମ୍‌ ପ୍ରଦାନ କରିବା, ଏଥିରେ ଉନ୍ନତି ଆଣି ଅଧିକ ଉପଯୋଗୀ କରିବା, ଆଇନ୍‌ ବିରୁଦ୍ଧ ବ୍ୟବହାର ନିରାକରଣ କରିବା ଏବଂ ଉପଭୋକ୍ତାଙ୍କୁ ସାହାଯ୍ୟ କରିବା ପାଇଁ,ଆମେ ଆପଣଙ୍କ ସୂଚନା ଆମ କର୍ପୋରେଟ୍‌ ଗୃପ୍‌ର ଅନ୍ୟ ସଦସ୍ୟ,ଗୌଣ କଂପାନୀ କିମ୍ୱା ଅନୁବନ୍ଧିତ ସଂସ୍ଥାଙ୍କ ସହିତ ଅଂଶୀଦାର କରିପାରୁ।

ଆଇନ୍‌ କାର୍ଯ୍ୟକାରୀ

ଯଦି ଆଇନଗତ ଭାବରେ ଆବଶ୍ୟକ ହୁଏ,  ଆଇନ୍‌ କାର୍ଯ୍ୟକାରୀ ସଂସ୍ଥାଙ୍କ ସହିତ ଆମେ ଆପଣଙ୍କ ସୂଚନା ଅଂଶୀଦାର କରିଥାଉ କିମ୍ୱା ନିମ୍ନଲିଖିତ ପାଇଁ ଯଦି ସେହି ପ୍ରକାର ଅଂଶୀଦାରତା ଯୁକ୍ତିଯୁକ୍ତ ଭାବରେ ଆବଶ୍ୟକ ହୋଇଥାଏ:

  • ଆଇନଗତ ଉତ୍ତରଦାୟିତ୍ୱ, ପ୍ରଣାଳୀ କିମ୍ୱା ଅନୁରୋଧର ଅନୁପାଳନ;
  • ଆମର Terms of Serviceସର୍ଭିସ୍‌ ସର୍ତ୍ତାବଳୀ ଏବଂ ଅନ୍ୟ ରାଜିନାମା, ପଲିସି, ମାନଦଣ୍ଡ କାର୍ଯ୍ୟକାରୀ କରିବା         ପାଇଁ  କିମ୍ୱା କୌଣସି ସମ୍ଭାବିତ ଅବମାନନାର ଅନୁସନ୍ଧାନ କରିବା ପାଇଁ;
  • ସୁରକ୍ଷା, ଜାଲିଆତି କିମ୍ୱା ଟେକ୍‌ନିକାଲ୍‌ ସମସ୍ୟା ନିର୍ଣ୍ଣୟ, ନିରାକରଣ କିମ୍ୱା ସମାଧାନ ପାଇଁ 
  • ଆମର, ଆମ ଉପଭୋକ୍ତାଙ୍କ, ଥାର୍ଡ୍‌ ପାର୍ଟି କିମ୍ୱା ସର୍ବ ସାଧାରଣଙ୍କ ଅଧିକାର, ସଂପତ୍ତି ସୁରକ୍ଷା ପାଇଁ କିମ୍ୱା         ନିରାପଦତା ପାଇଁ, ଯେପରିକି ଆଇନ୍‌ ଦ୍ୱାରା ଆବଶ୍ୟକ କିମ୍ୱା ଅନୁମତିପ୍ରାପ୍ତ ( ଜାଲିଆତି କାର୍ଯ୍ୟ ରୁ ସୁରକ୍ଷା ଏବଂ         କ୍ରେଡିଟ୍‌ ରିସ୍କ୍‌ କମ୍‌ କରିବା ଉଦ୍ଦେଶ୍ୟରେ ଅନ୍ୟ କଂପାନୀ ଏବଂ ସଂସ୍ଥା ସହିତ ସୂଚନା ବିନିମୟ ଅନ୍ତର୍ଭୁକ୍ତ କରି)  

ପବ୍ଲିକ୍‌ ପ୍ରୋଫାଇଲ୍‌

ଦୟାକରି ନୋଟ୍‌ କରନ୍ତୁ ଯେ ଯଦି ଆପଣଙ୍କର ପ୍ରୋଫାଇଲ୍‌ ସର୍ବସାଧାରଣଙ୍କ ପାଇଁ ମଧ୍ୟ ଉଦ୍ଦିଷ୍ଟ, ତେବେ ପ୍ଲାଟ୍‌ଫ୍ଜର୍ମରେ ଆପଣଙ୍କ ବିଷୟବସ୍ତୁ ପ୍ରତ୍ୟେକ ବ୍ୟକ୍ତି ଦେଖିପାରିବେ ।ଆପଣଙ୍କ ବନ୍ଧୁ ଏବଂ ଅନୁଗାମୀ, ସର୍ଚ୍ଚ ଇଞ୍ଜିନ୍‌, କଣ୍ଟେଣ୍ଟ୍‌ ଅଗ୍ରିଗେଟର୍‌ ଏବଂ ନୂଆ ସାଇଟ୍‌ ଭଳି ଥାର୍ଡ୍‌ପାର୍ଟିମାନେ ମଧ୍ୟ ତାହା ପ୍ରବିଷ୍ଟ କରିପାରିବେ କିମ୍ୱା ଅଂଶୀଦାର କରିପାରିବେ।ପ୍ରତ୍ୟେକ ଥର ଆପଣ ଭିଡିଓ ଅପଲୋଡ୍‌ କଲାବେଳେ ଆପଣ ନିର୍ଦ୍ଦିଷ୍ଟ କରିପାରିବେ ଯେ କେଉଁସବୁ ବ୍ୟକ୍ତି ତାହା ଦେଖିପାରିବେ।ବୈକଳ୍ପିକ ଭାବରେ, “Manage my account”ସେଟିଙ୍ଗ୍‌ର 'Private Account'ରେ ସେଟିଙ୍ଗ୍‌ ପରିବର୍ତ୍ତନ କରି ଆପଣଙ୍କ ପ୍ରୋଫାଇଲ୍‌ କୁ “default private” ରେ ଆପଣ ପରିବର୍ତ୍ତନ କରିପାରିବେ।

5. ଆପଣଙ୍କ ବ୍ୟକ୍ତିଗତ ଡାଟା ଆମେ କେଉଁଠାରେ ସଂରକ୍ଷିତ ରଖୁ

ଆପଣଙ୍କଠାରୁ ସଂଗ୍ରହ କରାଯାଇଥିବା ବ୍ୟକ୍ତିଗତ ଡାଟା ଆମେ ସିଙ୍ଗାପୁର କିମ୍ୱା ୟୁନାଇଟେଡ୍‌ ଷ୍ଟେଟ୍‌ସରେ ଥିବା ସର୍‌ଭର୍‌ରେ ସଂରକ୍ଷିତ ରଖିପାରୁ, ଆପଣ ବାସ କରୁଥିବା ଦେଶ ବାହାରେ।ଆମର ସର୍ଭିସ୍‌ ଆପଣଙ୍କୁ ବିଶ୍ୱ ସ୍ତରରେ ଏବଂ ଲଗାତାର ଭାବରେ ପ୍ରଦାନ କରିବା ପାଇଁ ବିଶ୍ୱସାରା ମୂଖ୍ୟ ସର୍‌ଭର୍‌ ରଖିଥାଉ।

6. ଆପଣଙ୍କ ପସନ୍ଦ

TikTokରେ ସାଇନ୍‌ କରି ଆପଣ ଆପଣଙ୍କ ଅଧିକାଂଶ ପ୍ରୋଫାଇଲ ସୂଚନା ପ୍ରବିଷ୍ଟ କରିପାରିବେ ଏବଂ ସଂଶୋଧନ ମଧ୍ୟ କରିପାରିବେ।ଆପଣ ଅପ୍‌ଲୋଡ କରିଥିବା ଉପଭୋକ୍ତା ବିଷୟବସ୍ତୁ  ମଧ୍ୟ ଆପଣ ବିଲୁପ୍ତ କରିପାରିବେ।ସେଟିଙ୍ଗ୍‌ସ୍‌ରେ ଆମେ ଅନେକ ଟୁଲ୍‌ ଦେଇଥାଉ, ଯାହାମାଧ୍ୟମରେ ଆପଣଙ୍କ ଭିଡିଓ କିଏ ଦେଖିପାରିବେ, କିଏ ମେସେଜ୍‌ ପଠାଇ ପାରିବେ କିମ୍ୱା ଆପଣଙ୍କ ଭିଡିଓ ଉପରେ କିଏ ମନ୍ତବ୍ୟ ଦେଇ ପାରିବେ, ତାହା ଆପଣ ନିୟନ୍ତ୍ରଣ କରିପାରିବେ।ଯଦି ଆପଣ ତାହା ଚୟନ କରନ୍ତି, ସେଟିଙ୍ଗସ୍‌ରେ ଆପଣ ସମଗ୍ର ଆକାଉଣ୍ଟ୍‌ ମଧ୍ୟ ବିଲୁପ୍ତ କରିପାରିବେ।ଏହି ଟୁଲଗୁଡିକ କିପରି ବ୍ୟବହାର କରିବେ ସେହି ବିଷୟରେ ଯଦି କିଛି ପ୍ରଶ୍ନ ଥାଏ କିମ୍ୱା ଆପଣ ବାସ କରୁଥିବା ଦେଶରେ ଆପଣଙ୍କ କୌଣସି ଅଧିକାର ବିଷୟରେ ଜାଣିବାକୁ ଚାହାଁନ୍ତି, ତେବେ ଆମକୁ https://www.tiktok.com/legal/report/privacy. ରେ ସଂପର୍କ କରନ୍ତୁ।

7. ଆପଣଙ୍କ ବ୍ୟକ୍ତିଗତ ଡାଟା ର ସୁରକ୍ଷା

ଆପଣଙ୍କ ସୂଚନାର ସୁରକ୍ଷା ଏବଂ ଏହି ପଲିସି ଅନୁସାରେ ବଜାୟ ରଖିବା ସୁନିଶ୍ଚିତ କରିବା ପାଇଁ ଆମେ ଅନେକ ପଦକ୍ଷେପ ନେଇଥାଉ।ଦୁର୍ଭାଗ୍ୟବସତଃ, ଇଣ୍ଟର୍‌ନେଟ୍‌ ମାଧ୍ୟମରେ ସୂଚନାର ସଂଚାରଣ ସଂପୁର୍ଣ୍ଣ ଭାବରେ ସୁରକ୍ଷିତ ନୁହେଁ।ଯଦିଓ ଆମେ ଆପଣଙ୍କ ବ୍ୟକ୍ତିଗତ ଡାଟା ସୁରକ୍ଷିତ ରଖିବୁ, ଉଦାହରଣ ସ୍ୱରୁପ, ଏନ୍‌କ୍ରିପ୍‌ସନ୍‌ ମାଧ୍ୟମରେ, ଏହି ପ୍ଲାଟ୍‌ଫର୍ମ ମାଧ୍ୟମରେ ସଂଚାରିତ କରାଯାଇଥିବା ସୂଚନାର ସୁରକ୍ଷା ଆମେ ଗ୍ୟାରେଣ୍ଟି ଦେଇ ପାରିବୁ ନାହିଁ, କୌଣସି ସଂଚାରଣ ଆପଣଙ୍କ ରିସ୍କ୍‌ରେ ହିଁ କରାଯିବ।

ରିସ୍କ୍‌ର ବିଭିନ୍ନ ସ୍ତର ଏବଂ ଆପଣଙ୍କ ଏବଂ ଅନ୍ୟମାନଙ୍କ ଅଧିକାର ଏବଂ ସ୍ୱାଧୀନତାର ଗମ୍ଭୀରତା ସହିତ ଯୁକ୍ତିଯୁକ୍ତ ହେଉଥିବା ଅନୁସାରେ ସୁରକ୍ଷାସ୍ତର ସୁନିଶ୍ଚିତ କରିବା ପାଇଁ  ଆମେ ଉପଯୁକ୍ତ ଟେକ୍‌ନିକାଲ୍‌ ଏବଂ ସାଂଗଠାନିକ ପଦକ୍ଷେପ ନେଇଥାଉ। ଆମେ ସେହି ଟେକ୍‌ନିକାଲ୍‌ ଏବଂ ସାଂଗଠାନିକ ପଦକ୍ଷେପ ବଜାୟ ରଖୁ ଏବଂ ଆମ ସିଷ୍ଟମ୍‌ର ମୋଟାମୋଟି ସୁରକ୍ଷାରେ ଉନ୍ନତି କରିବା ପାଇଁ ଆମେ ସେଥିରେ ସମୟ ସମୟରେ ସଂଶୋଧନ କରିବୁ।

ଆମେ, ସମୟ ସମୟରେ, ଆମର ପାର୍ଟନର, ନେଟ୍‌ୱାର୍କ, ବିଜ୍ଞାପକ ଏବଂ ଅନୁବନ୍ଧିତ ସଂସ୍ଥାଙ୍କ ୱେବ୍‌ସାଇଟ୍‌ ସହିତ ଏବଂ ଠାରୁ ଲିଙ୍କ୍‌ କରିବୁ।ଏଥିମଧ୍ୟରୁ କୌଣସି ୱେବ୍‌ସାଇଟ୍‌ର ଲିଙ୍କ ଆପଣ ଅନୁସରଣ କଲେ, ଦୟାକରି ନୋଟ୍‌ କରନ୍ତୁ ଯେ ସେମାନଙ୍କର ନିଜର ଗୋପନୀୟ ପଲିସି ରହିଛି ଏବଂ ତାଙ୍କର ସେହି ପଲିସି ପାଇଁ ଆମେ କୌଣସି ଦାୟିତ୍ୱ କିମ୍ୱା ଉତ୍ତରଦାୟିତ୍ୱ ନେବୁ ନାହିଁ। ଏହି ୱେବ୍‌ସାଇଟ୍‌ ଗୁଡିକୁ କୌଣସି ସୂଚନା ଦେବା ପୂର୍ବରୁ ଦୟାକରି ସେହି ପଲିସି ଗୁଡିକ ଚେକ୍‌ କରନ୍ତୁ ।

8. ଆପଣଙ୍କୁ ସର୍ଭିସ୍‌ ଦେବା ଆବଶ୍ୟକ ପର୍ଯ୍ୟନ୍ତ ଆମେ ଆପଣଙ୍କ ସୂଚନା ଆମ ପାଖରେ ଗଚ୍ଛିତ ରଖିବୁ। ଆପଣଙ୍କୁ ସର୍ଭିସ୍‌ ପ୍ରଦାନ କରିବା ପାଇଁ ଆମେ ଯେତେବେଳେ ଆପଣଙ୍କ ସୂଚନା ଆବଶ୍ୟକ କରିବୁ ନାହିଁ, ଆମେ ସେହି ଡାଟା ଆମର ନ୍ୟାୟ ସଂଙ୍ଗତ ବ୍ୟବସାୟ ଉଦ୍ଦେଶ୍ୟ ଥିବା ପର୍ଯ୍ୟନ୍ତ ଆମ ପାଖରେ ରଖିବୁ।ଅବଶ୍ୟ, ଏଭଳି କାରଣ ରହିଛି, ଆମର ଆଇନଗତ ଉତ୍ତରଦାୟିତ୍ୱର ଅନୁପାଳନ କିମ୍ୱା ଆଇନଗତ ଦାବି ସ୍ଥାପନ, କାର୍ଯ୍ୟକାରୀ କିମ୍ୱା ପ୍ରତିରକ୍ଷା କ୍ଷେତ୍ରରେ ଆମେ ଆପଣଙ୍କ ଡାଟା  ଅଧିକ ସମୟ ଅବଧି ପର୍ଯ୍ୟନ୍ତ ରଖିପାରୁ।

ଆପଣ ଆମ ପ୍ଲାଟ୍‌ଫର୍ମର ବ୍ୟବହାର ସମାପ୍ତ କଲାପରେ, ଆମେ ଆପଣଙ୍କ ସୂଚନା ଏକତ୍ରିକ ଏବଂ ନାମହୀନ/ପରିଚୟହୀନ ଫରମାଟ୍‌ରେ ରଖିଥାଉ।

9.ପିଲା ସଂପର୍କିତ ସୂଚନା

ବର୍ଷ ବୟସରୁ କମ୍‌ ବୟସ ହୋଇଥିବା ପିଲା ମାନଙ୍କ ପାଇଁ TikTok ଉଦ୍ଦିଷ୍ଟ ନୁହେଁ।କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ, ସ୍ଥାନୀୟ ନିୟନ୍ତ୍ରଣକାରୀ ଆବଶ୍ୟକତା ଯୋଗୁଁ ବ୍ୟବହାରର ନ୍ୟୁନତମ ବୟସ ଅଧିକ ହୋଇପାରେ, ଅଧିକ ସୂଚନା ପାଇଁ ଦୟାକରି ସ୍ଥାନୀୟ ଗୋପନୀୟ ପଲିସି ଦେଖନ୍ତୁ।ଯଦି ଆପଣ ବିଶ୍ୱାସ କରନ୍ତି ଯେ ସଂପୃକ୍ତ ନ୍ୟୁନତମ ବୟସରୁ କମ୍‌ ବୟସର ପିଲାଙ୍କ ବ୍ୟକ୍ତିଗତ ଡାଟା ଆମ ପାଖରେ ଅଛି କିମ୍ୱା ସଂଗ୍ରହକରାଯାଇଛି, ଦୟାକରି ଆମକୁ https://www.tiktok.com/legal/report/privacy ରେ ସଂପର୍କ କରନ୍ତୁ।

10. ଅଭିଯୋଗ

ଆମେ କିପରି ଆପଣଙ୍କ ବ୍ୟକ୍ତିଗତ ଡାଟା ପ୍ରଣାଳୀଭୁକ୍ତ କରୁ, ସେ ବିଷୟରେ ଯଦି ଆପଣ ଅଭିଯୋଗ କରିବାକୁ ଚାହାଁନ୍ତି, ପ୍ରଥମ ଥରେ ହିଁ ଦୟାକରି ଆମକୁ https://www.tiktok.com/legal/report/privacyରେ ସଂପର୍କ କରନ୍ତୁ ଏବଂ ଯେତେ ଶୀଘ୍ର ସମ୍ଭବ, ଆପଣଙ୍କ ଅଭିଯୋଗ ସମାଧାନ କରିବା ପାଇଁ ଆମେ ଚେଷ୍ଟା କରିବୁ। କୌଣସି ଭ୍ରମ ନଥାଇ ଏହା ଆପଣଙ୍କ ଅଧିକାର ଅଛି ଯେ ସଂପୃକ୍ତ ଡାଟା ସୁରକ୍ଷା କର୍ତ୍ତୁପକ୍ଷଙ୍କ ଠାରେ ଆପଣ ଦାବି କରିପାରିବେ।

11. ପରିବର୍ତ୍ତନ 

ଏହି ପଲିସିର କୌଣସି ବିଷୟବସ୍ତୁରେ ପରିବର୍ତ୍ତନ କରାଗେଲେ ଆମେ ସାଧାରଣତଃ ଆମ ପ୍ଲାଟ୍‌ଫର୍ମରେ ନୋଟିସ୍‌ ଦେଇ ସମସ୍ତ ଉପଭୋକ୍ତାଙ୍କୁ ଜଣାଇବୁ।ଅବଶ୍ୟ, କୌଣସି ପରିବର୍ତ୍ତନ ବିଷୟରେ ଅବଗତ ହେବା ପାଇଁ ଆପଣ ନିୟମିତ ଭାବରେ ଏହି ପଲିସି ଚେକ କରିବେ।ଆମେ ମଧ୍ୟ ପଲିସିରେ ଶୀର୍ଷ ରେ “ଅନ୍ତିମ ସଦ୍ୟ ସଂଶୋଧନ” ତାରିଖ ବିଷୟରେ ଆପଣଙ୍କୁ ଜଣାଇ ଦେବୁ, ଯେଉଁଥିରେ ପରିବର୍ତ୍ତିତ ପଲିସି ଲାଗୁହେବା ତାରିଖ ମଧ୍ୟ ଉଲ୍ଲେଖ ରହିବ।ସଦ୍ୟ ସଂଶୋଧିତ ପଲିସିର ଲାଗୁତାରିଖ ପରେ ଯଦି ଆପଣ ଏହି ପ୍ଲାଟ୍‌ଫର୍ମ୍‌ ଲଗାତାର ଭାବରେ ପ୍ରବିଷ୍ଟ କରନ୍ତି କିମ୍ବା ବ୍ୟବହାର କରନ୍ତି, ଏହା ବିଚାର କରାଯିବ ଯେ ଆପଣ ସଦ୍ୟ ସଂଶୋଧିତ ପଲିସି ଗ୍ରହଣ କରିଛନ୍ତି।ଯଦି ଆପଣ ସଂଶୋଧିତ ପଲିସି ଗ୍ରହଣ ନକରନ୍ତି, ଆପଣ ନିଶ୍ଚିତ ଭାବରେ ଆମର ପ୍ଲାଟ୍‌ଫର୍ମ ପ୍ରବିଷ୍ଟ କରିବା କିମ୍ୱା ବ୍ୟବହାର କରିବା ବନ୍ଦ କରିଦେବା ଉଚିତ।

12. କଣ୍ଟାକ୍‌ଟ୍‌ 

ଏହି ପଲିସି ସଂପର୍କରେ କୌଣସି ପ୍ରଶ୍ନ, ମନ୍ତବ୍ୟ ଏବଂ ଅନୁରୋଧ ଥିଲେ, ତାହା  https://www.tiktok.com/legal/report/privacy. କୁ ପଠାନ୍ତୁ 

ଅତିରିକ୍ତ ସର୍ତ୍ତାବଳୀ- ବିଚାରପରିସର-ନିର୍ଦ୍ଦିଷ୍ଟ

ଆପଣ ସର୍ଭିସ୍‌ ବ୍ୟବହାର କିମ୍ୱା ପ୍ରବିଷ୍ଟ କରୁଥିବା ନ୍ୟାୟ ପରିସର ସହିତ ସଂପୃକ୍ତ ଥିବା ଅତିରିକ୍ତ ସର୍ତ୍ତାବଳୀ । ବିଚାରପରିସର-ନିର୍ଦ୍ଦିଷ୍ଟ ର ପ୍ରାବଧାନ ଏବଂ ପଲିସିର ଅବଶିଷ୍ଟ ପ୍ରାବଧାନ ଭିତରେ ଯଦି କୌଣସି ବିବାଦ ସୃଷ୍ଟି ହୁଏ, ତେବେ ସଂପୃକ୍ତ ଥିବା ଅତିରିକ୍ତ ସର୍ତ୍ତାବଳୀ -  ବିଚାରପରିସର-ନିର୍ଦ୍ଦିଷ୍ଟ  ସର୍ତ୍ତାବଳୀ ବଳବତ୍ତର ରହିବ ଏବଂ ଏହା ହିଁ ନିୟନ୍ତ୍ରଣ କରିବ

ଭାରତ: ଯଦି ଆପଣ ଭାରତରେ ଆମର ସର୍ଭିସ୍‌ ବ୍ୟବହାର କରୁଛନ୍ତି,  ପ୍ଲାଟ୍‌ଫର୍ମ ବାଇଟେଡାନ୍‌ସ୍‌ (ଇଣ୍ଡିଆ)  ଟେକ୍‌ନୋଲୋଜି ପ୍ରାଇଭେଟ୍‌ ଲିମିଟେଡ୍‌ ଦ୍ୱାରା ପ୍ରଦାରିତ ଏବଂ ନିୟନ୍ତ୍ରିତ। Tik Tok ହେଉଛିଆମରବ୍ରାଣ୍ଡ ଯେକି ସର୍ଭିସ୍‌ ପ୍ରଦାନ କରୁଛି ଏବଂ ଏହାକୁ ବିସ୍ତାର କରୁଛି । ଯେତେବେଳେଭାରତରେ ଏହି ସର୍ଭିସ୍‌ ବ୍ୟବହାର କରୁଛନ୍ତି, ଦୟାକରି ସେହି ଅନୁସାରେ ଏହି ପଲିସିରେ “TikTok”କୁ “ଆମ୍ଭେମାନେ” କିମ୍ୱା “ଆମ୍ଭମାନଙ୍କର” ଭାବରେପଢନ୍ତୁ ଯାହାକି ବାଇଟେଡାନ୍‌ସ୍‌ (ଇଣ୍ଡିଆ)  ଟେକ୍‌ନୋଲୋଜି ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ କୁ ବୁଝାଇବ।