ସମୁଦାୟର ମାର୍ଗଦର୍ଶିକା

ସଦ୍ୟ ସଂଶୋଧନ ହେବାର ଅନ୍ତିମ ତାରିଖ : ଜାନୁଆରୀ, 2020

TikTokର ମିଶନ୍‌ ହେଉଛି ରଚନାତ୍ମକକୁ ପ୍ରେରିତ କରିବା ଏବଂ ଖୁସି ଆଣିବା। ଆମେ ଏକ ଗ୍ଲୋବାଲ୍‌ ସମ୍ପ୍ରଦାୟପ୍ରସ୍ତୁତ କରୁଛୁ ଯେଉଁଠାରେ ଉପଭୋକ୍ତା ପ୍ରାମାଣିକ ଭାବରେ ସୃଷ୍ଟି ଏବଂ ଅଂଶୀଦାର କରିପାରେ, ନିଜ ଚାରିପାଖର ଦୁନିଆଁ ଆବିଷ୍କାର କରିପାରେ, ଏବଂ ବିଶ୍ୱରେ ଅନ୍ୟଙ୍କ ଅହ ସଂଯୋଗ କରିପାରେ। ଆମେ ଏହି ସମ୍ପ୍ରଦାୟ ସୁରକ୍ଷିତ ରଖିବା ପାଇଁ ପ୍ରତିବନ୍ଧ। ଆମର ସମ୍ପ୍ରଦାୟ ନିର୍ଦ୍ଦେଶାବଳୀ ଆମର ମୂଲ୍ୟକୁ ଦର୍ଶାଏ ଏବଂ ଆମର ପ୍ଲାଟଫର୍ମରେ ଗୋଟିଏ ସମାନ ଆଚାର ସଂହିତାକୁ ପରିଭାଷିତ କରେ। ଏହି ନିର୍ଦ୍ଦେଶାବଳୀ ଆମର ସମ୍ପ୍ରଦାୟକୁ ଗୋଟିଏ ସୁରକ୍ଷିତ ଅଂଶୀଦାର ସ୍ଥାନ ତିଆରି କରିବାରେ ସହାୟତା କରିବାକୁ ମଧ୍ୟ ଅନୁମତି ଦିଏ।

TikTok ହେଉଛି ଏକ ସମାବେଶୀ ପ୍ଲାଟଫର୍ମ୍‌ ଯାହା ଦାୟିତ୍ୱମୁକ୍ତ ଏକ୍ସପ୍ରେସନ୍ ର ଭିତ୍ତିରେ ପ୍ରସ୍ତୁତ କରାଯାଇଛି। ଆମେ ଉପଭୋଗକର୍ତ୍ତାଙ୍କୁ ଉତ୍ସବ ପାଳନ କରିବା ପାଇଁ ପ୍ରୋତ୍ସାହିତ କରୁ  ଯାହାକି ତାଙ୍କୁ  ଅଦ୍ୱିତୀୟ କରେ, ଯେତେବେଳେ ଆମେ ଏହି ସମୁଦାୟ ପ୍ରାପ୍ତ କରୁ ଯାହା ସେପରି କରିଥାଏ। ଆମେ ଦୃଢ ଭାବରେ ବିଶ୍ୱାସ କରୁ ଯେ ଆମର ଉପଭୋକ୍ତା ରାଷ୍ଟ୍ରିୟତା ଏବଂ ସଂସ୍କୃତୀୟର ଏକ ବିଶାଳ ପରିସର ଆସୁ , ଏବଂ ଆମେ ସେହି ଦେଶର ସାଂସ୍କୃତିକ ମାନଦଣ୍ଡ ଏବଂ ସ୍ଥାନୀୟ ନିୟମକୁ ଧ୍ୟାନରେ ରଖିବାକୁ ଯାହା ଆମେ ସଂଚାଳିତ କରୁ।

ଗୋଟିଏ ନିରାପଦ ଏବଂ ସହାୟକ ପରିବେଶ  ଆମର ଅଗ୍ରାଧିକାର। ଆମେ ବିଶ୍ୱାସ କରୁ ଯେ ଲୋକମାନେ ଖୋଲା ଏବଂ ସୃଜନଶୀଳ ଭାବରେ ସେମାନଙ୍କର ଭାବନା ବ୍ୟକ୍ତ କରିବାରେ ସହଜ ଏବଂ ଆରାମ ଅନୁଭବ କରିବା ପାଇଁ ସେମାନେ ନିରାପଦ ଅନୁଭବ କରିବା ଅତ୍ୟନ୍ତ ଆବଶ୍ୟକ । ଆମ ପ୍ଲାଟଫର୍ମକୁ  ଭ୍ରାମକ ବଷୟବସ୍ତୁ ଏବଂ ଆକାଉଣ୍ଟରୁ ମୁକ୍ତ ରଖିଏକ ପ୍ରକୃତବାର୍ତ୍ତାଳାପ ବାତାବରଣପ୍ରସ୍ତୁତ କରିବାଆମର  ଲକ୍ଷ ଅଟେ।

ଆମ ସମ୍ପ୍ରଦାୟ ନିର୍ଦ୍ଦେଶାବଳୀର ଭିତ୍ତିଭୂମି ହେଉଛି ଆମର ମୂଲ୍ୟବୋଧ। ଆମର ସମ୍ପ୍ରଦାୟ ନିର୍ଦ୍ଦେଶାବଳୀ ଉଲ୍ଲଙ୍ଘନ କରୁଥିବାଭିଡିଓ, ଅଡିଓ, ଫଟୋ ଏବଂ ଟେକ୍ସଟ୍‌  ହଟାଇ ଦେଇଥାଉ, ଏବଂ ଗୁରୁତ୍ତର କିମ୍ୱା ପୁନରାବୃତ୍ତି ଉଲ୍ଲଂଘନର ସହ ଜଡ଼ିତ ଆକାଉଣ୍ଟଗୁଡିକ ସ୍ଥଗିତ କିମ୍ୱା ନିଷିଦ୍ଧ କରିଥାଉ। ନିର୍ଦ୍ଧିଷ୍ଟ ପରିସ୍ଥିତିରେ, ଆମେ ଆଉ ଏକ ଷ୍ଟେପ୍‍ ଆଗକୁ ଯିବୁ ଏବଂ ଆମର ସମ୍ପ୍ରଦାୟ ସୁରକ୍ଷା ରଖିବା ପାଇଁ ସମ୍ବନ୍ଧୀୟ ଆ‍ଇନ୍‍ ଅଧିକାରୀଙ୍କ ନିକଟରେ ଆକାଉଣ୍ଟଗୁଡିକ ରିପୋର୍ଟ୍ କରିବୁ।

ଆମର ସମ୍ପ୍ରଦାୟ ନିର୍ଦ୍ଦେଶାବଳୀ ପ୍ରତ୍ୟେକଙ୍କ ପାଇଁ, ଏବଂ TikTokରେ ଅଂଶୀଦାର କରିବା ପାଇଁ ସବୁ କିଛି ପ୍ରୟୋଗ।ସେଗୁଡିକ ପ୍ଲାଟଫର୍ମରେ କଣ ଏବଂ କଣ ଅନୁମୋଦିତ ନୁହେଁ ସେହି ବିଷୟରେ ସାଧାରଣ ନିର୍ଦ୍ଧେଶିକା ପ୍ରଦାନ କରେ। ଆମେ ଏହା ସ୍ୱୀକାର କରୁ ଯେ ଆମର ନିର୍ଦ୍ଦେଶାବଳୀ ଅନୁସାରେ ସାଧାରଣତଃ କିଛି ବିଷୟବସ୍ତୁ ଅପସାରଣ ହେବ ତାହା ସର୍ବସାଧାରଣଙ୍କ ପାଇଁ ମୂଲ୍ୟବାନ ହୋଇପାରେ।ତେଣୁ ଆମେ କିଛି ପରିସ୍ଥିତିରେ ବ୍ୟତିକ୍ରମଣଗୁଡିକର ଅନୁମତି ଦେଇପାରୁ, ଯେପରି ନିମ୍ନର ବିଭାଗରେ ବର୍ଣ୍ଣିତ।

ଆମେ ସମ୍ପ୍ରଦାୟ ଆଚରଣ କ୍ରମ ଶୁଦ୍ଧକରଣ, ସୃଷ୍ଟି ହେଉଥିବା ରିସ୍କ ସମାଧାନ ଏବଂ ସୃଜନଶୀଳତା ଏବଂ ଆନନ୍ଦ ପାଇଁ TikTok କୁ  ଏକ  ସୁରକ୍ଷିତ ସ୍ଥାନ ହିସାବରେ ସ୍ଥାପନ କରିବା ପାଇଁ  ଆମର ସମ୍ପ୍ରଦାୟ ନିର୍ଦ୍ଦେଶାବଳୀ ସମୟ ସମୟରେ ସଦ୍ୟ ସଂଶୋଧନ କରୁ।


ବିପଦଜନକବ୍ୟକ୍ତି ଏବଂସଂସ୍ଥା

ସନ୍ତ୍ରାସବାଦ, ଅପରାଧ, କିମ୍ୱା ଅନ୍ୟ ପ୍ରକାର କ୍ଷତିକାରକ ଆଚରଣ ପ୍ରଚାରର ପାଇଁ ଆମର ପ୍ଲାଟଫର୍ମକୁ ବ୍ୟବହାର କରୁଥିବା ବ୍ୟକ୍ତି ବିଶେଷ ଏବଂ ସଂସ୍ଥାକୁ ଅନୁମତି ଦେଉ ନାହିଁ। ସର୍ବସାଧାରଣର ନିରାପଦ ପାଇଁ ଯେତେବେଳେ ବିଶ୍ୱାସଯୋଗ୍ୟ ଧମକ ଥାଏ ଆମେ  ଆକାଉଣ୍ଟଟି ନିଷିଦ୍ଧ  କରି ଏବଂ ସମ୍ବନ୍ଧୀୟ ଆ‍ଇନ୍‍ କର୍ତୃପକ୍ଷଙ୍କ ସହ ସହଯୋଗିତା କରି ସମସ୍ୟା ସମାଧାନ କରିଥାଉ।

ଆତଙ୍କବାଦୀ ଏବଂ ଆତଙ୍କବାଦୀୟ ସଂଗଠନ

ଆତଙ୍କବାଦୀୟ ଏବଂ ଆତଙ୍କବାଦୀ ସଂଗଠନଗୁଡିକ ହେଉଛନ୍ତି ଏକ ପ୍ରକାର ଅଣ-ରାଜ୍ୟଅନିଷ୍ଟକାରୀଯେଉଁମାନେ  ସେମାନଙ୍କର  ରାଜନୈତିକ, ଧର୍ମୀ, ଜାତିଗତ କିମ୍ୱା  ନିଜ ଚିନ୍ତାଧାରା ଗତ ଉଦ୍ଦେଶ୍ୟ ସାଧନ ପାଇଁ ଲୋକମାନଙ୍କୁ ଏବଂ ସରକାରଙ୍କୁ କିମ୍ୱା ଆନ୍ତର୍ଜାତୀକସଂଗଠନ କୁ ଧମକ ଦେବା ପାଇଁ କିମ୍ୱା ଭୟ ସୃଷ୍ଟିକରିବା ପାଇଁ ନିରସ୍ତ୍ର ବ୍ୟକ୍ତିଙ୍କ ଅନିଷ୍ଟ କରିବା ଉଦ୍ଦେଶ୍ୟରେ ପୁର୍ବ ଆୟୋଜିତ ହିଂସା  କରିଥାନ୍ତି କିମ୍ବା ହିଂସାର ଧମକ ଦେଇଥାନ୍ତି।

ଅନ୍ୟ ବିପଦଜନକ ବ୍ୟକ୍ତି ଏବଂ ସଂସ୍ଥା

ଆମେ ଅପରାଧ କରୁଥିବା କିମ୍ୱା ଗୁରୁତର କ୍ଷତି ର କାରଣ ହେଉଥିବା ବିପଦଜନକ ବ୍ୟକ୍ତି ଏବଂ ସଂସ୍ଥାଗୁଡିକୁ ବିପଦପୁର୍ଣ୍ଣ ବ୍ୟାଖ୍ୟା ଦେଇଥାଉ। ଏହି ପ୍ରକାର ଗୋଷ୍ଠୀ ଏବଂ ଅପରାଧ  ଅନ୍ତର୍ଭୁକ୍ତ, କିନ୍ତୁ  ଏଥିରେ ସୀମିତ ନୁହେଁ:

  • ଘୃଣା ସୃଷ୍ଟି କରୁଥିବା ଗୋଷ୍ଠୀ
  • ହିଂସାତ୍ମକ ଉଗ୍ରବାଦୀ ସଂଗଠନ
  • ମାନବ ହତ୍ୟା
  • ମାନବ ବେଆଇନ୍‌ ଚାଲାଣ
  • ଅଙ୍ଗ ବେଆଇନ୍‌ ଚାଲାଣ
  • ଅସ୍ତ୍ର ବେଆଇନ୍‌ ଚାଲାଣ
  • ଡ୍ରଗ୍‌ ବେଆଇନ୍‌ ଚାଲାଣ
  • ଅପହରଣ
  • ବଳପୁର୍ବକ ଲୁଟ୍‌
  • ଭୟ ଦେଖାଇ ଅର୍ଥ ଆଦାୟଅର୍ଥ ଅପହରଣ
  • ଠକାମି 
  • ସାଇବର୍‌ କ୍ରାଇମ୍‌

ପୋଷ୍ଟ କରନ୍ତୁ ନାହିଁ:

  • ନାମ, ସିମ୍ବଲ, ଲୋଗୋ, ଫ୍ଲାଗ, ସ୍ଲୋଗାନ୍‌, ୟୁନିଫର୍ମ, ଅଙ୍ଗଭଙ୍ଗୀ, ପ୍ରତିକୃତ, କିମ୍ୱା ବିପଦଜନକ ବ୍ୟକ୍ତି ଏବଂ/କିମ୍ୱା ସଂଗଠନର ପ୍ରତିନିଧିତ୍ୱ ବୁଝାଇବା  ଅନ୍ୟ ବିଷୟବସ୍ତୁ
  • ଏପରି ବିଷୟବସ୍ତୁ ଯାହା ବିପଦଜନକ ବ୍ୟକ୍ତି ଏବଂ/କିମ୍ୱା ସଂଗଠନଗୁଡିକର ପ୍ରଶଂସା, ଗୌରବ କିମ୍ୱା ସମର୍ଥନ କରେ
  • ବ୍ୟତିକ୍ରମ: ଶିକ୍ଷାମୂଳକ, ଐତିହାସିକ, ବ୍ୟଙ୍ଗତ୍ମକ, କଳାତ୍ମକ, ଏବଂ ଅନ୍ୟ ବିଷୟବସ୍ତୁ ଯାହା କାଉଣ୍ଟରସ୍ପିଚର ହିସାବରେ ଚିହ୍ନଟ କରାଯାଇପାରେ କିମ୍ୱା ବିପଦଜନକ ବ୍ୟକ୍ତି ଏବଂ/କିମ୍ୱା ସଂସ୍ଥାଗୁଡିକ ଦ୍ୱାରା କରିଥିବା କ୍ଷତି  ବିଷୟରେ ସୂଚନା ଦେଇଥାଏ


ଅବୈଧ କାର୍ଯ୍ୟକଳାପ ଏବଂ ନିୟନ୍ତ୍ରିତ ଉତ୍ପାଦ

ଆମେ ନିର୍ଦ୍ଧିଷ୍ଟ ନିୟନ୍ତ୍ରିତ ଉତ୍ପାଦର କାରବାର, ବିକ୍ରୟ, ପ୍ରୋତ୍ସାହନ, ଏବଂ ବ୍ୟବହାର ନିଷିଦ୍ଧ କରୁ ଏବଂ ଏହା ସହ ଅପରାଧମୂଳକ କ୍ରିୟାକଳାପର ପ୍ରଦର୍ଶନ କିମ୍ୱା ପ୍ରଚାର ମଧ୍ୟ ନିଷିଦ୍ଧ କରୁ। କିଛି ବିଷୟବସ୍ତୁ ଅପସାରଣ କରାଯାଇପାରେ ଯଦି କୌଣସି  କ୍ରିୟାକଳାପ କିମ୍ୱା ଉତ୍ପାଦ ଅବୈଧ କିମ୍ୱା  ବିଶ୍ୱ ଏବଂ ଅଧିକାଂଶ ଅଞ୍ଚଳରେ  ନିୟନ୍ତ୍ରିତ ହୋଇଥାଏ, ଯଦିଓ ସଂପୃକ୍ତ  କାର୍ଯ୍ୟକଳାପ କିମ୍ୱା ଉତ୍ପାଦ ପୋଷ୍ଟ କରାଯାଇଥିବା ଅଞ୍ଚଳରେ ଆଇନ ସମ୍ମତ ଅଟେ। ଶିକ୍ଷାଗତ, ବୈଜ୍ଞାନିକ, କଳାତ୍ମକ, ଏବଂ ସଂବାଦଯୋଗ୍ୟ ବିଷୟବସ୍ତୁକୁ  ଆମେଏକ ବ୍ୟତିକ୍ରମ ଭାବରେ ଅନୁମତି ଦେଇଥାଉ, ଯାହାକିସର୍ବସାଧାରଣ ପାଇଁ ଉପଯୋଗୀ ଏବଂ ମୂଲ୍ୟବାନ୍‌ ହୋଇଥାଏ।

ଅପରାଧମୂଳକ କାର୍ଯ୍ୟକଳାପର ପ୍ରୋତ୍ସାହନ

 ଚୋରି, ଆକ୍ରମଣ, ମାନବ ଶୋଷଣ, ଏବଂ ଅନ୍ୟ ହାନୀକାରକ ଆଚରଣଭଳି ଅନେକ କାର୍ଯ୍ୟକଳାପକୁ ଅପରାଧ ଭାବରେ ବିଚାର କରାଯାଏ। କାରଣ ଆମେ ଚାହୁଁ ନାହିଁ ଯେ ଏହି ପ୍ରକାର ଆଚରଣ ସ୍ୱାଭାବିକ ହେଉ କିମ୍ୱା ଅନୁକରଣ କରା ଯାଉ, ଆମେ ଏପରି ବିଷୟବସ୍ତୁ ଅପସାରଣ କରିଥାଉ ଯାହାକି ଅପରାଧମୂଳକ କାର୍ଯ୍ୟକଳାପକୁ ଉତ୍ସାହ ଦିଏ।

ପୋଷ୍ଟ କରନ୍ତୁ ନାହିଁ: 

  • ଏପରି ବିଷୟବସ୍ତୁ ଯାହା ଶାରୀରିକ କ୍ଷତିର କ୍ରିୟାକଳାପକୁ ପ୍ରୋତ୍ସାହନ କରେ, ଯେପରିକି ଆକ୍ରମଣ କିମ୍ୱା ଅପହରଣ
  • ଏପରି ବିଷୟବସ୍ତୁ ଯାହା ଅନ୍ୟର ସୁରକ୍ଷାକୁ ବିପଦରେ ପକାଏ, ଯେଉଁଥିରେ ସ୍ୱାଟିଂଙ୍ଗ ଭଳି ପ୍ରାଙ୍କ୍‌ ଅନ୍ତର୍ଭୁକ୍ତ
  • ଏପରି ବିଷୟବସ୍ତୁ ଯାହା ମାନବ ଶୋଷଣ କିମ୍ୱା ବନ୍ୟଜନ୍ତୁ ବେଆଇନ ଶୋଷଣ ବୃଦ୍ଧି କରାଏ
  • ଏପରି ବିଷୟବସ୍ତୁ ଯାହା ଅବୈଧ ଭାବରେ ଅର୍ଜିତ ଜିଣିଷକୁ କ୍ରୟ, ବିକ୍ରୟ କିମ୍ୱା ବ୍ୟାପାରକୁ ଉପସ୍ଥାପନ କରେ
  • ଏପରି ବିଷୟବସ୍ତୁ ଯାହା ଅପରାଧିକମୂଳକ ଗତିବିଧିକୁ ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରେ

ଅସ୍ତ୍ରଶସ୍ତ୍ରର ବିକ୍ରୟ କିମ୍ୱା ବ୍ୟବହାର

ଆମର ସମ୍ପ୍ରଦାୟର ସୁରକ୍ଷା ପାଇଁ, ଆମେ ସାଧାରଣତଃ ଆଗ୍ନେୟାନ୍ତ୍ର, ଗୋଲା-ବାରୁଦ, ଆଗ୍ନେୟଯନ୍ତ୍ରର ସରଞ୍ଜାମଗୁଡିକ କିମ୍ୱା ବିଷ୍ପୋଟକ ଅନ୍ତ୍ରର ପ୍ରଦର୍ଶନ  ବାଣିଜ୍ୟ କିମ୍ୱା ପ୍ରଚାର ଅନୁମତି ଦେଉନାହିଁ। କିପରି ଏହି ଅନ୍ତ୍ରଗୁଡିକ ତିଆରି କରିବାକୁ ହୁଏ ସେହି ବିଷୟରେ ଆମର ନିର୍ଦ୍ଦେଶାବଳୀ ମଧ୍ୟ ନିଷିଦ୍ଧ କରୁ। ଆମେ ନିମ୍ନଲିଖିତ ପରିସ୍ଥିତିରେ ଆଗ୍ନେୟାସ୍ତ୍ର କିମ୍ୱା ଅନ୍ୟ ପ୍ରକାରର ଶନ୍ତ୍ରର ପ୍ରଦର୍ଶନ କରୁଥିବା ବିଷୟବସ୍ତୁ ଅନୁମତି ଦେଇଥାଉ:  ଯଦି ଏକ କାଳ୍ପନିକ ସେଟିଙ୍ଗ୍‌ରେ ,  ସଂଗ୍ରହାଳୟ ସଂଗ୍ରହର ଅଂଶ ଭାବରେ,  ଜଣେ ପୋଲିସ୍ ଅଧିକାରୀ ଧରିଥିବେ,  ଏକ ମିଲିଟାରି ପ୍ୟାରେଡରେ ବ୍ୟବହୃତ ହୋଇଥିବ, କିମ୍ୱା ସୁଟିଙ୍ଗ୍‌ ଭଳି ଏକ ସୁରକ୍ଷିତ ଏବଂ ନିୟନ୍ତ୍ରିତ ପରିବେଶରେ ବ୍ୟବହାର  ହୋଇଥିବଏ।

ପୋଷ୍ଟ କରନ୍ତୁ ନାହିଁ: 

  • ଏପରି ବିଷୟବସ୍ତୁ ଯାହା ଆଗ୍ନେୟାସ୍ତ୍ର, ବନ୍ଧୁକ ସହାୟକ ସରଞ୍ଜାମଗୁଡିକ, ଗୋଲାବାରୁଦ, କିମ୍ୱା ବିଷ୍ପୋଟକ ଅସ୍ତ୍ର ପ୍ରଦର୍ଶନ କରେ
  • ଏପରି ବିଷୟବସ୍ତୁ ଯାହା ଆଗ୍ନେୟାସ୍ତ୍ର, ସରଞ୍ଜାମଗୁଡିକ, ଗୋଲାବାରୁଦ, ବିଷ୍ପୋଟକ ଅସ୍ତ୍ର ବିକ୍ରୟ କରେ, ଅଫର କରେ କିମ୍ବା କାରବାର କରେ , କିମ୍ୱା ତାହା ତିଆରି କରିବାର ନିର୍ଦ୍ଦେଶାବଳୀ ଦିଏ 

ଡ୍ରଗ୍‌ ଏବଂ ନିୟନ୍ତ୍ରିତ ପଦାର୍ଥ

ଆମର ସମ୍ପ୍ରଦାୟର ରକ୍ଷା କରିବା ପାଇଁ, ଆମେ ଏପରି ବିଷୟବସ୍ତୁର ଅନୁମତି ଦେଉ ନାହିଁ ଯାହା ଡ୍ରଗ କିମ୍ୱା ଅନ୍ୟ ନିୟନ୍ତ୍ରିତ ପଦାର୍ଥର ବ୍ୟବହାର କିମ୍ୱା ବ୍ୟବସାୟକୁ ଦର୍ଶାଏ।

ପୋଷ୍ଟ କରନ୍ତୁ ନାହିଁ: 

  • ଏପରି ବିଷୟବସ୍ତୁ ଯାହା ଡ୍ରଗ୍‌, ଡ୍ରଗ୍‌ ବ୍ୟବହାର ପ୍ରଦର୍ଶନ କରେ, କିମ୍ୱା ଅନ୍ୟକୁ ଡ୍ରଗ୍‌, କିମ୍ୱା ଅନ୍ୟ ନିୟନ୍ତ୍ରିତ ପଦାର୍ଥକୁ ତିଆରି, ବ୍ୟବହାର, କରିବା ପାଇଁ ପ୍ରୋତ୍ସାହିତ କରେ
  • ଏପରି ବିଷୟବସ୍ତୁ ଯାହା ଡ୍ରଗ୍‌ କିମ୍ୱା ଅନ୍ୟ ନିୟନ୍ତ୍ରିତ ପଦାର୍ଥକୁ ବିକ୍ରୟ କରେ, ଅଫର୍‌ ଦିଏ, ବ୍ୟବସାୟ କରେ କିମ୍ୱା ଆବଶ୍ୟକ କରେ
  • ଏପରି ବିଷୟବସ୍ତୁ ଯାହା ଡ୍ରଗ୍‌ କିମ୍ୱା ନିୟନ୍ତ୍ରିତ ପଦାର୍ଥକୁ କିପରି କ୍ରୟ କରିବେ ତାହା ବିଷୟରେ ସୂଚନା ପ୍ରଦାନ କରେ

ଜାଲିଆତି ଏବଂ ପ୍ରତାରଣା

ଆମେ କାହାକୁ ମଧ୍ୟ ଅନ୍ୟର କ୍ଷତି କରିବା ପାଇଁ ଆମର ପ୍ଲାଟଫର୍ମର ବ୍ୟବହାର କରିବାକୁ ଅନୁମତି ଦେଉ ନାହିଁ, ଯେଉଁଥିରେ ବ୍ୟକ୍ତିଙ୍କୁ ଜାଲିଆତି କରିବା କିମ୍ୱା ସମ୍ପତ୍ତି ଚୋରି କରିବାର ଯୋଜନା ଅନ୍ତର୍ଭୁକ୍ତ ହୋଇଥାଏ। ଆମେ ଏପରି ବିଷୟବସ୍ତୁକୁ ଅପସାରଣ କରୁ ଯାହା ଜାଣିଶୁଣି ଆର୍ଥିକ ସୁବିଧା ପ୍ରାପ୍ତ କରିବା ପାଇଁ ଲୋକମାନଙ୍କୁ ପ୍ରତାରଣା କରେ।

ପୋଷ୍ଟ କରନ୍ତୁ ନାହିଁ:

  • ବିଷୟବସ୍ତୁ ଯାହା ଫିସିଂକୁ ପ୍ରୋତ୍ସାହନ କରେ
  • ବିଷୟବସ୍ତୁ ଯାହା ପୋନ୍‌ଜି କିମ୍ୱା ପିରାମିଡ୍ ସ୍କିମ୍‌ ପ୍ରୋତ୍ସାହନ କରେ
  • ଏପରି ବିଷୟବସ୍ତୁ ଯାହା  ଜୁଆଖେଳ ବୃଦ୍ଧି କରେ, ଶୀଘ୍ର-ଧନୀ-ହେବା ଯୋଜନା, କିମ୍ୱା କୌଣସି ଅନ୍ୟ ପ୍ରକାରର ଜାଲିଆତିପ୍ରୋତ୍ସାହନ କରେ


ହିଂସାତ୍ମକ ଏବଂ ଗ୍ରାଫିକ ବିଷୟବସ୍ତୁ

ଆମେ ଏପରି ବିଷୟବସ୍ତୁକୁ ଅନୁମତି ଦେଉ ନାହିଁ ଯାହା ଅତ୍ୟାଧିକ କ୍ରୋଧଶୀଳ କିମ୍ୱା ଚକିତ କରୁଥିବ, ବିଶେଷ ଭାବରେ ଯାହା ହିଂସା କିମ୍ୱାପିଡା ପ୍ରୋତ୍ସାହିତ କରେ । ଆମେ କିଛି ପରିସ୍ଥିତିରେ ବ୍ୟତିକ୍ରମ ଅନୁମତି ଦେଇଥାଉ, ଉଦାହରଣ ପାଇଁ, ଏପରି ବିଷୟବସ୍ତୁ ଯାହା ସମାଚାରୀ ସମ୍ୱନ୍ଧୀୟ କିମ୍ୱା  କୌଣସି ସମସ୍ୟା ବିଷୟରେ ଜାଗୃତତା ବୃଦ୍ଧି କରିବା ଉଦ୍ଦିଷ୍ଟ। ଯେତେବେଳେ ଆମେ ହିଂସା କିମ୍ୱା ସାର୍ବଜନିକ ସୁରକ୍ଷା ପାଇଁ ବିପଦର ବାସ୍ତବିକ ବିପଦକୁ ଚିହ୍ନଟ କରୁ, ଆମେ ଆକାଉଣ୍ଟକୁ ବାତିଲ୍‌ କରିଦେଉ ଏବଂ ସମ୍ବନ୍ଧୀୟ ଆ‍ଇନ୍‍ ଅଧିକାରୀଙ୍କ ସହ ଆବଶ୍ୟକନୁସାରେ ଏବଂ ଯେତେବେଳେ ଉପଯୁକ୍ତ ମିଳିତ ଭାବରେ କାର୍ଯ୍ୟ କରୁ।

ହିଂସାତ୍ମକ ଏବଂ ଗ୍ରାଫିକ ବିଷୟବସ୍ତୁ: ମାନବ

ପୋଷ୍ଟ କରନ୍ତୁ ନାହିଁ:

  • ଏପରି ବିଷୟବସ୍ତୁ ଯାହା ଗମ୍ଭୀର ଭାବରେ ଆଶ୍ୱଯ୍ୟଚକିତ, ଦୁଃଖଦ କିମ୍ୱା ଅତ୍ୟାଧିକ ଗ୍ରାଫିକ୍‌ , କିନ୍ତୁ ଏଥିରେ ସୀମିତ ନୁହେଁ:
    • ପ୍ରକୃତ ଲୋକମାନଙ୍କୁ ଅନ୍ତର୍ଭୁକ୍ତ କରି ହିଂସକ କିମ୍ୱା ଆକସ୍ମିକ ମୃତ୍ୟୁର ପ୍ରଦର୍ଶନ
    • ବିଘଟିତ, କଟାଫଟା, ପୋଡିଯିବା କିମ୍ୱା ପୋଡି ଯାଇଥିବା ମଣିଷର ଅବଶେଷର ଚିତ୍ରଣ
    • ଘନିଭୁତ ରକ୍ତ ର ପ୍ରଦର୍ଶନ ଯେଉଁଥିରେ କୌଣସି  ଖୋଲା ଘାଆ କିମ୍ୱା କ୍ଷତ ବିକ୍ଷତ ଉପରେ  ମୁଖ୍ୟ ଧ୍ୟାନ ଦିଆଯାଇଥିବ
    • ଗୁରୁତ୍ତର ଶାରୀରିକ ହିଂସା  ର ଚିତ୍ରଣ।
    • ବ୍ୟତିକ୍ରମ:ଆୟୋଜିତ କିମ୍ୱା ପେଶାବର ଯୁଦ୍ଧ, ପାରମ୍ପରିକ ମାର୍ଶଳ ଆର୍ଟ୍‌, କିମ୍ୱା କାଳ୍ପନିକ ସେଟିଂରେ ଲଢିବା

ହିଂସାତ୍ମକ ଏବଂ ଗ୍ରାଫିକ ବିଷୟବସ୍ତୁ: ପଶୁପକ୍ଷୀ

ପୋଷ୍ଟ କରନ୍ତୁ ନାହିଁ:

  • ଏପରି ବିଷୟବସ୍ତୁ ଯାହା ଗମ୍ଭୀର ଭାବରେ ଆଶ୍ୱଯ୍ୟଚକିତ, ଦୁଃଖଦ କିମ୍ୱା ଅତ୍ୟାଧିକ ଗ୍ରାଫିକ୍‌ ସହିତ, କିନ୍ତୁ ଏଥିରେ ସୀମିତ ନୁହେଁ:
    • ପ୍ରକୃତ ପଶୁମାନଙ୍କ ହତ୍ୟାର ପ୍ରଦର୍ଶନ
    • ବିଘଟିତ, କଟାଫଟା, ପୋଡିଯିବା କିମ୍ୱା ପୋଡି ଯାଇଥିବା ପଶୁର ଅବଶେଷର ପ୍ରଦର୍ଶନ
    • ପଶୁ କ୍ରୁରତାର ପ୍ରଦର୍ଶନ


ଆତ୍ମହତ୍ୟା, ସ୍ୱଂ-ଅନିଷ୍ଟତା, ଏବଂ ବିପଦଜନକ କାର୍ଯ୍ୟ

ଆମେ ସେହି କାର୍ଯ୍ୟକଳାପରେ ଅଂଶଗ୍ରହଣକୁ ପ୍ରୋତ୍ସାହନ ଦେଉ ନାହିଁ ଯାହା କ୍ଷତି ପହଞ୍ଚାଇ ପାରେ। ଆମେ ଉପଭୋକ୍ତାଙ୍କୁ ଅନ୍ୟକୁ ବିପଦଜନକ କାର୍ଯ୍ୟକଳାପଗୁଡିକରେ ଅଂଶଗ୍ରହଣ କରିବା ପାଇଁ ପ୍ରୋତ୍ସାହିତ କରିବାକୁ ମଧ୍ୟ ଅନୁମତି ଦେଉ ନାହୁଁ। ଆମେ ସେହି ବିଷୟବସ୍ତୁର ଅନୁମତି କରୁ ନାହିଁ ଯେ ଯାହା ଆତ୍ମ-କ୍ଷତି କିମ୍ୱା ଆତ୍ମହତ୍ୟାକୁ ବୃଦ୍ଧି କରାଏ, କିନ୍ତୁ ଆମେ ଏହି ବିଷୟରେ ଜାଗୃତତା ବଢାଇବା ପାଇଁ ଉପଭୋକ୍ତାଙ୍କୁ ନିଜସ୍ୱ ଅଭିଜ୍ଞତା ଅଂଶୀଦାର କରିବାକୁ ଅନୁମତି ଦେଇ ଥାଉ।

ଆମେ ସେହି ଉପଭୋକ୍ତାଙ୍କୁ ପ୍ରୋତ୍ସାହିତ କରୁ ଯିଏ ଆତ୍ମ-କ୍ଷତି କିମ୍ୱା ଆତ୍ମହତ୍ୟାର ବିଚାରରେ ଗତି କରୁଛି କିମ୍ୱା ଯିଏ ଜାଣିଛି ଯେ  କୌଣସି ବ୍ୟକ୍ତି ଆତ୍ମହତ୍ୟାରେ ଗମ୍ଭୀର ଭାବରେ ବିଚାର କରୁଛି, ତୁରନ୍ତ ଆଇନ୍‌ ଅଧିକାରିଙ୍କୁ କିମ୍ୱା ଆତ୍ମହତ୍ୟା ପ୍ରତିରୋଧି ହଟଲାଇନ୍‌ ସହ ସମ୍ପର୍କ କରିବା ପାଇଁ ମଧ୍ୟ ପ୍ରୋତ୍ସାହିତ କରିଥାଉ।

ଆତ୍ମହତ୍ୟା

ଆମେ ଏପରି ବିଷୟବସ୍ତୁ ହଟାଇ ଦେଉଯାହା ଆତ୍ମହତ୍ୟା, ଆତ୍ମଘାତି ପ୍ରବୃତ୍ତି କିମ୍ୱା ଏପରି ବିଷୟବସ୍ତୁକୁ ପ୍ରଦର୍ଶିତ କରେ ଯାହା ସେହିଭଳି କାର୍ଯ୍ୟରେ ଅଂଶୀଦାରକୁ ପ୍ରୋତ୍ସାହିତ କରିପାରେ। ଏଥିରେ ଆତ୍ମହତ୍ୟା କରିବାର ପ୍ରଚେଷ୍ଟା କିମ୍ୱା ଆତ୍ମହତ୍ୟାନିଜେ ମୃତ୍ୟୁ-ଘାତିକାର୍ଯ୍ୟ କରିବାର ପ୍ରଚେଷ୍ଟା ଅନ୍ତର୍ଭୁକ୍ତ ଅଟେ। ଆମେ କୌଣସି ପ୍ରକାରରେ ବିଷୟବସ୍ତୁ ନିଷିଦ୍ଧ କରୁ ଯାହା ଆତ୍ମହତ୍ୟାକୁ ପ୍ରଂଶସା କରେ, ମହିମା କରେ, କିମ୍ୱା ଆତ୍ମହତ୍ୟାକୁ ପ୍ରୋତ୍ସାହନ କରେ, କିମ୍ୱା ଅନ୍ୟକୁ ଆତ୍ମହତ୍ୟା କରିବାର ଉପାୟ ନିର୍ଦ୍ଦେଶ ଦିଏ।

ପୋଷ୍ଟ କରନ୍ତୁ ନାହିଁ:

  • ଏପରି ବିଷୟବସ୍ତୁ ଯାହା  ଆତ୍ମହତ୍ୟା କରିବାର ଉପାୟ ନିର୍ଦ୍ଦେଶାବଳୀ ଦିଏ
  • ଏପରି ବିଷୟବସ୍ତୁ ଯାହା ଆତ୍ମହତ୍ୟାକୁ ପ୍ରୋତ୍ସାହିତ କରେ,ପ୍ରଶଂସା କରେ କିମ୍ୱା ତାହାକୁ ବୃଦ୍ଧି କରାଏ
  • ଆତ୍ମହତ୍ୟା ସମସ୍ୟା
  • ବ୍ୟତିକ୍ରମ: ଏପରି ବିଷୟବସ୍ତୁ ଯାହା ଆତ୍ମହତ୍ୟାର ବିଚାରରେ ଅତିବାହିତ କରୁଥିବା ବ୍ୟକ୍ତିଙ୍କୁ ସମର୍ଥନ, ଉତ୍ସ, କିମ୍ୱା ମୋଥୁନ ତନ୍ତ୍ର ପ୍ରଦାନ କରେ

ସ୍ୱଂୟ-ହାନୀ

ସ୍ୱ- କ୍ଷତି  ବ୍ୟବହାରକୁ ସାଧାରଣକୃତ କରୁଥିବା, ପ୍ରୋତ୍ସାହିତ କରୁଥିବା କିମ୍ୱା ପ୍ରବର୍ତ୍ତାଇବା ଭଳି ସମସ୍ୟାକୁ ଅନ୍ତ କରିବା ପାଇଁ, ଆମେ ଏପରି ଫଟୋ ଚିତ୍ରଣ କରିବାର ଅନୁମତି ଦେଉ ନାହିଁ, ଯାହା ଏପରି ବ୍ୟବହାର ପ୍ରଦର୍ଶ କରେ, ଉପଭୋକ୍ତା ଏଭଳି ପୋଷ୍ଟ କରିବାର  ଉଦ୍ଦେଶ୍ୟ ଯାହାବି ହୋଇଥାଉ। ଆମେ ସେହି ବିଷୟବସ୍ତୁକୁ ହଟାଇ ଦେଉ ଯାହା ଶାରୀରିକ ଆତ୍ମ-ଘାତ ଭଳି  ଗତିବିଧିକୁ ପ୍ରୋତ୍ସାହିତ କରେ । ସ୍ୱାସ୍ଥ୍ୟ ସମସ୍ୟା ର କାରଣ ହେଉଥିବା ଭଳି ବିଷୟବସ୍ତୁ ମଧ୍ୟ ଆମ ପ୍ଲାଟଫର୍ମରେ ଅନୁମତି ପ୍ରାପ୍ତ ନୁହେଁ।

ପୋଷ୍ଟ କରନ୍ତୁ ନାହିଁ:

  • ଏପରି ବିଷୟବସ୍ତୁ ଯାହା ସ୍ୱଂ-ସୃଷ୍ଟି ଘାଆକୁ ଦେଖାଏ
  • ଏପରି ବିଷୟବସ୍ତୁ ଯାହା  ଆତ୍ମ-ହାନି କରିବା ଉପାୟର ନିର୍ଦ୍ଦେଶାବଳୀ ଦିଏ
  • ଓଜନ କମାଇବା ପାଇଁ ପ୍ରୋ-ଆନା କିମ୍ୱା ଅନ୍ୟ ବିପଦଜନକ ଆଚରଣକୁ ସମର୍ଥନକାରୀ ବିଷୟବସ୍ତୁ
  • ବ୍ୟତିକ୍ରମ: ଖାଇବା ରୋଗ କିମ୍ୱା ସ୍ୱ- କ୍ଷତ ପିଡୀତ ହୋଇଥିବା ବ୍ୟକ୍ତିଙ୍କୁ ସମର୍ଥନ/ସହାୟତା, ସମ୍ବଳ କିମ୍ୱା ସମ୍ଭାଳିବା ପଦ୍ଧରି ପ୍ରଦାନକାରୀ ବିଷୟବସ୍ତୁ

ବିପଦଜନକ କାର୍ଯକଳାପ

ବିପଦଜନକ କାର୍ଯକଳାପ କିମ୍ୱା ଅପେଶାଦାର ଅନୁଷଜ୍ଞ କିମ୍ୱା ଆବଶ୍ୟକୀୟ ଦକ୍ଷତା ଛଡ଼ା ଅନ୍ୟ ବିପଦଜନକ ଆଚରଣର ଫଳରେ ବ୍ୟବହାରକାରୀ କିମ୍ୱା ସାଧାରଣ ମଣିଷର ଗୁରୁତ୍ୱର ଆଘାତ କିମ୍ୱା ମୃତ୍ୟୁ ହୋଇପାରେ।ଏଭଳି ବ୍ୟବହାରକୁ  ଉତ୍ସାହିତ, ପ୍ରୋତ୍ସାହିତ କିମ୍ୱା ପ୍ରଶଂସା କରୁଥିବା ବିଷୟ ବସ୍ତୁ ସହିତ ଅପେଶାଦାର ଷ୍ଟଣ୍ଟ୍‌  କିମ୍ୱା ବିପଦଜନକ ସମସ୍ୟା ପ୍ରଦର୍ଶନ ପାଇଁ ଆମେ ଅନୁମତି ଦେଉ ନାହିଁ ।

ପୋଷ୍ଟ କରନ୍ତୁ ନାହିଁ:

  • ବିପଦଜନକ ଉପକରଣର ଅନୁପଯୁକ୍ତ ବ୍ୟବହାର ପ୍ରଦର୍ଶନକାରୀ ବିଷୟବସ୍ତୁ
  • ଖାଦ୍ୟ ଉପଯୋଗୀ ହୋଇ ନଥିବା ତରଳ ପାନ କିମ୍ୱା ଖାଦ୍ୟ ଖାଇବା ପ୍ରଦର୍ଶନକାରୀ ବିଷୟବସ୍ତୁ 
  • ବିପଦଜନକ କାର୍ଯ୍ୟ ଯାହା ଫଳରେ ଆଘାତ ଲାଗି ପାରେ
  • ବୈଧ ବୟସରୁ କମ ବୟସର ନାବାଳକଙ୍କ ମୋଟର ଗାଡ଼ି ଅପରେଟ୍‌  ପ୍ରଦର୍ଶନକାରୀ ବିଷୟବସ୍ତୁ


ଘୃଣା-କ୍ରୋଶପୂର୍ଣ୍ଣ ଭାଷଣ 

ସୁରକ୍ଷିତ ବୈଶିଷ୍ଟ୍ୟ ଆଧାରରେ ବ୍ୟକ୍ତି  ବିଶେଷ କିମ୍ୱା ବ୍ୟକ୍ତିବର୍ଗର ବିରୁଦ୍ଧରେ ଆକ୍ରମଣ କିମ୍ୱା ହିଂସାର ପ୍ରରୋଚନାମୂଳକ ବିଷୟବସ୍ତୁ ଆମେ  ସହ୍ୟ କରୁ ନାହିଁ। ଘୃଣାମୂଳକ ବିବୃତି ଥିବା ବିଷୟବସ୍ତୁରେ ଆମେ ଅନୁମତି ଦେଉ ନାହିଁ, ଏବଂ ତାହା ଆମେ  ପ୍ଲ୍ୟାଟଫର୍ମରୁ ହଟାଇ ଦେଉ। ଘୃଣାମୂଳକ ବିବୃତି ଥିବା ବିଷୟବସ୍ତୁ ଲାଗୁଥିବା ନିୟମାବଳୀ ବାରମ୍ୱାର ଉଲ୍ଲଘଂନ କରୁଥିଲେ, ସେହି ଆକାଉଣ୍ଟଗୁଡିକଆମେ ସ୍ଥଗିତ କିମ୍ୱା ନିଷିଦ୍ଧ କରି ଦେଉ।

ସୁରକ୍ଷିତ ଗୋଷ୍ଠୀ ଉପରେ ଆକ୍ରମଣ

ଆକ୍ରମଣ କରିବା କିମ୍ୱା ଆକ୍ରମଣ ଉଦ୍ଦେଶ୍ୟ କରିବା, ଧମକ ଦେବା, ହିଂସା ପ୍ରବର୍ତ୍ତାଇବା କିମ୍ୱା ସୁରକ୍ଷିତ ଗୁଣ ଉପରେ ଆଧାର କରି ବ୍ୟକ୍ତି ବିଶେଷଙ୍କୁ କିମ୍ୱା ବ୍ୟକ୍ତି ସମୁହଙ୍କୁ ମନୁଷ୍ୟ ଭାବରେ ବିଚାର କରୁନଥିବା ବିଷୟବସ୍ତୁକୁ ଆମେ ଘୃଣା-କ୍ରୋଶ ମୂଳକ ବିବୃତି ଭାବରେ ବ୍ୟାଖ୍ୟା କରିଥାଉ।।ନିମ୍ନଲିଖିତ ସୁରକ୍ଷିତ ବୈଶିଷ୍ଟ୍ୟଥିବାର ଭିତ୍ତିରେ  ବ୍ୟକ୍ତିବିଶେଷ କିମ୍ୱା ବ୍ୟକ୍ତିସମୁହ ବିରୁଦ୍ଧରେ ମୌଖିକ କିମ୍ୱା ଶାରୀରିକ ହିଂସାର ଧମକ ଥିବା କିମ୍ୱା ହାନୀ ପ୍ରଦର୍ଶନକାରୀ ବିଷୟବସ୍ତୁକୁ ମଧ୍ୟ ଆମେ ଅନୁମତି ଦେଉ  ନାହିଁ:

  • ଦୌଡ 
  • ପ୍ରଜାତି
  • ଜାତୀୟ ସୃଷ୍ଟି
  • ଧର୍ମ
  • ଜାତି 
  • ଯୌନ ପ୍ରବୃତ୍ତି
  • ଯୌନ
  • ଲିଙ୍ଗ
  • ଲିଙ୍ଗ ପରିଚୟ
  • ଗୁରୁତ୍ୱର ଅସୁସ୍ଥତା କିମ୍ୱା ଅକ୍ଷମତା
  • ଅଭିବାସନ ସ୍ଥିତି

ପୋଷ୍ଟ କରନ୍ତୁ ନାହିଁ:

  • ଉପରୋକ୍ତ ବୈଶିଷ୍ଟ୍ୟଥିବା ଭିତ୍ତିରେ ବ୍ୟକ୍ତିବିଶେଷ କିମ୍ୱା ଗୋଷ୍ଠୀର ବିରୁଦ୍ଧରେ ଅମାନବିକ ଆଚରଣ କିମ୍ୱା ହିଂସା କିମ୍ୱା ଘୃଣା ପୋଷଣକାରୀ ବିଷୟବସ୍ତୁ, ଯାହାର ମଧ୍ୟରେ ଅନ୍ତର୍ଭୁକ୍ତ କିନ୍ତୁ ସେଥିରେ ସୀମିତ ନୁହେଁ: 
    • ଶାରୀରିକ କିମ୍ୱା ନୈତିକଭାବରେ ନିକୃଷ୍ଠଥିବା ଦାବି କରିବାସେମାନଙ୍କ ବିରୁଦ୍ଧରେ ହିଂସା ପାଇଁ ଆହ୍ୱାନ ଜଣାଏ କିମ୍ୱା ତାହାର ନ୍ୟଯ୍ୟତା ପ୍ରତିପାଦନ କରିବାସେମାନଙ୍କୁ ଅପରାଧୀ ହିସାବରେ ଦାବି କରିବା
    • ସେମାନଙ୍କୁ ଜୀବଜନ୍ତୁ, ନିର୍ଜିବ ବସ୍ତୁ, କିମ୍ୱା ଅନ୍ୟ ଅଣ-ମାନବିକ ସତ୍ୱ ଭାବରେ ଦର୍ଶାଇବା
    • ସେମାନଙ୍କ ବିରୁଦ୍ଧରେ ବହିଷ୍କରଣ, ପୃଥକୀକରଣ, କିମ୍ୱା ବୈଷମ୍ୟକୁ ପ୍ରରୋଚିତ କରିବା କିମ୍ୱା ସେଗୁଡିକ ନ୍ୟାୟ ସଂଙ୍ଗତ ଭାବରେ  ପ୍ରତିପାଦନ କରିବା

ତିରଷ୍କାର

ତିରଷ୍କାର କହିଲେ ଅବମାନନାକର ଶବ୍ଦାଂଶ ଯାହାକି କୋଣସି ଗୋଷ୍ଠୀ, ପ୍ରଜାତି, କିମ୍ୱା ଉପର ତାଲିକାବଦ୍ଧ ସୁରକ୍ଷିତ ବୈଶିଷ୍ଟ୍ୟ ଅବଜ୍ଞା କରେ କିମ୍ୱା ଅପମାନ କରେ। ସେଗୁଡିକ ଆମର ପ୍ଲ୍ୟାଟଫର୍ମରେ ସହ୍ୟ କରାଯାଏ ନାହିଁ  କାରଣ ଆମେ ଅପମାନ ଜନକ ବିଷୟବସ୍ତୁର ପ୍ରସାର କରିବାକୁ ଚାହୁଁ ନାହିଁ । ଯଦିଓ, ଆମେ ଏହି ବିଷୟଟି ଜାଣୁ ଯେ ତିରସ୍କାର ସ୍ୱ-ଉଲ୍ଲେଖ ପାଇଁ ବ୍ୟବହାର କରାଯାଇପାରେ କିମ୍ୱା ପୁର୍ନଗଠନ କରାଯାଇପାରେ, ଏବଂ ଆମେ ବ୍ୟତିକ୍ରମ ଭାବରେ ବିଚାର କରିପାରୁ, ଯେତେବେଳ  ତିରସ୍କାର ଏକ  ଗୀତ କିମ୍ୱା ସ୍ୱ-ଉଦ୍ଦିଷ୍ଟ  ବ୍ୟାଙ୍ଗାତ୍ମକ ପ୍ରଦର୍ଶନଏବଂ/କିମ୍ୱା ପୁର୍ନଗଠନ ପାଇଁ ବ୍ୟବହାର କରାଯାଇଥାଏ।

ପୋଷ୍ଟ କରନ୍ତୁ ନାହିଁ

  • ବିଷୟବସ୍ତୁ  ଜାହାକି ଅସମ୍ମତି ଥିବା ତିରସ୍କାର ଆହ୍ୱାନ କରେ

ଘୃଣାମୂଳକ ଆଦର୍ଶବାଦ

 ଆମ ପ୍ଲ୍ୟାଟଫର୍ମ ପ୍ରଦାନକରୁଥିବା ଏକିକୃତ ଏବଂ ପରସ୍ପର ସହାୟକ ସମ୍ପ୍ରଦାୟ ସହିତ ଘୃଣାମୂଳକ ଆଦର୍ଶବାଦ ଅନୁକୂଳ ନୁହେଁ ।ଘୃଣାପ୍ରଚାରକାରୀ ବିଷୟବସ୍ତୁ ଆମେ ଅପସାରଣ କରୁ।

ପୋଷ୍ଟ କରନ୍ତୁ ନାହିଁ

  • ଘୃଣାମୂଳକ ଆଦର୍ଶବାଦକୁ ଭଲ ଭାବରେ ଦର୍ଶାଉଥିବା କଥାବାର୍ତ୍ତା, ସେମାନଙ୍କ ଲୋଗୋ, ପ୍ରତୀକ, ଫ୍ଲାଗ୍‌, ସ୍ଲୋଗାନ, ୟୁନିଫର୍ମ୍‌, ଅଭିବାଦନ, ଅଙ୍ଗଭଙ୍ଗୀ, ପ୍ରତିକୃତି, ଉପମା, କିମ୍ୱା ଏହି ଆଦର୍ଶବାଦର ସହ ସମ୍ପର୍କିତ ବ୍ୟକ୍ତିବର୍ଗର ନାମ ନେଇ ଯେକୌଣସି ଘୃଣାମୂଳକ ଆଦର୍ଶବାଦ ପ୍ରଚାରକାରୀ ବିଷୟବସ୍ତୁ 
  • ବିଷୟବସ୍ତୁ ଯାହା ପ୍ରମାଣଯୁକ୍ତ ଏବଂ ସହିଂସ ଘଟଣାଗୁଡିକ ଘଟାଇବାକୁ ଅସ୍ୱୀକାର କରେ
  • ଘୃଣାମୂଳକ ଆଦର୍ଶବାଦ ପ୍ରଚାରକାରୀ ସଙ୍ଗୀତ କିମ୍ୱା ସୁର 


ନିର୍ଯାତନା ଏବଂ ଭୟ ଦେଖାଇବା

ଉପଭୋକ୍ତା ମାନେ  ଲଜ୍ଜିତ, ଅପମାନିତ, ଉତ୍ସପୀଡ଼ିତ, କିମ୍ୱା ନିର୍ଯାତିତ ହେବାର ଭୟ ନ ରଖି  ନିରାପଦଅନୁଭବ କଲେ ହିଁ  ସେମାନଙ୍କ ମନୋଭାବ ପ୍ରକାଶ କରିବାକୁ ସୁରକ୍ଷିତ ମନେ କରିବେ। ବ୍ୟକ୍ତିବର୍ଗଙ୍କ ଉପରେ ଅପମାନଜନକ ବିଷୟବସ୍ତୁ ଯେଉଁ ମାନସିକ ଚାପ ସୃଷ୍ଟି କରେ ତାହା ଆମେ ଆନ୍ତରିକଭାବରେ ଉପଲବ୍ଧ କରୁ, ଏବଂ ଆମର ପ୍ଲ୍ୟାଟଫର୍ମରେ ଆମେ ଅପମାନଜନକ ବିଷୟବସ୍ତୁ କିମ୍ୱା ଆଚରଣ ସହ୍ୟ କରୁ ନାହିଁ।

ଅପମାନଜନକ ଆଚରଣ

ଅବମାନନା, ଯାହାର ମଧ୍ୟରେ ଅନ୍ତର୍ଭୁକ୍ତ କିନ୍ତୁ ସୀମିତ ସେଥିରେ ନୁହେଁ ହିଂସକ ଧମକ, ଯୌନ ନିର୍ଯାତନ, ଚେହେରା, ବୃଦ୍ଧି, ବ୍ୟକ୍ତିତ୍ୱର ବୈଶିଷ୍ଟ, ଏବଂ ଅପମାନଜନକ ବିବୃତି, ସମସ୍ତ ପ୍ରକାଶକୁ ଆମେ ହଟାଇ ଥାଉ।

ପୋଷ୍ଟ କରନ୍ତୁ ନାହିଁ:

  • ବିଷୟବସ୍ତୁ ଯାହା ଜଣେ ବ୍ୟକ୍ତିକୁ ହିଂସାତ୍ମକ ଧମକ ଦିଏ
  • ବିଷୟବସ୍ତୁ ଯାହା ବ୍ୟକ୍ତି ବିଶେଷଙ୍କ ମୃତ୍ୟୁ, ଗୁରୁତ୍ୱର ରୋଗ,  ଶାରୀରିକ, କିମ୍ୱା ଅନ୍ୟ ପ୍ରକାର କ୍ଷତି ଚାହେଁ
  • ବିଷୟବସ୍ତୁ ଯାହା ସହିଂସତା କିମ୍ୱା ସମନ୍ୱିତ ନିର୍ଯାତନ ପୋଷଣ କରେ
  • ବିଷୟବସ୍ତୁ ଯାହା କୌଣସି ଉପଭୋକ୍ତାଙ୍କ ଯୌନ କ୍ରିୟାକଳାପର ଅପମାନ କରି ତାଙ୍କୁ ହତାସ କରେ କିମ୍ୱା ଅଯାଚିତ ଯୌନ ସଂସର୍ଗ କରିବାକୁ ଚେଷ୍ଟା କରେ 
  • ବିଷୟବସ୍ତୁ ଯାହା ବ୍ୟକ୍ତି ବିଶେଷଙ୍କ ବୃଦ୍ଧି, ଚେହେରା, ବ୍ୟକ୍ତିତ୍ୱର ବୈଶିଷ୍ଟ୍ୟ, କିମ୍ୱା ପରିଷ୍କାର ପରିଚ୍ଛନ୍ନତ ଭିତ୍ତିରେ ତାଙ୍କୁ ଅପମାନ କରେ
  • ବିଷୟବସ୍ତୁ ଯାହା ହିଂସାତ୍ମକ ଦୁର୍ଘଟଣାକୁପ୍ରଶଂସା କରେ ଏବଂ ତାହାର ଶିକାର ବ୍ୟକ୍ତିଙ୍କୁ ଅପମାନ କରେ
  • ବିଷୟବସ୍ତୁ ଯାହାକି ଅନ୍ୟ ଉପଭୋକ୍ତାଙ୍କ ଉଦ୍ଦେଶ୍ୟରେ ଅପମାନ ଜନକ ବିଷୟବସ୍ତୁ ପ୍ରସ୍ତୁତ କରିବା ପାଇଁ  TikTok ର ପ୍ରଭାବ ବିଧେଷତା , ଡୁଏଟ୍‌, ପ୍ରତିକ୍ରିୟା  ବ୍ୟବହାର କରେ

ଅନ୍ୟର ଗୋପନୀୟତାରେ ହସ୍ତକ୍ଷେପ

ବ୍ୟକ୍ତି ଚିହ୍ନଟକରଣ ଯୋଗ୍ୟ ସୂଚନା ପ୍ରକାଶ କରିବା କିମ୍ୱା ପ୍ରକାଶ କରିବା ପାଇଁ ଧମକ ଦେବା  ବ୍ୟକ୍ତିବିଶେଷଙ୍କ ଉପରେ  ଗୁରୁତ୍ୱର ମାସସିକ ଚାପ ପକାଇପାରେଏବଂ ଏହା ଫଳରେ ବାସ୍ତବ-କ୍ଷତି ଘଟି ପାରେ।ଆମେ ଏହାକୁ ଅପମାନର ଏକ  ପ୍ରକାର ହିସାବରେ ବିବେଚନା କରୁ ଏବଂ TikTok ରେ ତାହାର ଅନୁମତି ଦେଉ ନାହିଁ।

ପୋଷ୍ଟ କରନ୍ତୁ ନାହିଁ: 

  • ବିଷୟବସ୍ତୁ  ଯାହାକି ବ୍ୟକ୍ତିଙ୍କ ଚିହ୍ନଟକରଣ ଯୋଗ୍ୟ ସୂଚନାପ୍ରକାଶ କରିଥାଏ କିମ୍ୱା ପ୍ରକାଶ କରିବାର ଧମକ ଦେଇଥାଏ ଯେପରିକି, ଘରର ଠିକଣା, ବ୍ୟକ୍ତିଗତ ଇମେଲ୍‌ ଠିକଣା, ବ୍ୟକ୍ତିଗତ ଫୋନ୍‌ ନମ୍ୱର୍‌, ବ୍ୟାଙ୍କ ଷ୍ଟେଟମେଣ୍ଟ, ସାମାଜିକ ସୁରକ୍ଷା ନମ୍ୱର୍‌, କିମ୍ୱା ପାସପୋର୍ଟ୍‌ ନମ୍ୱର୍‌, କିନ୍ତୁ ଏହା ଏତିକିରେସିମୀତ ନୁହେଁ
  • ଯୌନ ଫଟୋ କିମ୍ୱା ସମ୍ମତି-ବିହୀନ ଘନିଷ୍ଠ ଫଟୋ ପ୍ରକାଶ 


ପ୍ରାପ୍ତବୟସ୍କର ନଗ୍ନତା ଏବଂ ଯୌନ କ୍ରିୟାକଳାପ

ଆମେ TikTok ରେ ଯୌନତାପୂର୍ଣ୍ଣ  ବିଷୟବସ୍ତୁ କିମ୍ୱା ଯୌନକ୍ରିଡାକୁ ପ୍ରଶଂସା କରୁଥିବା ବିଷୟବସ୍ତୁ ଅନୁମତି ଦେଉ ନାହିଁ, ଏପରିକି ଏହି ପ୍ରକାରର ଆନିମେଟେଡ୍‌  ବିଷୟବସ୍ତୁ ମଧ୍ୟ ନୁହେଁ। ଯୌନତାପୂର୍ଣ୍ଣ ବିଷୟବସ୍ତୁରେ ଅନେକ ବିପଦ ଥାଏ, ଯେପରିକି କିଛି ବିଚାର କ୍ଷେତ୍ରରେ ଆଇନ୍‌ ଜୋରିମାନାର କାରଣ ହୁଏ ଏବଂ ସହମତିବିନା ଫଟୋ (ଉଦାହରଣସ୍ୱରୂପ, ପ୍ରତିହିଂସାମୂଳକ ଅଶ୍ଲୀଳ ଫଟୋ) ଅଂଶୀଦାର କରିବାରେ ଉପଭୋକ୍ତାଙ୍କ କ୍ଷତିର କାରଣ ହୁଏ। ସ୍ପଷ୍ଟତ ଯୌନତାପୂର୍ଣ୍ଣ ବିଷୟବସ୍ତୁ ନିର୍ଦ୍ଧିଷ୍ଟ କିଛି ସଂସ୍କୃତିରେ ଅପମାନଜନକ ବିଚାର କରାଯାଏ। ଶିକ୍ଷାମୂଳକ, ସୂଚନାଚିତ୍ର, ବିଜ୍ଞାନଭିତ୍ତିକ, କିମ୍ୱ ଶୈଳ୍ପିକ ଉଦ୍ଦେଶ୍ୟଗୁଡିକରେ ନଗ୍ନତା ଏବଂ ଯୌନତାପୂର୍ଣ୍ଣ ବିଷୟବସ୍ତୁଗୁଡିକରେ ଆମେ ବ୍ୟତିକ୍ରମ ଭାବରେ ଅନୁମତି ଦେଇଥାଉ। ଉଦାହରଣସ୍ୱରୂପ, ମାଷ୍ଟେକ୍‌ଟୋମି  (ଅସ୍ତ୍ରୋପଚାର କରି ସ୍ତନ ବାଦ ଦିଆ ହୁଏ) କ୍ଷତଚିହ୍ନ ନେଇ ଆଲୋଚନା କରିବା କିମ୍ୱା ଦେଖିବା ବିଷୟବସ୍ତୁ ଅନୁମୋଦିତ।

ଯୌନ ଶୋଷଣ

ଯୌନ ଶୋଷଣ  ହେଉଛି ଯୌନ ଉଦ୍ଦେଶ୍ୟରେ ଅବସ୍ଥାର ଦୁର୍ବଳତା ସୁଯୋଗ ନେଇ, ଶକ୍ତି, କିମ୍ୱା ବିଶ୍ୱାସ ର ସୁଯୋଗ ନେଇ  ଯୌନ ନିର୍ଯାତନା କରିବା କିମ୍ୱା ଯୌନ ନିର୍ଯାତନା  ପାଇଁ ଚେଷ୍ଟା କରିବା , ଏଥିରେ ଅନ୍ୟର ଯୌନ ଶୋଷଣ ମାଧ୍ୟମରେ ଆର୍ଥିକ, ସାମାଜିକ କିମ୍ୱା ରାଜନିତିକ ଭାବରେ ଲାଭ ଉଠାଇବା ମଧ୍ୟ ଅନ୍ତର୍ଭୁକ୍ତ ଅଟେ, କିନ୍ତୁ ଏହା ଏଥିରେ ମାତ୍ର ସିମୀତ ନୁହେଁ ।

ପୋଷ୍ଟ କରନ୍ତୁ ନାହିଁ: 

  • ସହମତି ଛଡ଼ା ଯୌନ କାର୍ଯ୍ୟକଳାପ ପ୍ରଦର୍ଶନ, ସମ୍ପାଦନା କିମ୍ୱା ଉଦ୍ଦୀପିତ କରିବା ବିଷୟବସ୍ତୁ
  • ବିଷୟବସ୍ତୁ ଯାହା ଯୌନକ୍ରିଡା ଆହ୍ୱାନ କରେ କିମ୍ୱା ଯୌନକ୍ରିଡାକୁ ଏକ ଭୋଗ୍ୟ ବସ୍ତୁଭାବରେ ଦର୍ଶାଏ

ପ୍ରାପ୍ତବୟସ୍କଙ୍କୁ ନେଇ ଅଶ୍ଳିଳତାଏବଂ ନଗ୍ନତା

ସ୍ପଷ୍ଟ ଭାବରେ ଯୌନ ଅଙ୍ଗ ଏବଂ/କିମ୍ୱା ଯୌନ ଲାଳସା ପୂର୍ଣ୍ଣ ପାଇଁ ଯୌନ କ୍ରିୟାକଳାପ ପ୍ରଦର୍ଶନ କରେ।

ପୋଷ୍ଟ କରନ୍ତୁ ନାହିଁ: 

  • ବିଷୟବସ୍ତୁ ଯାହା ଯୌନ ସଙ୍ଗମ, ଯୌନ ସଙ୍ଗମ ନ କରି ଯୌନତା କିମ୍ୱା ଓରାଲ୍‌ ସେକ୍ସର ଭଳି ଯୌନ କ୍ରିୟାକଳାପଗୁଡିକ ପ୍ରଦର୍ଶନ କରେ
  • ବିଷୟବସ୍ତୁ ଯାହା ମାନବ ଯୌନାଙ୍ଗ, ନାରିର ସ୍ତନବୃନ୍ତ, କିମ୍ୱା ନିତମ୍ୱ ଦେଖାଏ
  • ବିଷୟବସ୍ତୁ ଯାହା ଯୌନ ଉତ୍ତେଜନା ପ୍ରଦର୍ଶନ କରେ
  • ବିଷୟବସ୍ତୁ ଯାହା ଚରମ ଯୌନ ଉତ୍ତେଜନା ପ୍ରଦର୍ଶନ କରେ 


ନାବାକଙ୍କ ସୁରକ୍ଷା

ଶିଶୁ ସୁରକ୍ଷା ବିଷୟରେ ଆମେ ଗଭୀର ଭାବରେ ପ୍ରତିଶୃତି ବଦ୍ଧ ଏବଂ ନାବାଳିକାଙ୍କର ପ୍ରତି ଆକ୍ରମଣତ୍ମକ କିମ୍ୱା ଗ୍ରୁମିଂ ଆଚରଣ କ୍ଷେତ୍ରରେ ଆମର ଶୂନ୍ୟ ସହନଶୀଳତା ଅଛି। ଶିଶୁ ନିର୍ଯାତନ, ଶିଶୁର ନଗ୍ନତା, କିମ୍ୱା ଡିଜିଟାଲ୍‌ ଏବଂ ବାସ୍ତବ ଜଗତ ଉଭୟ ରୁପରେ ଶିଶୁଙ୍କ ଯୌନ ନିପୀଡ଼ନ ପ୍ରଦର୍ଶନ କିମ୍ୱା ସମ୍ପ୍ରସାରଣକାରୀ ବିଷୟବସ୍ତୁକୁ ଆମେ ଅନୁମତି ଦେଉ ନାହିଁ, ଏବଂ ଏହି ପ୍ରକାରର ବିଷୟବସ୍ତୁ ଆମେ ସଂଶ୍ଲିଷ୍ଟ ଆଇନ୍ କର୍ତୁପକ୍ଷର ନିକଟରେ ରିପୋର୍ଟ୍‌ କରୁ। ଅପରାଧମୂଳକ ଆଚରଣ ସହ ନାବାଳିକାଙ୍କ ଜଡ଼ିତ  ପ୍ରଦର୍ଶନକାରୀ ବିଷୟବସ୍ତୁକୁ ଆମେ ଅନୁମତି ଦେଉ ନାହିଁ।

TikTok ବ୍ୟବହାର କରିବାକୁ ଉପଭୋକ୍ତାଙ୍କୁ ନିଶ୍ଚିତ ଭାବରେ ସର୍ବନିମ୍ନ ବୟର ଆବଶ୍ୟକତା (ଆମର ସେବା ସର୍ତ୍ତାବଳୀରେ ଯେପରି ବର୍ଣ୍ଣିତ ଅଛି) ପୂର୍ଣ୍ଣ କରିବାକୁ ହେବ। ନିଦ୍ଧାରିତ ବୟସରୁ କମ ବୟସୀ ଆକାଉଣ୍ଟ ହୋଲ୍ଡରର ଚିହ୍ନଟ କରା ଗଲେ, ଆମେ ଆମର ପ୍ଲାଟଫର୍ମରୁ ସେମାନଙ୍କ ଆକାଉଣ୍ଟଗୁଡିକ ଅପସାରଣ କରିଥାଉ ଏବଂ ସେମାନଙ୍କ ଅଞ୍ଚଳରେ ଉପଲବ୍ଧ ଥିଲେ, ସେମାନଙ୍କୁ ଗୋଟିଏ ଅଧିକ ଯଥୋପଯୁକ୍ତ ଆପଅଭିଜ୍ଞତା ନେବା ପାଇଁ  ନିର୍ଦ୍ଦେଶ ଦେଇଥାଉ।

ନାବାଳିକା/ନାବାଳକ ଜଡ଼ିତ ଥିବା ନଗ୍ନତା ଏବଂ ଯୌନ ଶୋଷଣ

ନଗ୍ନତା ଦର୍ଶନଯୋଗ୍ୟ ଗୋପନ ଅଙ୍ଗଗୁଡିକକୁ ଦେଖାଇବା ବିଷୟବସ୍ତୁକୁ ଅନ୍ତର୍ଭୁକ୍ତ କରେ।ଯୌନ ଶୋଷଣ ହେଉଛି ଯୌନ ଉଦ୍ଦେଶ୍ୟରେ  ଅବସ୍ଥାର ଦୁର୍ବଳତା ସୁଯୋଗ ନେଇ, ଶକ୍ତି, କିମ୍ୱା ବିଶ୍ୱାସ ର ସୁଯୋଗ ନେଇ  ଯୌନ ନିର୍ଯାତନା କରିବା କିମ୍ୱା ଯୌନ ନିର୍ଯାତନା  ପାଇଁ ଚେଷ୍ଟା କରିବା , ଏଥିରେ ଅନ୍ୟର ଯୌନ ଶୋଷଣ ମାଧ୍ୟମରେ ଆର୍ଥିକ, ସାମାଜିକ କିମ୍ୱା ରାଜନିତିକ ଭାବରେ ଲାଭ ଉଠାଇବା ମଧ୍ୟ ଅନ୍ତର୍ଭୁକ୍ତ ଅଟେ, କିନ୍ତୁ ଏହା ଏଥିରେ ମାତ୍ର ସିମୀତ ନୁହେଁ ।

ପୋଷ୍ଟ କରନ୍ତୁ ନାହିଁ: 

  • ବିଷୟବସ୍ତୁ ଯାହା ନାବାଳିକା/ନାବାଳକଙ୍କ ଗୋପନ ଅଙ୍ଗ ଦେଖାଏ
  • ବିଷୟବସ୍ତୁ ଯାହା ନାବାଳିକା/ନାବାଳକଙ୍କର ଯୌନ ନିପୀଡ଼ନ ପ୍ରଦର୍ଶନ କରେ
  • ବିଷୟବସ୍ତୁ ଯାହା ନାବାଳିକା/ନାବାଳକଙ୍କୁ ଜଡ଼ିତ କରି ଯୌନ ସଙ୍ଗମ, ଯୌନ ସଙ୍ଗମ ନ କରି ଯୌନତା, କିମ୍ୱା ଓରାଲ୍‌ ସେକ୍ସ ଭଳି ଯୌନ କ୍ରିୟାକଳାପଗୁଡିକୁ ପ୍ରଦର୍ଶନ କରେ
  • ବିଷୟବସ୍ତୁ ଯାହା ନାବାଳିକା/ନାବାଳକଙ୍କୁ ଜଡ଼ିତ କରି ଯୌନ ଉତ୍ତେଜନା ପ୍ରଦର୍ଶନ କରେ
  • ବିଷୟବସ୍ତୁ ଯାହା ନାବାଳିକା/ନାବାଳକଙ୍କୁ ଜଡ଼ିତ କରି ଚରମ ଯୌନ ଉତ୍ତେଜନା ପ୍ରଦର୍ଶନ କରେ

ଅଳ୍ପ ବୟସୀର ଅପରାଧମୂଳକ ଆଚରଣ 

ଅପରାଧମୂଳକ ଆଚରଣର ମଧ୍ୟରେ ମାଦକ, ଆଲକୋହଲ୍‌, ଏବଂ ତମ୍ୱାକୁ ସେବନ କିମ୍ୱା ବ୍ୟବହାର ଅନ୍ତର୍ଭୁକ୍ତ କିନ୍ତୁ ସେଥିରେ ସୀମିତ ନୁହେଁ, ।

ପୋଷ୍ଟ କରନ୍ତୁ ନାହିଁ:

  • ବିଷୟବସ୍ତୁ ଯାହା ନାବାଳିକା/ନାବାଳକଙ୍କ ଆଲକୋହଲ୍‌ ଯୁକ୍ତ ପାନୀୟ, ମାଦକ, ଆଲକୋହଲ୍‌, ଏବଂ ତମାଖୁ ସେବନ , କିମ୍ୱା ସେବନ କରିଥିବା ସନ୍ଦେହ ପ୍ରଦର୍ଶନ କରେ

ଶିଶୁ ନିର୍ଯାତନ

ଶିଶୁ ନିର୍ଯାତନ କହିଲେ ଜଣେ ନାବାଳକ/ ନାବାଳିକାଙ୍କ ଉପରେ ଜଣେ ବ୍ୟକ୍ତିର ବଳପୂର୍ବକ ଶାରୀରିକ ଏବଂ/କିମ୍ୱା ମାନସିକ ନିର୍ଯାତନକୁ ବୁଝାଏ। ଶାରୀରିକ ନିର୍ଯାତନ ହେଉଛି ଏକ କାର୍ଯ୍ୟକଳାପ କିମ୍ୱା ସ୍ପଷ୍ଟତ ଗୋଟିଏ ଶିଶୁର ଉପରେ ବଳପୂର୍ବକ ଆଘାତ କରେ। ମାନସିକ ନିର୍ଯାତନ ହେଉଛି ଶାରୀରିକ କିମ୍ୱା ଯୌନ ହିଂସା ଧମକ ଦେଇକିମ୍ୱା ଏକ ଶିଶୁ କୁ ପ୍ରତାରଣା କରି ତାକୁ ତିରଷ୍କାର କରିବା।ପୋଷ୍ଟ କରନ୍ତୁ ନାହିଁ: 

  • ବିଷୟବସ୍ତୁ ଯାହା ନାବାଳିକା/ନାବଳକଙ୍କୁଜଡ଼ିତ କରି ଶାରୀରିକ କିମ୍ୱା ମାନସିକ ନିର୍ଯାତନ ପ୍ରଦର୍ଶନ କରେ

ଗ୍ରୁମିଂ ଆଚରଣ

ଗ୍ରୁମିଂ କହିଲେ ଯୌନ ନିର୍ଯାତନ, ଯୌନ ଶୋଷଣ, କିମ୍ୱା ଯୌନକ୍ରିଡା ପାଇଁ ବେଆଇନ୍‌ ଚାଲାଣ ଉଦ୍ଦେଶ୍ୟ ନେଇ ଜଣେ ବୟସ୍କ ବ୍ୟକ୍ତି  ନାବାଳକ/ନାବାଳିକାଙ୍କ ସହ ଭାବପୁର୍ଣ୍ଣ ନିବିଡ଼ ସମ୍ପର୍କକୁ ବୁଝାଏ।

ପୋଷ୍ଟ କରନ୍ତୁ ନାହିଁ:

  • ବିଷୟବସ୍ତୁ ଯାହା ଗ୍ରୁମିଂ ଆଚରଣକୁ ଉତ୍ସାହିତ କରେ, ନିର୍ଦେଶନା ଦିଏ, କିମ୍ୱା ତାହାର ଯୁକ୍ତିଯୁକ୍ତତାପ୍ରତିପାଦନ କରେ 
  • ସେହି ବିଷୟବସ୍ତୁ ଯାହା  ନାବାଳକ/ନାବାଳିକାଙ୍କୁ  ଯୌନ  ସ୍ପଷ୍ଟ ବାର୍ତ୍ତାଳାପରେ ସଂପୃକ୍ତ କରେ
  • ବିଷୟବସ୍ତୁ ଯାହା ଗୋଟିଏ ଶିଶୁକୁ ଯୌନତାପୂର୍ଣ୍ଣ ବିଷୟବସ୍ତୁ  ପ୍ରେରଣ କରିବା ପାଇଁ ପୁରଷ୍କୃତ କରେ କିମ୍ୱା ବ୍ଲାକମେଲ୍‌ କରେ

ନାବାଳିକା/ନାବାଳକଙ୍କୁ ଯୌନ କାର୍ଯ୍ୟରେ ଲିପ୍ତ କରିବା

ଆମେ ନାବାଳିକା/ନାବାଳକ ମାନଙ୍କୁ ଯୌନକ୍ରିଡା ପାଇଁ ବାଧ୍ୟ କରିବା କିମ୍ୱା ନାବାଳିକା/ନାବାଳଙ୍କୁ  ଯୌନକ୍ରିଡାର ଏକ ବସ୍ତୁ ଭାବରେ ଦର୍ଶାଉଥିବା ଭଳି ବିଷୟବସ୍ତୁକୁ ଅନୁମତି ଦେଉ ନାହିଁ।

ପୋଷ୍ଟ କରନ୍ତୁ ନାହିଁ: 

  • ବିଷୟବସ୍ତୁ ଯାହା ନାବାଳିକା/ନାବାଳକ ମାନଙ୍କୁ ଜଡ଼ିତ କରି  ଯୌନ ଉତ୍ତେଜନା ମୂଳକ ନୃତ୍ୟ ପ୍ରଦର୍ଶନ କରେ
  • ବିଷୟବସ୍ତୁ ଯାହା ନାବାଳିକା/ନାବାଳକ ମାନଙ୍କୁ ଜଡ଼ିତ କରି ଯୌନ କିମ୍ୱା ଯୌନ ଉତ୍ତେଜନା ମୂଳକ ଭାଷାପ୍ରଦର୍ଶନ କରେ


ସଚ୍ଚୋଟତା ଏବଂ ସତ୍ୟତା

ବିଷୟବସ୍ତୁ ଯାହା ଆମର ସମ୍ପ୍ରଦାୟର କୌଣସି ସଦସ୍ୟକୁ ପ୍ରତାରଣା କରେ କିମ୍ୱା ବିପଥେ ଚାଳିତ କରେ, ତାହା ଆମର ବିଶ୍ୱାସ-ଭିତ୍ତିକ ସମ୍ପ୍ରଦାୟ ପ୍ରତି ବିପଦ କରିଥାଏ। ଆମେ ଆମର ପ୍ଲ୍ୟାଟଫର୍ମରେ ଗୋଟିଏ ପ୍ରକାରର ବିଷୟବସ୍ତୁ ଅନୁମତି ଦେଉ ନାହିଁ। ଏହା ସ୍ପ୍ୟାମିଂ, ପରନାମ ଧାରଣ, ଗୁଜବ ପ୍ରଚାର ଭଳି କ୍ରିୟାକଳାପ ଅନ୍ତର୍ଭୁକ୍ତ କରେ।

ସ୍ପାମ୍

ବିଷୟବସ୍ତୁ କିମ୍ୱା କ୍ରିୟାକଳାପ ଯାହାକି ପ୍ଲ୍ୟାଟଫର୍ମରେ କୃତିମଭାବରେ ଜନପ୍ରିୟତା ବଡ଼ାବା ଦେଖିବାକୁ ଚାହେଁ, ତାହା ନିଷିଦ୍ଧ ଅଟେ। ଇଣ୍ଟାରେକ୍ସନ୍ ମେଟ୍ରିକ୍ସ ବୃଦ୍ଧି କରିବାକୁ ପ୍ଲ୍ୟାଟଫର୍ମର ପଦ୍ଧତିଗୁଡିକ କାର୍ଯ୍ୟରେ ଲଗାଇବା  ଯେକୌଣସି ପ୍ରଚେଷ୍ଠାକୁ ଆମେ ନିଷିଦ୍ଧ କରୁ।

କରନ୍ତୁ ନାହିଁ:

  • କୃତ୍ତିମ ଭାବରେ କିପରି ଦେଖିବା, ଲାଇକ୍‌, ଅନୁସରଣକାରୀ, ଅଂଶୀଦାର, କିମ୍ୱା ମନ୍ତବ୍ୟ ପ୍ରଭୃତି ବଡ଼ାଇବା, ସେ ବିଷୟରେ ନିର୍ଦ୍ଦେଶାବଳୀ ଅଂଶୀଦାର କରିବା
  • ଦେଖିବା, ଲାଇକ୍‌, ଅନୁସରଣକାରୀ, ଅଂଶୀଦାର, କିମ୍ୱା ମନ୍ତବ୍ୟଗୁଡିକ ବିକ୍ରୟ କିମ୍ୱା କ୍ରୟ ପ୍ରଚେଷ୍ଠା କରିବା କିମ୍ୱା ତାହା ସହିତ ଜଡ଼ିତ ହେବା
  • କୃତ୍ତିମ ଟ୍ରାଫିକ ସୃଷ୍ଟିକାରୀ ସେବାକୁ ପ୍ରୋତ୍ସାହନ ଦେବା
  •  ମିଥ୍ୟା କିମ୍ୱା ଜାଲିଆତି ଭାବରେ ଏକାଧିକ TikTok  ଆକାଉଣ୍ଟ୍‌ ଅପରେଟ୍‌ କରିବା,, ଯେଉଁଥିରେ ଅସତ୍ୟ କାର୍ଯ୍ୟ କଳାପ ପ୍ରସ୍ତୁତ କରିବା ପାଇଁ ସଂଗଠିତ ପ୍ରଚେଷ୍ଟା,, ବାଣିଜ୍ୟିକ ସ୍ପ୍ୟାମ୍‌ ବଣ୍ଟନ୍‌, କିମ୍ୱା ଅନ୍ୟ କୌଣସି ଭାବରେ TikTok ନୀତିମାଳାର ଏକ ପରିପଳ୍ପିତ ଲଙ୍ଘନକୁ ସମନ୍ୱିତ କରିବା ମଧ୍ୟ ଅନ୍ତର୍ଭୁକ୍ତ-

ନିଜକୁ ଅନ୍ୟ ଭାବରେ ପରିଚିତ ଦେବା

ସର୍ବ ସାଧାରଣଙ୍କୁ  ପ୍ରତାରଣା କରିବା ଉଦ୍ଦେଶ୍ୟରେ  ଉପଭୋକ୍ତା ମାନେ ଅନ୍ୟ ବ୍ୟକ୍ତିବର୍ଗ କିମ୍ୱା ସଂସ୍ଥାର ଛଦ୍ମନାମ ଧାରଣ କରିବା ଆମେ  ଅନୁମତି ଦେଉ ନାହିଁ। ପରନାମ ଧାରଣର ରିପୋର୍ଟ ସତ୍ୟ ପ୍ରମାଣିତ ହେଲେ, ଆମେ ଉଲ୍ଲଘଂନକାରୀ ଆକାଉଣ୍ଟଗୁଡିକୁ ହଟାଇ ଦେଇଥାଉ। ଆମର ମିଥ୍ୟା ଅଭିନୟ, ଧାରାଭାଷ୍ୟ, କିମ୍ୱା ଭକ୍ତ ଆକାଉଣ୍ଟଗୁଡିକୁ ବ୍ୟତିକ୍ରମ ଭାବରେ ଅନୁମତି ଦେଇଥାଉ, ଯେଉଁ ପର୍ଯ୍ୟନ୍ତ ଆକାଉଣ୍ଟଟି ତାହାର ପରିଚୟ କିମ୍ୱା TikTokରେ ତାହାର ଉଦ୍ଦେଶ୍ୟ ବିଷୟରେ ଅନ୍ୟମାନଙ୍କୁ ପ୍ରତାରଣା ନ କରେ।

ପୋଷ୍ଟ କରନ୍ତୁ ନାହିଁ: 

  • ଅନ୍ୟ ଜଣେ ବ୍ୟକ୍ତି କିମ୍ୱା ସଂସ୍ଥା ହିସାବରେ  ସେହି ଅନ୍ୟ କାହାର ନାମ, ଜୀବନ ପଞ୍ଜିଗତ ବିବରଣୀ, କିମ୍ୱ ପ୍ରୋଫାଇଲର ଫଟୋ ଏକ ବିଭ୍ରାନ୍ତିକରଣ ଉପାୟରେ ବ୍ୟବହାର କରି

ବିଭ୍ରାନ୍ତିକର ସୂଚନା

ଆମେ ସେହି ଭୁଲ୍‌ ସୂଚନାକୁ ଅନୁମତି ଦେଉ ନାହିଁ ଯାହା ଆମର ସମ୍ପ୍ରଦାୟ କିମ୍ୱା ଅଧିକ ଜନସାଧାରଣଙ୍କ କ୍ଷତି କରି ପାରେ। ଯେତେବେଳେ ଆମେ  ଉପଭୋକ୍ତାଙ୍କ ଗୁରୁତ୍ୱପୂର୍ଣ୍ଣ କଥୋପକଥନପ୍ରୋତ୍ସାହିତ କରିଥାଉ, ସେତେବେଳେ ଆମେ ଜଣେ ବ୍ୟକ୍ତିର ଶରୀର କିମ୍ୱା ବୃହତ୍ତର ଜନଗଣଙ୍କ ପ୍ରତି ସୁରକ୍ଷାଜନିତ କ୍ଷତିର କାରଣ ହେଉଥିବା ବିଷୟ ବସ୍ତୁ ହଟାଇ ଦେଇଥାଉ। ଗୁଜବ ପ୍ରଚାର ଅଭିଯାନ ଦ୍ୱାରା ବଣ୍ଟିତ ବିଷୟବସ୍ତୁ ଆମେ ମଧ୍ୟ ଅପସାରଣ କରୁ।

ପୋଷ୍ଟ କରନ୍ତୁ ନାହିଁ:

  • ଗୁଜବ କହିଲେ ଭୟ, ଘୃଣା ଉଦ୍ରେକ କରିବା, କିମ୍ୱା ଭ୍ରାନ୍ତଧାରଣାକୁ ବୁଝାଏ
  • ଡାକ୍ତରୀ ଚିକିତ୍ସା ସମ୍ପର୍କିତ ବିଭ୍ରାନ୍ତିକର ସୂଚନା ଜଣେ ବ୍ୟକ୍ତିର ଶାରୀରିକ କ୍ଷତିର କାରଣ ହୋଇପାରେ
  • ପ୍ରତାରଣା, ବୋକାମି ହେବା ପ୍ରଚେଷ୍ଠା, କିମ୍ୱା ଉଦ୍ଦେଶ୍ୟସାଧନ ପାଇଁ ପ୍ରସ୍ତୁତ କରାଯାଇଥିବା ବିଷୟବସ୍ତୁ କ୍ଷତିର କାରଣ ହୋଇପାରେ
  • ବିଷୟବସ୍ତୁ ଯାହା ସମ୍ପ୍ରଦାୟର ସଦସ୍ୟର ନିର୍ବାଚନ କିମ୍ୱା ଅନ୍ୟ ନାଗରିକ ପ୍ରକ୍ରିୟା ବିଷୟରେ ବିଭ୍ରାନ୍ତ କରେ 

ବୌଦ୍ଧିକ ସମ୍ପତ୍ତି

ଆମେ ସମସ୍ତଙ୍କୁ ମୂଳ ବିଷୟବସ୍ତୁ ତିଆରି ଏବଂ ଅଂଶୀଦାର କରିବାକୁ ଉତ୍ସାହିତ କରୁ। ଆମେ ଉପଭୋକ୍ତାଙ୍କୁ ଅନ୍ୟ କାହାର ମେଧା ସମ୍ପତ୍ତିର ଅଧିକାର ଉଲ୍ଲଘଂନକାରୀ ବିଷୟବସ୍ତୁ ପ୍ରକାଶ କିମ୍ୱା ବଣ୍ଟନ୍‌ କରିବାର ଅନୁମତି ଦେଉ ନାହିଁ।

ପୋଷ୍ଟ କରନ୍ତୁ ନାହିଁ:

  • ବିଷୟବସ୍ତୁ ଯାହା ଅନ୍ୟ କାହାରର କପିରାଇଟ୍‌, ଟ୍ରେଡମାର୍କ୍‌, କିମ୍ୱା ଅନ୍ୟ ଅମେଧା ସମ୍ପତ୍ତିର ଅଧିକାର ଲଙ୍ଘନ କରେ କିମ୍ୱା ସେଗୁଡିକରେ ହସ୍ତକ୍ଷେପ କରେ


ପ୍ଲ୍ୟାଟଫର୍ମର ସୁରକ୍ଷା କ୍ଷେତ୍ରରେ ଧମକ

ଉପରେ ବର୍ଣ୍ଣିତ ବିଷୟବସ୍ତୁ ଏବଂ ଆଚରଣର ସହ, ଆମର ନୀତିସମୁହ TikTok ସେବାର କ୍ଷତିସାଧନ କରୁଥିବା କ୍ରିୟାକଳାପ ନିଷିଦ୍ଧ କରେ:

  • TikTok ୱେବସାଇଟ୍, ଆପ୍ଲିକେସନ୍‌, କିମ୍ୱା ଜଡିତ ନେଟୱାର୍କଗୁଡିକ ହ୍ୟାକ୍‌ କରିବ ନାହିଁ କିମ୍ୱା ଉପଭୋକ୍ତାଙ୍କ ଆକସେସ୍ ପ୍ରତିବନ୍ଧ କରିବାକୁ ପଦ୍ଧତିର ବାଏପାସ୍ କରିବେ ନାହିଁ
  • ଭାଇରସ୍, ଟ୍ରୋଜନ୍‌ ହର୍ସ୍‌, ଓର୍ମସ୍‌, ଲଜିକ୍‌ ବମ୍ବ୍‌, କିମ୍ୱା ଅନ୍ୟ ଭୁଲ୍‌ କିମ୍ୱା ହାନୀକାରକ ବିଷୟବସ୍ତୁ ଥିବା ଫାଇଲଗୁଡିକ ବଣ୍ଟନ କରିବେ ନାହିଁ
  • TikTok ଉପରେ ଭିତ୍ତି କରିକୌଣସି ବିଷୟବସ୍ତୁ  ପରିବର୍ତ୍ତନ କରନ୍ତୁ ନାହିଁ, କିମ୍ୱା ପ୍ରୟୋଗ, ଅନୁବାଦ, ରିଭାର୍ସ୍‌ ଇଞ୍ଜିନିୟର୍‌, ଡିସ୍‌ ଆସେମ୍ୱଲ୍‌, ଡିକଂପାଇଲ୍‌ କରନ୍ତୁ ନାହିଁ କିମ୍ୱା କୌଣସି ଆନୁସଙ୍ଗିକ ଉତ୍ପାଦ ପ୍ରସ୍ତୁତ କରନ୍ତୁ ନାହିଁ, ସେଥିରେ  ଫାଇଲ୍‌, ଟେବୁଲ୍‌ କିମ୍ୱା ଡକୁମେଣ୍ଟ୍‌ ପ୍ରସ୍ତୁତ ନକରିବା ମଧ୍ୟ ଅନ୍ତର୍ଭୁକ୍ତ କିମ୍ୱା  TikTok ରେ ସଂଯୁକ୍ତ ଥିବା କୌଣସି ସ୍ପୋର୍ସ୍ କୋଡ୍ ଆଲଗୋରିଦମ୍‌ ପଦ୍ଧତି, କିମ୍ୱା କୌଶଳ ପୁନଃରୁଦ୍ଧାରରେ ପ୍ରଚେଷ୍ଠା କରିବେ ନାହିଁ
  • TikTok ରୁ ସୂଚନା ସଂଗ୍ରହ କରିବାକୁ ସ୍ୱଂୟକ୍ରିୟ ସ୍କ୍ରିପ୍‌ଟ୍‌ ବ୍ୟବହାର କରିବେ ନାହିଁ

ଆମର ଅତ୍ୟନ୍ତ ସକ୍ରିୟଶୀଳ ବିଶ୍ୱ ସମ୍ପ୍ରଦାୟର  ଏକ  ଅଂଶବିଶେଷ ହୋଇଥିବାରୁ  ଏବଂ ସମସ୍ତ ଉପଭୋକ୍ତାଙ୍କ ପାଇଁ  ଏକ ସୁରକ୍ଷିତ ପରିବେଶ ବଜାଇ ରଖିବାରେ ଆମ ସହିତ ସହଯୋଗ କରିଥିବାରୁ ଆପଣମାନଙ୍କୁ ଧନ୍ୟବାଦ। ଆପଣ ଯଦି ଏପରି କୌଣସି ବିଷୟବସ୍ତୁ କିମ୍ୱା ଆକାଉଣ୍ଟ ଦେଖନ୍ତି ଯାହାକି ଆପଣ ବିଶ୍ୱାସ କରନ୍ତି ଯେ ସେଗୁଡିକ ଆମର ସମ୍ପ୍ରଦାୟ ନିର୍ଦ୍ଦେଶିକା ଲଙ୍ଘନ କରୁଛି, ତେବେ ଦୟାକରି ଆମକୁ କୁହଁନ୍ତୁ ଯେପରିକି ଆମେ ସମୀକ୍ଷା କରିବୁ ଏବଂଏବଂ ଯଥାଯଥ ପଦକ୍ଷେପ ନେବୁ।